ବିଜେଡ଼ିର ମନ୍ମଥ ଷ୍ଟ୍ରାଟେଜୀ, ଅପରାଜିତାଙ୍କୁ ହରାଇବା ପାଇଁ ଏହି ବଡ଼ ମାଷ୍ଟରପ୍ଲାନ୍ ଖେଳିବାକୁ ଯାଉଛନ୍ତି ମନ୍ମଥ
ବିଜେଡିର ନୂଆ ଫର୍ମୁଲା । ଏଥର ଭାରି ପଡ଼ିବ ଅପରାଜିତା ଷଡ଼ଙ୍ଗୀଙ୍କୁ । ରାଜନୀତିର କେନ୍ଦ୍ର ଘର ଭୁବନେଶ୍ୱରରେ ଏଥର ରାଜନୀତି ହାଇ ଷ୍ଟ୍ରାଟେଜିରେ । ଅପରାଜିତାଙ୍କ ବିରୋଧରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଖୋଜି ପାଇଚ୍ଛ ପାଇଛି ବିଜେଡ଼ି । କେବଳ ଦେଖିବା ବାକି ରହିଛି କିଏ ମାରୁଛି ବାଜି । ବିଜେଡ଼ି ନା ବିଜେପି । ଏଥର କଂଗ୍ରେସ୍ ର ଭୋଟ କୁ ହାତେଇବ କିଏ ?
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଏପରି ଅନେକ ପ୍ରଶ୍ନ ଘେରରେ ରାଜ୍ୟ ରାଜନୀତି । ତେବେ ପ୍ରତିଯୋଗିତା ତ ସବୁଠି ହେବ । କେଉଁଠି ବିଜେପି ଜିତିବ ତ କେଉଁଠି ବିଜେଡ଼ି । ହେଲେ ଅନ୍ୟ ସବୁ ସ୍ଥାନର ପ୍ରଭାବ ଯେତିକି ନ ରହିବ ତା ଠାରୁ କେଇ ଗୁଣା ଅଧିକ ଭୁବନେଶ୍ୱର ଲୋକସଭା ନିର୍ବାଚନର ଫଳାଫଳ ଦଳର ଅସ୍ତିତ୍ବର ଏକ ଭଲ ଉଦାହରଣ ପାଲଟିବ ।
ତେବେ ବିଜେଡିର ଏପରି ଷ୍ଟ୍ରାଟେଜି କରିବା ପଛର କାରଣ କଣ ହେଇପାରେ । ପୂର୍ବରୁ ଶ୍ରିମୟୀଙ୍କୁ ନେଇ ପ୍ରଚାର ଚାଲିଥିବା ବେଳେ ଏବେ ହଠାତ୍ ମନ୍ମଥଙ୍କ ଏଣ୍ଟ୍ରି କିପରି ହେଲା ଓ ମନ୍ମଥ ଙ୍କୁ ଛିଡ଼ା କରିବା ପଛରେ କଣ ରହିଛି ବିଜେଡିର ଉଦ୍ଦେଶ୍ୟ । ତେବେ ଆସନ୍ତୁ ମନ୍ମଥ ଙ୍କୁ ନେଇ ଏପରି କିଛି ତଥ୍ୟ ଉପରେ ନଜର ପକାଇବା ଯାହା ରାଜନୈତିକ ଦୃଷ୍ଟି କୋଣରୁ ଅପରାଜିତାଙ୍କୁ ହରାଇବା ପାଇଁ ବିଜେଡିର ଏକ ଫୁଲ ପ୍ରୁଫ ଷ୍ଟ୍ରାଟେଜି ହୋଇପାରେ ।
ତେବେ ଆପଣ ତ ଜାଣିଥିବେ ମନ୍ମଥ ହେଉଛନ୍ତି କଂଗ୍ରେସ ନେତା ସୁର ରାଉତ୍ ଙ୍କ ପୁଅ । ଯେ କି କଂଗ୍ରେସ ର ଏକ ଭଲ ଟାଣୁଆ ନେତା । ରାଜ୍ୟରେ କଂଗ୍ରେସ ର ଏତେ ଭଲ ଷ୍ଟାଣ୍ଡ ନ ଥିବା ବେଳେ ବି ସୁର ରାଉତ୍ କିନ୍ତୁ ପାୱାର ରେ ରହି ଆସିଛନ୍ତି । ସୁରଙ୍କ ପୁଅ ହିସାବରେ ମନ୍ମଥ ଙ୍କୁ କଂଗ୍ରେସ ତରଫରୁ କିଛି ଭୋଟ ନିଶ୍ଚୟ ମିଳିବ ।
ଅନ୍ୟ ପଟେ ଭୁବନେଶ୍ୱରରେ ଅପରାଜିତାଙ୍କ କାମକୁ ଲୋକେ ସେତେଟା ପସନ୍ଦ ନ କରୁଥିବାରୁ ଏହି ସମୟରେ ପରିବର୍ତ୍ତନର ଏକ ନୁଆ ମୁହଁ ହିସାବରେ ମନ୍ମଥଙ୍କୁ ଵାଛିଛି ବିଜେଡ଼ି । ଗତ ନିର୍ବାଚନରେ ଭୁବନେଶ୍ୱରରେ ଲୋକସଭା ଆସନର କଂଗ୍ରେସ ଭୋଟ ବିଜେପିକୁ ଯାଇଥିବା ହେତୁ ବିଜେପି ବିଜେଡିକୁ ହରାଇ ସହଜରେ ଜିତି ପାରିଥିଲା । ଏଥର କିନ୍ତୁ କଂଗ୍ରେସ ର ଭୋଟ ସୁରଙ୍କ ପୁଅ ମନ୍ମଥ ଙ୍କୁ ଯିବାର ସମ୍ଭାବନା ରହିଛି । ଯାହା ଅପରାଜିତାଙ୍କୁ ସଂପୂର୍ଣ୍ଣ ଅଡୁଆରେ ପକାଇପାରେ ।