ଆଜି ଯାହା ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଗଲାନି ସେମାନଙ୍କୁ ପ୍ରଥମ କିସ୍ତି ଆଉ ମିଳିବକି ନାହିଁ, ଜାଣନ୍ତୁ
ଅପେକ୍ଷାରେ ହେଲା ଅନ୍ତ । ମହିଳାମାନଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ୍ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଜନତା ମଇଦାନଠାରେ ବିଧିବଦ୍ଧ ଭାବେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।
୨୫ ଲକ୍ଷ ୧୧ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ଯାଇଛି ସୁଭଦ୍ରା ଟଙ୍କା । ଆଉ ଯେଉଁମାନଙ୍କ ଆକାଉଣ୍ଟକୁ ଯାଇ ନାହିଁ ସେମାନେ ମଧ୍ୟ ଆଜି ହିଁ ପାଇବେ ଟଙ୍କା । ଧିରେ ଧିରେ DBT ମାଧ୍ୟମରେ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା। ତେବେ ବଡ କଥା ହେଉଛି ଯେଉଁମାନଙ୍କ ଆକାଉଣ୍ଟକୁ ଆଜି ଟଙ୍କା ନଯିବ ସେମାନେ କେବେ ପାଇବେ ସୁଭଦ୍ରା ଟଙ୍କା? ତାଙ୍କୁ କିଭଳି ଏବଂ କେବେ ଯିବ ଟଙ୍କା? ଆସନ୍ତୁ ଜାଣିବା
ଯେଉଁମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯାଇ ନାହିଁ ସେମାନଙ୍କ ଆକାଉଣ୍ଟକୁ ଧିରେ ଧିରେ ଯିବ ସୁଭଦ୍ରା ଟଙ୍କା । ଆଜି ନଗଲେ ବି ଧିରେ ଧିରେ ସମସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ । କେହି ଜଣେ ବି ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ନାହିଁ । ସୁଭଦ୍ରା ଯୋଜନାରେ ଗତକାଲି ସୁଦ୍ଧା ୭୨ ଲକ୍ଷରୁ ଅଧିକ ମହିଳା ପଞ୍ଜିକରଣ କରିଛନ୍ତି । ଆଜି ପ୍ରଥମ କିସ୍ତିରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ୧୨ ଶହ ୫୦ କୋଟିରୁ ଅଧିକ ଟଙ୍କା ଯାଇଛି ।
୧୫ ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କୁ ଆଜି ଟଙ୍କା ମିଳିଛି । ୧୫ ତରିଖ ପରଠାରୁ ଆବେଦନ କରିଥିବା ମହିଳାଙ୍କୁ ପାଖକୁ ୧ ଟଙ୍କା ପରିକ୍ଷା ମୂଳକ ପାଠାଯିବ ଯେଉଁମାନଙ୍କ ପାଖକୁ ୧ ଟଙ୍କା ଯିବ ସେମାନଙ୍କୁ ହିଁ ଧିରେ ଧିରେ ପ୍ରଥମ କିସ୍ତି ମିଳିବ। ଆଜି ଅର୍ଥାତ ୧୭ ତାରିଖ ପରେ ଆବେଦନ କରିଥିବା ମହିଳାମାନେ ଏଥିରୁ ବଞ୍ଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।
ଯେଉଁମାନେ ଡିସେମ୍ୱର ପର୍ଯ୍ୟନ୍ତ ଆବେଦନ କରିଥିବେ ସେମାନେ ମଧ୍ୟ ପ୍ରଥମ କିସ୍ତିର ଲାଭ ପାଇବେ । ଯେଉଁ ମହିଳାମାନଙ୍କ ଖାତାକୁ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ଆସିଛି, ସେମାନେ ଦ୍ୱିତୀୟ କିସ୍ତି ଭାବରେ ମାର୍ଚ୍ଚ ୧୦ରେ ଦ୍ୱିତୀୟ କିସ୍ତି ଟଙ୍କା ପାଇବେ।