ଶ୍ରୀମୟୀଙ୍କୁ ଟିକେଟ ନଦବା ପଛରେ ରହିଛି ବଡ଼ କାରଣ, ଏବେ ଏଇଠୁ ଲଢ଼ିବେ ଶ୍ରୀମୟୀ ମିଶ୍ର

 
Srimayee
ଜାଣନ୍ତୁ ବିଜେଡିର ବଡ ଷ୍ଟ୍ରାଟେଜି , କାହିଁକି ଶ୍ରୀମୟୀଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ଦିଆଗଲା ନାହିଁ ଟିକେଟ । ପୂର୍ବରୁ ଶ୍ରୀମୟୀଙ୍କୁ ନେଇ ରାଜନୀତି ପଡ଼ୁଥିବା ଉଠୁଥିବା ବେଳେ ହଠାତ୍ ପ୍ରାର୍ଥୀ ତାଲିକାରୁ ତାଙ୍କ ନାଁ କାହିଁକି ଗାୟେବ ହୋଇଗଲା ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

କଣ ଏଥିରୁ ଏହା ବୁଝା ଯିବ ଯେ ବିଜେଡ଼ି ଭୁବନେଶ୍ୱରରେ ନିଜ ପ୍ରାର୍ଥୀ ଚୟନରେ ଅଧିକ ସାବଧାନତା ଦେଖାଉଛି କାରଣ ଭୁବନେଶ୍ୱରରେ ବିଜେପିର ଉପସ୍ଥିତିକୁ ନେଇ କେଉଁଠି ନା କେଉଁଠି ଭୟ ରହିଛି ବିଜେଡ଼ି ମନରେ । ତେବେ ଜାଣନ୍ତୁ ଶ୍ରୀମୟୀ ନିର୍ବାଚନରେ ଲଢ଼ିବେ ନା ଲଢ଼ିବେ ନାହିଁ । ଯଦି ଲଢ଼ିବେ ତେବେ ସେ କେଉଁ ଆସନରୁ ଲଢ଼ିବେ ।

Srimayee

ବିଜେଡି ଏହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରି ସାରିବା ପରେ ଏଥିରୁ ଅନେକ ପରିଚିତ ମୁହଁ ମଧ୍ୟ ବାଦ୍ ଅଛନ୍ତି । ସେଥି ମଧ୍ୟରୁ ବେଶ୍ ଚର୍ଚ୍ଚାରେ ଥିବା ଶ୍ରିମୟୀ ମଧ୍ୟ ବାଦ୍ ଅଛନ୍ତି । ଯେଉଁଥି ପାଇଁ ଲୋକଙ୍କ ମନରେ ଅଧିକ ପ୍ରଶ୍ନ ଦେଖା ଦେଇଛି ।

କାରଣ ପୂର୍ବରୁ ଏକ ପ୍ରକାରର ଶ୍ରିମୟି ଭୁବନେଶ୍ୱରରୁ ଲଢ଼ିବା ସ୍ଥିର ହୋଇ ସାରିଥିଲା । ସେଥି ପାଇଁ ଅନେକ ସଭା ସମିତିରେ ଶ୍ରିମୟୀଙ୍କ ଉପସ୍ଥିତି ଦେଖା ଦେଇଥିଲା । ହେଲେ ହଠାତ୍ କିନ୍ତୁ ଭୁବନେଶ୍ୱରରେ ଉଭା ହେଲେ ମନ୍ମଥ ମିଶ୍ର । ସେଠାରୁ ସଂପୂର୍ଣ୍ଣ ଗାୟେବ ହୋଇଗଲେ ଶ୍ରୀମୟୀ । 

ଶ୍ରୀମୟୀ ଲୋକସଭା ଆସନରୁ ନୁହେଁ ବରଂ ଏହି ବିଧାନସଭା ଆସନରୁ ଲଢ଼ିବେ ନିର୍ବାଚନ । ତେବେ ଶୁଣିବାକୁ ମିଳୁଛି ବିଜେଡ଼ି ଶ୍ରୀମୟୀଙ୍କୁ ବିଧାନସଭା ଆସନରୁ ଲଢ଼ିବାକୁ ଦେବ ସିଟ୍ । ତାହା ପୁଣି ଭୁବନେଶ୍ୱରରୁ । ଭୁବନେଶ୍ୱର ଲୋକସଭା ଆସନରୁ ନୁହେଁ ବିଧାନସଭା ଆସନରୁ ଲଢ଼ିବେ ଶ୍ରୀମୟୀ ।