ନିର୍ବାଚନରେ ଜିତିବା ପାଇଁ ସିଦ୍ଧାନ୍ତ ଓ ରଚନା କରିଥିଲେ ବଡ ପ୍ଲାନ, ଏହି ପ୍ଲାନ ହିଁ ଜିତେଇଦେଲା ଦୁହିଁଙ୍କୁ, ଜାଣନ୍ତୁ ପୁରା ଖବର

 
Siddhant rachana

ସିନେମା ଜଗତର ଦୁଇଟି ଅତି ପରିଚିତ ମୁହଁ ହେଉଛନ୍ତି ସିଦ୍ଧାନ୍ତ ଓ ରଚନା । ନିଜର ଅଭିନୟ ପାଇଁ ଘରେ ଘରେ ସମସ୍ତଙ୍କର ଅତି ପ୍ରିୟର ପାତ୍ର ପାଲଟିଛନ୍ତି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ । ଦୁହିଁଙ୍କ ଯୋଡିକୁ ଲୋକେ ବେଶ୍ ପସନ୍ଦ କରନ୍ତି ମଧ୍ଯ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

 ତେବେ ଯେପରି ସିନେମାରେ ଅଭିନୟ କରି ଦୁହେଁ ଲୋକଙ୍କ ମନ ଜିତୁଥିଲ ସେହିଭଳି ବର୍ତ୍ତମାନ ଦୁହେଁ ଜିତି ଯାଇଛନ୍ତି ୨୦୨୪ ସାଧାରଣ ନିର୍ବାଚନ । ରଚନା ବାନାର୍ଜୀ ହୁଗୁଳିରୁ ଛିଡା ହୋଇଥିବା ବେଳେ ସିଦ୍ଧାନ୍ତ ମହାପାତ୍ର ଦିଗପହଣ୍ଡିରୁ ଷ୍ଟାଣ୍ଡ କରିଥିଲେ ।

A

ପୂର୍ବରୁ ସିଦ୍ଧାନ୍ତ ବିଜେଡିରେ ଯୋଗ ଦେଇଥିଲେ । ମାତ୍ର ଏହି ବର୍ଷ ତାଙ୍କୁ ବିଜେଡି ତରଫରୁ ଟିକେଟ ନ ମିଳିବାରୁ ସେ ବିଜେପିରେ ମିଶି ଦିଗ ପହଣ୍ଡିରେ ଷ୍ଟାଣ୍ଡ କରିଥିଲେ । ସେ ସେଠାରୁ ୧୬,୬୪୩ ଭୋଟରେ ବିଜୟ ଲାଭ କରିଛନ୍ତି ।

ତେବେ ଏ ନେଇ ସିଦ୍ଧାନ୍ତ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ସେ ରାଜନୀତିକୁ ବହୁ ପାଖରୁ ଦେଖିଛନ୍ତି । ସେ ଲୋକ ମାନଙ୍କର ସେବା କରିବା ପାଇଁ ବହୁ ଆଶା ରଖିଥିଲେ । କିନ୍ତୁ ବିଜେଡି ତାଙ୍କୁ ଟିକେଟ ନ ଦେବାରୁ ସେ ବିଜେପିରେ ଷ୍ଟାଣ୍ଡ କରିଥିଲେ । ଯାହା ପରେ ସେ ବିଜୟ ଲାଭ କରିଛନ୍ତି ମଧ୍ୟ । ଏହା ପରେ ଲୋକଙ୍କ ସେବାରେ ସେ ନିଜକୁ ଉତ୍ସର୍ଗ କରିଦେବ ବୋଲି କହିଛନ୍ତି ।

ଏହା ସହ ରଚନା ବାନାର୍ଜୀ ପଶ୍ଚିମବଙ୍ଗର ହୁଗୁଳି ଠାରେ ତୃଣମୂଳ କଂଗ୍ରେସ ତରଫରୁ ଷ୍ଟାଣ୍ଡ କରିଥିଲେ ଏବଂ ୭୫,୮୩୬ ଭୋଟରେ ମଧ୍ୟ ବିଜୟ ଲାଭ କରିଛନ୍ତି ।