ବାଇଶି ପାହାଚର ଅଦ୍ଭୁତ ରହସ୍ୟ, ଜାଣନ୍ତୁ କାହିଁକି ଏହି‌ ପାହାଚରେ ପାଦ ରଖିବା ଉଚିତ୍ ନୁହେଁ

 
ବାଇଶି ପାହାଚ

ଓଡିଶାର ବଡ ଠାକୁର ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । କେବଳ ଓଡିଶା ନୁହେଁ ବରଂ ସାରା ବିଶ୍ଵର ବେଶ ପ୍ରସିଦ୍ଧ ଠାକୁର ହେଉଛନ୍ତି ଜଗନ୍ନାଥ । ଓଡ଼ିଶାର ପୁରୀ ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଦେଶ ବିଦେଶରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ମହାପ୍ରଭୁଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଅନେକ ରହସ୍ୟ ରହିଛି । ଏହି ମନ୍ଦିରର ବାନା , ଦ୍ଵାର ଏପରିକି ବାଇଶି ପାହାଚର ମଧ୍ୟ ଅନେକ ବିଶେଷତ୍ଵ ରହିଛି ।

A

ତେବେ ଆମେ ଆଜି ଏଠାରେ ଆପଣଙ୍କୁ ଜଗନ୍ନାଥ ମନ୍ଦିରର ବାଇଶି ପାହଚ ବିଷୟରେ କହିବାକୁ ଯାଉଛୁ.....

ପୁରାଣ ଅନୁସାରେ, ବାଇଶି ପାହାଚକୁ ନେଇ ଏକ ଲୋକକଥା ରହିଛି । ରାଜା ଭାନୁଦେବ ମହାଦେବ ଜାମ୍ବେଶ୍ୱରଙ୍କ ଆଶୀର୍ବାଦରୁ ଏକ ପୁତ୍ର ସନ୍ତାନ ଲାଭ କରିଥିଲେ । କିନ୍ତୁ କିଛି ଦିନ ପରେ ରାଜା ଜାଣିବାକୁ ପାଇଥିଲେ ଯେ, ତାଙ୍କର ପୁଅର ଆୟୁଷ ୨୨ ବର୍ଷ ରହିଛି ।

ତେଣୁ ସେ ପୁନଃଶ୍ଚ ମହାଦେବଙ୍କୁ ଧ୍ୟାନ କରିଥିଲେ । ଯାହା ଦ୍ଵାରା ମହାଦେବ ତାଙ୍କୁ ଦର୍ଶନ ଦେଇ ତାଙ୍କ ପୁଅକୁ ବାଇଶି ପାହାଚରେ ଗଡ଼ାଇ ଦେବାକୁ କହିଥିଲେ । ରାଜା ମଧ୍ୟ ଏପରି କରିଥିଲେ । ଯାହା ଫଳରେ ତାଙ୍କର ପୁଅ ହଜାର ବର୍ଷ ବଞ୍ଚିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି କଥା ଚାଲି ଆସୁଛି । ଲୋକେ ପୁରୀ ଗଲେ ନିଜ ପିଲାଙ୍କର ଦୀର୍ଘ ଆୟୁଷ ଏବଂ ସେମାନଙ୍କର ସୁସ୍ଥ ଶରୀର ପାଇଁ ସେମାନଙ୍କୁ ବାଇଶି ପାହାଚରେ ଗଡାଇଥାନ୍ତି ।

ତେବେ ବାଇଶି ପାହଚ ମଧ୍ୟରୁ ଦ୍ଵିତୀୟ ପାହାଚରେ ଏକ କଳା ପଥର ପଡ଼ିଥାଏ । ଏହାର ନାମ ଯମକ ଶିଳା ଅଟେ । କୁହାଯାଏ ଏହି ପାହାଚରେ ଯମଙ୍କ ଦୂତମାନେ ରହିଥାନ୍ତି । ତେଣୁ ମନ୍ଦିରରୁ ଫେରିବା ସମୟରେ ଏହି ପାହାଚରେ ଚଢିବା ଉଚିତ୍ ନୁହେଁ ।