ଦେଖନ୍ତୁ ଭିଡିଓ: ମନୋଜଙ୍କ ପୋଲ୍ ଖୋଲିଦେଲେ ପତ୍ନୀ ମାନା, କହିଲେ ଅନ୍ୟ ଝିଅଙ୍କ ସହ ମନୋଜ କରୁଥିଲେ ଏମିତି

 
Manoj mishra

ଏତେ ଦିନ ଚୁପ୍ ରହିବା ପରେ ମୁହଁ ଖୋଲିଲେ ମାନା ମିଶ୍ର । ନିକଟରେ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ କରି ବେଶ ଚର୍ଚ୍ଚାରେ ଥିଲେ ମନୋଜଙ୍କ ପତ୍ନୀ ମାନା ମିଶ୍ର । ନିକଟରେ ଏକ ସାକ୍ଷାତକାରରେ ମାନା ମିଶ୍ର ମନୋଜଙ୍କର ସବୁ ଭିତିରି ପୋଲ ଖୋଲି ଦେଇଛନ୍ତି ।

ଝିଅ

ଦୁହେଁ ସଂପର୍କରେ ସ୍ଵାମୀ ସ୍ତ୍ରୀ ହୋଇଥିଲେ ମଧ୍ୟ ବିନା ଡିଭର୍ସରେ ଅଲଗା ରହୁଛନ୍ତି ଦୁହେଁ । ମାନା କହିଛନ୍ତି ତାଙ୍କର ଗୋଟିଏ ଝିଅ ସନ୍ତାନ ମଧ୍ୟ ରହିଛି । ହେଲେ ଆଜି ଯାଏଁ କେବେ ବି ମନୋଜ ନିଜ ପରିବାର ପ୍ରତି ତାଙ୍କ କର୍ତ୍ତବ୍ୟ ତୁଲାଇ ନାହାନ୍ତି । ସେ ମିଡ଼ିଆ ଆଗରେ ମନୋଜଙ୍କ ପରକୀୟା ପ୍ରୀତି ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ମନୋଜ ଆଉ ଏକ ଝିଅକୁ ଧରି ବୁଲା ବୁଲି କରୁଛନ୍ତି ।

ହେଲେ ମାନା ଜଣେ ଏକୁଟିଆ ଅଭିଭାବକ ହୋଇ ଥିବାରୁ ସେ ଏ ସବୁ ଅଡ଼ୁଆରେ ପଡ଼ିବାକୁ ଚାହୁଁ ନାହାନ୍ତି । ସେ ମନୋଜ ଙ୍କୁ ଅନୁରୋଧ କରି କହିଛନ୍ତି ତୁମେ ମୋ ସହିତ ଯେପରି ଜୀବନର ମାଇଣ୍ଡ ଗେମ୍ ଖେଳିଳ ସେପରି ମାଇଣ୍ଡ ଗେମ୍ ଓଡ଼ିଆ ଚଳଚ୍ଚିତ୍ର ସହ ଖେଳ ନାହିଁ । ଓଡ଼ିଆ ଚଳଚ୍ଚିତ୍ର ଜଗତ ସହିତ ଅନେକ ଲୋକଙ୍କ ଭବିଷ୍ୟତ ଜଡ଼ି ରହିଛି । ନିଜ ଭବିଷ୍ୟତ ସହିତ ଅନ୍ୟ ମାନଙ୍କ ଭବିଷ୍ୟତ ସହ ଖେଳିଲେ ଏଥିରୁ କିଛି ଲାଭ ମିଳିବ ନାହିଁ । ଭଲ କାମ କର ଭଲ ଫଳ ମିଳିବ ।

ଗୋଟିଏ ସହରରେ ରହୁଥିଲେ ମଧ୍ୟ କାହିଁକି ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଛନ୍ତି? ମାନା କହିଛନ୍ତି, ମୋ' ମନରେ ତାଙ୍କ ପ୍ରତି କିଛି ଖରାପ ଭାବନା ନାହିଁ। ଆଜି ମଧ୍ୟ ମୁଁ ତାଙ୍କୁ ଚାହୁଁଛି। ତାଙ୍କ ସହିତ ରହିବା ପାଇଁ ଚାହୁଁଛି। କିନ୍ତୁ ସେ ଛାଡ଼ପତ୍ର ପାଇଁ ଭୁବନେଶ୍ୱର ସେସନ୍ସ କୋର୍ଟରେ ଆବେଦନ କରିଛନ୍ତି। ଯାହାର ବିଚାର ଆଜି ଯାଏଁ ଚାଲିଛି। କିନ୍ତୁ ମୁଁ ଛାଡ଼ପତ୍ର ଦେବା ପାଇଁ ମନା କରିଛି।

ସେ କହିଛନ୍ତି, ବର୍ତ୍ତମାନ ଯାହାସବୁ ହେଉଛି, ତାକୁ ମୁଁ ପସନ୍ଦ କରୁନି। ମନୋଜ ମୋ' ସ୍ୱାମୀ। ୨୦୦୪ ପୂର୍ବରୁ ତାଙ୍କୁ ମୁଁ ଜାଣିଛି। ୨୦୦୪ ମାର୍ଚ୍ଚ ୪ ତାରିଖରେ ମୋର ତାଙ୍କ ସହିତ ବାହାଘର ହୋଇଥିଲା। ବାହାଘର ପରେ ମୁମ୍ୱାଇ ପଳାଇ ଯାଇଥିଲୁ। ଆମେ ଓଡ଼ିଶା ଆସିବା ପରେ ସେ(ମନୋଜ) ମୁମ୍ୱାଇରେ ଘର ଛାଡ଼ି ପଳାଇ ଆସିଲେ। ମୋତେ କିଛି କହିଲେ ନାହିଁ। ଓଡ଼ିଶା ଆସିବା ପରେ ଭୁବନେଶ୍ୱରରେ ଅଭିନୟ କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ କୋର୍ଟରେ ଲିଖିତ ଭାବେ ଦେଇଛନ୍ତି ଯେ, ମୁଁ ତାଙ୍କୁ ନଜଣାଇ ଝିଅକୁ ଧରି ଲୁଚି ପଳାଇ ଆସିଛି। 

ତେବେ ମୁଁ କହିବାକୁ ଚାହୁଁଛି, ମୁଁ କାହିଁକି ଲୁଚି ପଳାଇ ଆସିବି? ମୁଁ ଏଇଠି ରହିଛି, ସମସ୍ତେ ଦେଖୁଛନ୍ତି ଓ ଜାଣୁଛନ୍ତି। ମୁଁ ସମସ୍ତଙ୍କ ସହିତ ମିଶି ରହୁଛି। ଏଠାକୁ ସେ ସବୁବେଳେ ଆସନ୍ତି ଓ ଝିଅ ସହିତ କଥା ହୁଅନ୍ତି। ମୁଁ ତାଙ୍କୁ ବହୁଥର କହିଛି, ଆସ ମିଶି ରହିବା। କେସ୍‌ ଉଠାଇ ନେବା ପାଇଁ ଅନୁରୋଧ କରିଥିଲି। ହେଲେ ସେ କିଛି ଶୁଣିଲେ ନାହିଁ। ଭୁବନେଶ୍ୱରରେ ସେ କେଉଁଠି ରହୁଛନ୍ତି ମୋତେ ଜଣାନାହିଁ ବୋଲି ମାନା କହିଛନ୍ତି।