ଜାଣନ୍ତୁ ଗରୁଡ଼ସ୍ତମ୍ଭକୁ ଆଲିଙ୍ଗନ କରିବା ଦ୍ୱାରା ହୋଇଥାଏ କଣ ଓ କାହିଁକି କରାଯାଏ ଆଲିଙ୍ଗନ ?

 
Garuda stambha

ଓଡ଼ିଶା ବାସୀ ଗରୁଡ଼ ସ୍ତମ୍ଭ ସହିତ ବେଶ୍ ପରିଚିତ ଅଟନ୍ତି । ତେବେ କଣ ଆପଣ ଜାଣନ୍ତି କି ଏହି ଗରୁଡ଼ ସ୍ତମ୍ଭର କଣ ମାହାତ୍ମ୍ୟ ରହିଛି ଓ ଏହା କେଉଁଥିରେ ନିର୍ମିତ ? କାହିଁକି ପୁରୀ ଜଗନ୍ନାଥ ମନ୍ଦିରରେ ଗରୁଡ଼ ସ୍ତମ୍ଭକୁ ବିଶେଷ ପ୍ରାଧାନ୍ୟ ଦିଆ ଯାଇଥାଏ ? ଭକ୍ତ ମାନେ ଏହି ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରି ଥାଆନ୍ତି । ଏପରିକି ଆପଣ ମଧ୍ୟ କରିଥିବେ । ହେଲେ କଣ ଆପଣ ଜାଣନ୍ତି ଗରୁଡ଼ ସ୍ତମ୍ଭକୁ କାହିଁକି ଆଲିଙ୍ଗନ କରାଯାଏ ଓ ଆଲିଙ୍ଗନ କରିବା ଦ୍ୱାରା ଆପଣଙ୍କୁ କଣ ପ୍ରାପ୍ତି ହୋଇଥାଏ ।

Garuda stambha

ତେବେ ଆମେ ଆପଣଙ୍କୁ କହି ରଖୁଛୁ ଗରୁଡ଼ ସ୍ତମ୍ଭ କେଉଁଥିରେ ନିର୍ମିତ , ଏହା ଏବେ ବି ସ୍ପଷ୍ଟ ହୋଇ ନାହିଁ  । ଏହା କାଠରେ ନିର୍ମିତ କି ପଥରରେ ଏହା ଜାଣିବାରେ ବିଫକ ହୋଇଛନ୍ତି ବୈଜ୍ଞାନିକ ମାନେ । ତେବେ ଏହାକୁ ଏକ ଜୀବାଶ୍ମ ବୋଲି କୁହାଯାଏ ।

ଧର୍ମ ଅନୁସାରେ ଯେତେବେଳେ ପ୍ରଭୁ ଶ୍ରୀକୃଷ୍ଣ ଗନ୍ଧର୍ବ ରଥରେ ବସି ମୁରଲୀ ବଜାଉଥିଲେ ସେତେବେଳେ ଗୋପାଳୁଣି ମାନେ ସେଥି ପ୍ରତି ଆକର୍ଷିତ ହୋଇ ନିଜ ପରିବାର ଓ ସମାଜର ନିନ୍ଦାକୁ ଭୁଲି ଶ୍ରୀକୃଷ୍ଣଙ୍କ ପାଖକୁ ଧାଇଁ ଯାଉଥିଲେ ।

ସେହିପରି ଜଣେ ଗୋପାଳୁଣୀ ଥିଲେ ଯାହାକୁ ତାଙ୍କ ସ୍ଵାମୀ କୃଷ୍ଣଙ୍କ ପାଖକୁ ଛାଡି ନ ଥିଲେ । ଓ ଅନେକ ଗାଳି ଦେଇଥିଲେ । ଯେଉଁଥି ପାଇଁ ସେ ଗୋପାଳୁଣି ଜଣକ ଏକ ପଥରରେ ମୁଣ୍ଡ ପିଟି ପିଟି ନିଜର ପ୍ରାଣର ଆହୁତି ଦେଇଥିଲେ । କୁହାଯାଏ ଯେ ଏହି ପଥରରୁ ହିଁ ଗରୁଡ଼ ସ୍ତମ୍ଭର ନିର୍ମାଣ କରା ଯାଇଛି ।

Garuda stambha

ମାନ୍ୟତା ରହିଛି ଯେ ଏହି ସ୍ତମ୍ଭକୁ ଆଲିଙ୍ଗନ କରିବା ପ୍ରଭୁ ଜଗନ୍ନାଥଙ୍କୁ ଆଲିଙ୍ଗନା କରିବା ସହିତ ସମାନ । ଏପରି କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ । କେବଳ ସେତିକି ନୁହେଁ ଏହି ସ୍ତମ୍ଭର ଅନେକ ବିଶେଷତା ରହିଛି ।