ପରାଜୟ ପରେ ସାମ୍ନାକୁ ଆସିଲା ବିଜେଡ଼ି ହାରିବାର ବଡ଼ କାରଣ, ପାଣ୍ଡିଆନ୍ ପାଇଁ ନୁହେଁ ଏଥିପାଇଁ ହାରିଲେ ନବୀନ ପଟ୍ଟନାୟକ

 
Bjd Naveen Patnaik

ବଦଳି ଯାଇଛି ରାଜ୍ୟ ରାଜନୀତି । ତେବେ ୨୦୨୪ ସାଧାରଣ ନିର୍ବାଚନ ଲୋକ ମାନଙ୍କୁ ଆଚମ୍ବିତ କରି ଦେଇଛି । ଜିତିବା ପାଇଁ ଆଶା ରଖିଥିବା ବିଜେଡ଼ି ବିପୁଳ ସଂଖ୍ୟାରେ ପରାସ୍ତ ହୋଇଛି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମଧ୍ୟ କଣ୍ଟାବାଜିରେ ପରାସ୍ତ ହୋଇଛନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ ବିଜେଡିର କେଉଁ ଭୂଲ ପାଇଁ ବିଜେଡିକୁ ଆଜି ସହିବାକୁ ପଡିଛି ଏତେ ବଡ ପରାସ୍ତ.......

Naveen Patnaik

ବର୍ତ୍ତମାନ ପରିସ୍ଥିତିରେ ବିଜେଡି ହାରିବାର ଏକ ମୁଖ୍ୟ କାରଣ ପାଲଟିଛନ୍ତି ପାଣ୍ଡିଆନ୍ । ଲୋକ ମାନଙ୍କ ନିକଟରେ ପାଣ୍ଡିଆନଙ୍କୁ ନେଇ ଏକ ପ୍ରକାରର ଅସନ୍ତୋଷ ଦେଖା ଦେଇଥିଲା । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ପାଣ୍ଡିଆନଙ୍କର ନବୀନ ପଟ୍ଟନାୟକଙ୍କ ପ୍ରତି ବ୍ୟବହାର ମଧ୍ୟ ଲୋକଙ୍କ ମନରେ ବିତୃଷ୍ଣା ଭାବ ଜାଗ୍ରତ ହୋଇଥିଲା । 

ତେବେ ନବୀନ ପଟ୍ଟନାୟକ ସମସ୍ତ କାର୍ଯ୍ୟ ପାଣ୍ଡିଆନଙ୍କ କଥାରେ କରୁଥିବାରୁ ଲୋକେ ପାଣ୍ଡିଆନଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ଭାବି ନେଇଥିଲେ । ରାଜ୍ୟରେ ଏଭଳି ପରିସ୍ଥିତି ଲୋକଙ୍କୁ ବିଜେଡ଼ି ଠାରୁ ଦୂରେଇ ଦେବାରେ ସହାୟକ ହୋଇଥିଲା । 

ପ୍ରାର୍ଥୀ ଚୟନ ମଧ୍ୟ ବିଜେଡ଼ି ହାରିବାର ଅନ୍ୟ ଏକ କାରଣ ପାଲଟିଛି । ତେବେ ୨୫ ବର୍ଷର ସରକାର ହୋଇଥିବାରୁ ଯେ ବି ଛିଡା ହେଲେ ଜିତିବେ ବୋଲି ବିଜେଡି ଅନେକ ଆଶା ରଖିଥିଲା । ଯାହାକି ଭୂଲ ସାବ୍ୟସ୍ତ ହୋଇଛି । ଓଡିଆ ଅସ୍ମିତା ମଧ୍ୟ ବିଜେଡି ପରାସ୍ତର ଏକ କାରଣ ।

ବିଜେଡି ପକ୍ଷରୁ ଦିଆଯାଇଥିବା ମେଣ୍ଟ ପ୍ରସ୍ତାବକୁ ରାଜ୍ୟର ବିଜେପି ନେତାମାନେ ରୋକ୍‌ଠୋକ୍ ପ୍ରତ୍ୟାଖ୍ୟାନ କରିଦେଲେ। ଦଳର କେନ୍ଦ୍ରୀୟ ନେତାମାନେ ମେଣ୍ଟ ଚାହୁଁଥିଲେ ବି ରାଜ୍ୟ ନେତାମାନେ ମେଣ୍ଟ ବିପକ୍ଷରେ ବୁଝାଇ ସଫଳ ହେଲେ। ଆଉ 'ଓଡ଼ିଆ ଅସ୍ମିତା'କୁ ନେଇ ଦଳ ଲଢ଼ିବ ବୋଲି ବିଜେପିର ନେତାମାନେ ଘୋଷଣା କଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ସମାନ କଥାକୁ ଦୋହରାଇଲେ। ପ୍ରଚାର ସମୟରେ ନବୀନ-ପାଣ୍ଡିଆନଙ୍କ ଶାସନରେ କିପରି ଓଡ଼ିଆଙ୍କ ସ୍ବାର୍ଥ କ୍ଷତିଗ୍ରସ୍ତ ହେଉଛି, ତାହାକୁ ସେମାନେ ଲୋକଙ୍କୁ ବୁଝାଇବାରେ ସଫଳ ହେଲେ। 

ଓଡ଼ିଶାରେ ତାମିଲ୍ ଶାସନ କରିପାରିବେ ନାହିଁ ବୋଲି ନିଜେ ଅମିତ ଶାହ କହିଲେ। ଜଣେ ଓଡ଼ିଆ ହିଁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ନେତାମାନେ ବାରମ୍ବାର କହିଚାଲିଲେ। ଏପରିକି ପାଣ୍ଡିଆନଙ୍କ ଇଙ୍ଗିତରେ ଓଡ଼ିଶାର ଖଣି, ପାଣି ସବୁ ଅଣଓଡ଼ିଆମାନେ ଲୁଟୁଛନ୍ତି ବୋଲି କହିଲେ। ଏସବୁର ପ୍ରଭାବ ଲୋକଙ୍କ ଉପରେ ପଡ଼ିଲା। ଓଡ଼ିଆ ଅସ୍ମିତା ନବୀନ-ପାଣ୍ଡିଆନଙ୍କ ହାତରେ ସୁରକ୍ଷିତ ନୁହେଁ ବୋଲି ରାଜ୍ୟବାସୀଙ୍କୁ ବାର୍ତ୍ତା ଚାଲିଗଲା।