କିଟ୍‌ କାଣ୍ଡର ଖୋଲିଲା ବଡ଼ ଗୁମର, ନେପାଳୀ ଛାତ୍ରୀଙ୍କୁ ହୋଇଥିଲା ବ୍ୟାନ, ଟାରଣ ଜାଣି ହେବେ ଆଶ୍ଚର୍ଯ୍ୟ

 
Kiit university

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସଲ୍‌ ମୃତ୍ୟୁ ମାମଲାରେ ଆଉ ଏକ ସାଙ୍ଘାତିକ ସତ ସାମ୍ନାକୁ ଆସିଛି। ପ୍ରକୃତିଙ୍କ ସାଙ୍ଗମାନେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକୃତିଙ୍କ ଉପରେ ପ୍ରାୟ ଏକ ମାସର ବ୍ୟାନ ଲାଗିଥିଲା। ଯାହା ଜାନୁଆରୀ ୧୭ ରୁ ଆରମ୍ଭ ହୋଇ ଫେବୃଆରୀ ୧୬ରେ ଶେଷ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବି.ଟେକ୍‌ ତୃତୀୟ ବର୍ଷ (ମେକାନିକାଲ) ଛାତ୍ର ଆଦଭିକ୍‌ ଶ୍ରୀବାସ୍ତବ ନେପାଳୀ ଛାତ୍ରୀ ତଥା ବି.ଟେକ୍‌ ତୃତୀୟ ବର୍ଷ (କମ୍ପ୍ୟୁଟର ସାଇନ୍ସ)ର ପ୍ରକ୍ରିତି ଲାମ୍‌ସଲ୍‌(୨୦)ଙ୍କୁ ନିର୍ଯାତନା ଦେଉଥିଲେ। ଏହାକୁ ସହି ନ ପାରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ସ୍ଥିତ ହଷ୍ଟେଲ 'କ୍ୟୁସି୪'ର ରୁମ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ପ୍ରକ୍ରିତି ଆତ୍ମହତ୍ୟା କରିଥିଲେ।

Kiit

ଆଦଭିକ୍‌ ସମ୍ପୃକ୍ତା ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଭିଡିଓ କରି ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏହି ଘଟଣାକୁ ନେଇ ପ୍ରକ୍ରିତି ପୂର୍ବରୁ କିଟ୍‌ ଆଡ୍‌ମିନଷ୍ଟ୍ରେଟିଭଙ୍କୁ ଅଭିଯୋଗ କରିଥିଲେ। ସେ ବାରମ୍ବାର ଆଦଭିକ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମଧ୍ୟ କିଟ୍‌ର କୌଣସି ଅଧିକାରୀ ତାଙ୍କ କଥା ଶୁଣି ନ ଥିଲେ, ବରଂ ତାଙ୍କୁ କଲେଜରୁ ବ୍ୟାନ କରିଦେଇଥିଲେ। ଫେବୃଆରୀ ୧୬ ତାରିଖ ତାଙ୍କ ବ୍ୟାନ୍‌ର ଶେଷ ତାରିଖ ଥିଲା। 

ଏହି ସମୟ ମଧ୍ୟରେ ଆଦଭିକ୍‌ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରି ଫେରାର ହେବାର ପ୍ଲାନରେ ଥିଲେ। ଠିକ୍‌ ସେହିଦିନ କିଛି ଉପାୟ ନପାଇ ନେପାଳୀ ଛାତ୍ରୀଜଣକ ଜୀବନ ହାରି ଦେଇଥିଲେ। ଏହି ଘଟଣାରେ ଇନଫୋସିଟି ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା। ୩ ଡାଇରେକ୍ଟରଙ୍କ ସମେତ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ପୋଲିସ ଗିରଫ କରିଥିଲା। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର ରଥ। ଗିରଫ ହେବାର କିଛି ଘଣ୍ଟା ପରେ ସମସ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଭୁବନେଶ୍ବର ଜେଏମଏଫ୍ସି-୨ ସେମାନଙ୍କ ଜାମିନ ମଞ୍ଜୁର କରିଛନ୍ତି ।

ସୂଚନାନୁସାରେ,ମୃତ ଛାତ୍ରୀ ହେଲେ ପ୍ରକୃତି ଲମସାଲ । ତାଙ୍କ ଘର ବିଦେଶରେ ହୋଇଥିବା ବେଳେ ସେ ଉକ୍ତ ଶିକ୍ଷାନୁଷ୍ଠାନରେ ବିଟେକ୍‌ ତୃତୀୟ ବର୍ଷରେ ପଢୁଥିଲେ । ତାଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବ(୨୧)ର ଘର ଉତ୍ତରପ୍ରଦେଶରେ । ସେ ମଧ୍ୟ ବିଟେକ ପଢିବା ସମୟରେ ୨ ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଏହି ସମ୍ପର୍କ ୧୪ ତାରିଖ ଭାଲେଣ୍ଟାଇନ୍ ଡେ'ରେ ଭାଙ୍ଗି ଯାଇଥିଲା। ସେମାନଙ୍କ ଭିତରେ ବ୍ରେକ୍ଅପ୍ ହୋଇଥିଲା । କିନ୍ତୁ ପାଖରେ ରଖିଥିବା କିଛି ଭିଡିଓ ଓ ଫଟୋକୁ ନେଇ ଶ୍ରୀବାସ୍ତବ ବ୍ଲାକମେଲ କରିବା ଆରମ୍ଭ କରିଥିଲା। ତେଣୁ ପ୍ରକୃତି ମାନସିକ ଅବସାଦରେ ଥିଲେ। ଯାହା ପରେ ଆତ୍ମହତ୍ୟା କରିଦେଇଥିଲେ।