ଖାକିରେ ଦାଗ: ନ୍ୟାୟ ପାଇଁ ଆସିଥିବା ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କଲେ,ଏବେ ଧୋକ୍କା ଦେଲେ, ଜାଣନ୍ତୁ ପୁରା ଘଟଣା

 
Dhoka

ଯାଜପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ଜଣେ ପୋଲିସ ଏସଆଇଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହେଉଛି। ଉକ୍ତ ଏସଆଇ ଜଣଙ୍କ ଜଣେ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା ପରେ ଧୋକା ଦେବା ଘଟଣା ଏବେ ପୋଲିସ ବାବୁଙ୍କୁ ଅଡ଼ୁଆରେ ପକାଇଛି। ଏନେଇ ଧର୍ମଶାଳା ଥାନାରେ ସଂପୃକ୍ତ ଏସଆଇଙ୍କ ବିରୁଦ୍ଧରେ ମହିଳା ଜଣଙ୍କ ଏତଲା ଦେଇଛନ୍ତି। ମାତ୍ର ଭାଇଚାରା ରଖି ପୋଲିସ ଅଧିକାରୀ ଜଣଙ୍କ ପୋଲିସ ବାବୁଙ୍କୁ ଗିରଫ କରୁନାହିଁ। 

Mahila

ସଂପୃକ୍ତ ପୋଲିସ ବାବୁଙ୍କୁ ଗିରଫ କରିବା ସହିତ ତୁରନ୍ତ ଚାକିରୀରୁ ବହିଷ୍କାର କରିବାକୁ ମହିଳା ଜଣଙ୍କ ଦାବି କରିଛନ୍ତି। ଅଭିଯୋଗ ମୁତାବକ ମଧୁସ୍ମିତା ନାୟକ ନାମକ ଜଣେ ମହିଳା ପୋଲିସ ଏସଆଇ ଚିତ୍ତରଂଜନ ଜେନା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପୋଲିସ ଏସଆଇ ନ୍ୟାୟ ଦେବା ଆଳରେ ଏହି ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ଵିଵାହ କରିଥିଲେ। ନିଜେ ବିବାହିତ ଥାଇ ମଧ୍ୟ ପ୍ରତାରଣା କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। 

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୂର୍ ଥାନା ଅନ୍ତର୍ଗତ ଆମ୍ବସେୟୁରି ଗ୍ରାମର ମଧୁସ୍ମିତା ବଡଚରା ଥାନା ଅନ୍ତର୍ଗତ ବିବାହ କରିଥିଲେ। ନିଶାଶକ୍ତ ଅବସ୍ଥାରେ ତାଙ୍କ ସ୍ବାମୀ ମଧୁସ୍ମିତାଙ୍କୁ ପ୍ରତିଦିନ ମାଡ଼ ମାରିବା ସହିତ ପ୍ରେଟୋଲ ଢାଳି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ତା'ପରେ ସେ ବାଧ୍ୟ ହେଇ ବାପଘରେ ଆଶ୍ରୟ ନେଇଥିଲେ। ଅଭିଯୁକ୍ତ ପୋଲିସ ବାବୁ ବାଲିଚନ୍ଦ୍ରପୁର ଅନ୍ୟ ଜଣେ ସ୍ବାମୀ ପରିତ୍ୟକ୍ତ ମହିଳାଙ୍କୁ ମଧ୍ୟ ଦ୍ୱିତୀୟ ବିବାହ କରିଥିଲେ। 

ମଧୁସ୍ମିତା ଏହା ଜାଣିବା ପରେ ଚିତ୍ତରଂଜନକୁ ବିରୋଧ କରିଥିଲେ ଫଳରେ ଅଭିଯୁକ୍ତ ପୋଲିସ ଅଧିକାରୀ ତାଙ୍କୁ ଶାରିରୀକ ନିର୍ଯାତନା ଦେବା ସହ କିଛିଦିନ ପାରେ ସମ୍ପର୍କ ମଧ୍ୟ ଭାଙ୍ଗି ଦେଇଥିଲେ। ଏ ସଂପର୍କରେ ମହିଳା ଜଣଙ୍କ ଯାଜପୁର ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ। ତେବେ ଏବେ ଦେଖିବାକୁ ବାକି ରହିଲା ଅଭିଯୁକ୍ତ ଉପରେ କେବେ ଗ୍ରହଣ କରାଯାଉଛି କାର୍ଯ୍ୟନୁଷ୍ଠାନ।