ଅପରେସନ ସିନ୍ଦୁରରେ ଆଗ ଧାଡିରେ କେନ୍ଦ୍ରାପଡା ପୁଅ, ଆତଙ୍କବାଦୀ ଆଡ୍ଡାକୁ ମିଶାଇଲେ ମାଟିରେ, ଜାଣନ୍ତୁ ପୁରା ଖବର
ପାକିସ୍ତାନ ଆଉ ହିନ୍ଦୁସ୍ତାନ ମଧ୍ୟରେ ଯୁଦ୍ଧ ହେଉଛି । ଆଉ ଏହି ଯୁଦ୍ଧର କାରଣ ତ ସମସ୍ତେ ଜାଣିଥିବେ । ଏପ୍ରିଲ ମାସ 22 ତାରିଖରେ ହଠାତ୍ କାଶ୍ମୀରର ପହଲଗ୍ରାମରେ ପାକିସ୍ତାନ ଆତଙ୍କବାଦୀମାନେ ପଶି ଯାଇଥିଲେ । ଆଉ ସେମାନେ ଯାହା କରିଥିଲେ ତାହା ନିନ୍ଦନୀୟ ଅଟେ । ଏହି ପାକିସ୍ତାନୀ ଆତଙ୍କବାଦୀମାନେ ସେହି ସ୍ଥାନକୁ ଯାଇ ବିନା କାରଣରେ ହିନ୍ଦୁସ୍ତାନର ଲୋକଙ୍କୁ ମାରି ଦେଇଥିଲେ । ହିନ୍ଦୁ ଧର୍ମ କହିବା ମାତ୍ରକେ ସେହି ସ୍ଥାନରେ ସ୍ତ୍ରୀ ସାମ୍ନାରେ ସ୍ବାମୀଙ୍କୁ ଗୁଳି କରି ଦେଇଥିଲେ ଆତଙ୍କବାଦୀମାନେ ।
ପାକିସ୍ତାନ ଦେଶର ଆତଙ୍କବାଦୀମାନେ ଏଭଳି କାମ କରିବା ପରେ ଭାରତ ସରକାର ଏବେ ଏହାର ବଦଲା ନେଉଛନ୍ତି । ଭାରତ ସରକାର ପ୍ରତିଶୋଧ ନେବା ପାଇଁ ଅପରେସନ ସିନ୍ଦୂର ପ୍ରସ୍ତୁତ କରିଛନ୍ତି । ଅପରେସନ ସିନ୍ଦୂର ଜରିଆରେ ପହଲଗ୍ରାମର ବଦଲା ନେଇଛି ଭାରତ । ଆଉ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଆତଙ୍କବାଦୀମାନଙ୍କର ୯ଟି ଆଡ୍ଡାକୁ ଧ୍ଵଂସ କରି ଦେଇଛି ଭାରତ । ପହଲଗ୍ରାମରେ ଘଟିଥିବା ଘଟଣା ପରେ ଅନେକ ବୈଠକ ହୋଇଥିଲା । ବୈଠକ ପରେ ବୈଠକ ଅନୁଷ୍ଠିତ ହୋଇଥିଲା ଆଉ ଶେଷରେ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ।
ଏବେ ଏହି ଅପରେସନ ଦେଖି ପାକିସ୍ତାନ ଥରି ଉଠିଛି । ଭାରତୀୟ ସେନା ପାକ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କବାଦୀ ଆଡ୍ଡାକୁ ଧ୍ଵଂସ କରିଛି । ଏବେ ଭାରତର ଜୟ ଜୟ କାର କରୁଛନ୍ତି ଭାରତବାସୀ । ସବୁଠାରୁ ବଡ କଥା ହେଉଛି ଅପରେସନ ସିନ୍ଦୂରରେ ସାମିଲ ହୋଇଛନ୍ତି ଓଡ଼ିଆ ପୁଅ । ଓଡ଼ିଆ ପୁଅ ସଚ୍ଚିକାନ୍ତ ଦେବୀ । ଅପରେସନ ସିନ୍ଦୂରରେ ଆଗ ଧାଡିରେ ସେ ରହିଛନ୍ତି । ସେ ଅପରେସନରେ ନିଜ ଦମ୍ ଦେଖାଇଛନ୍ତି । କେନ୍ଦ୍ରାପଡ଼ା ରାଜନଗରର ପୁଅ ସଚ୍ଚିକାନ୍ତ ।
କେନ୍ଦ୍ରାପଡ଼ା ରାଜନଗର ଡ଼ାଙ୍ଗମାଳ ଅଞ୍ଚଳର ପୁଅ ହେଉଛନ୍ତି ସଚ୍ଚିକାନ୍ତ । ଆଜି ତାଙ୍କ ପାଇଁ ସାରା ଅଞ୍ଚଳ ଗର୍ବିତ । ଏବେ ଆତଙ୍କୀ ଆକ୍ରମଣର ବଦଲା ନେଇଛି ଆମ ପୁଅ ବୋଲି ଅଞ୍ଚଳବାସୀ କହିଛନ୍ତି । ସର୍ଚ୍ଚ ଅପରେସନ ପୂର୍ବରୁ ବାପାଙ୍କ ସହ କଥା ହୋଇଥିଲେ ପୁଅ । ଅପରେସନ ଯୋଗୁଁ ବାପା କଥା ହୋଇ ପାରିନାହାଁନ୍ତି ବୋଲି କହିଛନ୍ତି । ଗ୍ରାମବାସୀ କହିଛନ୍ତି ଯେତେବେଳେ ସେମାନେ ଶୁଣିବାକୁ ପାଇଥିଲେ ସଚ୍ଚିକାନ୍ତ ଏହି ଅପରେସନ ସିନ୍ଦୂରରେ ସାମିଲ ଅଛନ୍ତି ତାଙ୍କ ଛାତି କୋଣ୍ଢେ ମୋଟ ହୋଇ ଯାଇଥିଲା । ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଭାରତ ମାତା କି ଜୟ ।