ଦେଖନ୍ତୁ ଭିଡିଓ: ବିବାଦ ପରେ ମୁହଁ ଖୋଲିଲେ କାମିଆ ଜାନି, ଭିଡିଓ ପୋଷ୍ଟ କରି ବନ୍ଦ କରିଦେଲେ ବିଜେପିର ମୁହଁ

 
Kamiya jani

ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି ଜଣାଶୁଣା ବ୍ଲଗର ଓ ୟୁଟ୍ୟୁବର କାମିଆ ଜାନ। ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସହ କାମିଆ ନଜର ଆସିବା ପରେ ଜାତୀୟ ରାଜନୀତି ଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଛିି। କାମିଆ ଗୋ ମାଂସ ସେବନ କରିଥିବାରୁ ତାଙ୍କୁ କାହିଁକି ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା କାହିଁକି ମହାପ୍ରସାଦ ସେବନ ପାଇଁ ଦିଆଯାଇଥିଲା ଏନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏନେଇ ରାଜ୍ୟର ବିରୋଧୀ ଦଳ ଭାଜପା ସହ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

Kamiya jani

ତେବେ ବିବାଦ ପରେ ମୁହଁ ଖୋଲିଛନ୍ତି ୟୁଟ୍ୟୁବର କାମିଆ ଜାନି। 'ମୁଁ କେବେ ଗୋମାଂସ ଖାଇନି କି ପ୍ରମୋଟ୍ କରିନି' ବୋଲି ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଛନ୍ତି। ମୁଁ ପୁରୀରେ କୌଣସି ନିୟମ ଭଙ୍ଗ କରିନାହିଁ। ମୁଁ ଜଣେ ହିନ୍ଦୁ, ଭାରତୀୟ ସଂସ୍କୃତିର ପ୍ରଚାର କରୁଛି। କଳା ଓ ସଂସ୍କୃତିକୁ ବିଶ୍ବସ୍ତରରେ ପହଞ୍ଚାଇବା ମୋର ଲକ୍ଷ୍ୟ ବୋଲି କହିଛନ୍ତି କାମିଆ। ନୂଆ ଜିନିଷକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରୁଛି। ଭାରତୀୟ ସଂସ୍କୃତିକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ କାମ କରୁଛି । କେରଳର ଫୁଡ୍‌ ବ୍ଲଗ୍‌ ଭିଡିଓ ବ୍ୟବହାର କରାଯାଇଛି। କିନ୍ତୁ, ସେଠାରେ ମୁଁ ଗୋମାଂସ ଖାଇ ନ ଥିଲି, କେବଳ ନିରାମିଷ ବ୍ୟଞ୍ଜନ ଖାଇଥିଲି।

ସେ ଆହୁରି କହିଛନ୍ତି, 'ମୁଁ ଜଣେ ହିନ୍ଦୁ। ନା କେବେ ଗୋମାଂସ ଖାଇଛି, ନା ଏହାର ପ୍ରଚାର ପ୍ରସାର କରିଛି। ଭାରତୀୟ ଖାଦ୍ୟ ଓ ଚାଲିଚଳଣୀ ବିଷୟରେ ମୁଁ ଲୋକଙ୍କୁ ଜଣାଇଥାଏ। କେରଳର ଏକ ହୋଟେଲ ଘଟଣାକୁ ନେଇ ବିବାଦ ସୃଷ୍ଟି କରାଯାଉଛି। ଫୁଡ୍ ମିଡିଆ ପ୍ଲାଟଫର୍ମ ହିସାବରେ ମୁଁ ଖାଦ୍ୟ ବିଷୟରେ ସୂଚନା ଦେଇଥିଲି। ଏହା ଏକ ଭୁଲ ବୁଝାମଣା ହୋଇଥାଇପାରେ। ଏହି ଭୁଲ ବୁଝାମଣାର ଅନ୍ତ ଘଟିବା ଆବଶ୍ୟକ। ଘଟଣାକୁ ନେଇ ଯେଉଁମାନେ ବ୍ୟଥିତ ସେମାନଙ୍କ ନିକଟକୁ ଏହି ସୂଚନା ନିଶ୍ଚୟ ପହଞ୍ଚିବ।

ସୂଚନାଯୋଗ୍ୟ, କାମିଆ ଶ୍ରୀକ୍ଷେତ୍ର ପରିକ୍ରମାକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଏହାକୁ ନେଇ ଭାଜପା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। କାମିଆ ଜାନିଙ୍କୁ ମନ୍ଦିରରେ ପ୍ରବେଶ କରି ସରକାର ବିଶ୍ୱର ହିନ୍ଦୁମାନଙ୍କ ଧାର୍ମିକ ଭାବନା ଉପରେ କୁଠାରଘାତ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, କାମିଆଙ୍କ ଭିଡିଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି।

ଶ୍ରୀମନ୍ଦିର ନିୟମନୁସାରେ, ଗୋ ମାଂସ ଭକ୍ଷଣକାରୀ ଶୁଦ୍ଧି ନ ହେବା ପର୍ଯ୍ୟନ୍ତ ମନ୍ଦିରରେ ପ୍ରବେଶ କରିବା ଅର୍ନିବାର୍ଯ୍ୟ। ଏହାକୁ ନେଇ ବିଜେଡିର ମୁଖପାତ୍ର ଇପ୍ସିତା ସାହୁ ଓ ସଂୟପ୍ରକାଶ ମହାପ୍ରକାଶ କହିଛନ୍ତି, ପରିକ୍ରମା ପ୍ରକଳ୍ପକୁ ଜାତୀୟ ସ୍ତରରେ ପ୍ରଶଂସା ହେଉଛି ବୋଲି ଭାଜପା ସହି ପାରୁନାହିଁ। ସେଥିପାଇଁ ଭିଡିଓକୁ ନେଇ ମିଛ ତଥ୍ୟ ଦେଇ ନାଟକ ରଚନା କରୁଛି।