ଯଦି ଆପଣଙ୍କ ସ୍ତ୍ରୀ ପାଖରେ ଅଛି ଏହି ୫ ଗୁଣ, ତେବେ ଆପଣଙ୍କ ଠାରୁ ଭାଗ୍ୟବାନ ଆଉ କେହି ନୁହନ୍ତି

 
Stree

କାମ ଶାସ୍ତ୍ରକୁ ନେଇ ସମାଜରେ ଏକ ନକରାତ୍ମକ ଚିନ୍ତାଧାରା ରହିଆସିଛି । ସାଧାରଣ ଭାବେ ଏହାକୁ ଆମେ ଅନ୍ଧ ବିଶ୍ଵାସର ଆଖ୍ୟା ଦେଇଥାଉ।ବିଭିନ୍ନ ଲୋକ ଭିନ୍ନ ମତ ଉପସ୍ଥାପନ କରନ୍ତି ଏହାକୁ ନେ଼ଇ । କେହି କେହି ଯୁକ୍ତି ବାଢନ୍ତି ଆଜିର ବିଜ୍ଞାନ ଯୁଗରେ ଏହାର ଉପଯୋଗୀତା ଆଦୌ ନାହିଁ। ହେଲେ ଆସନ୍ତୁ ଜାଣିବା ଏହା କଣ, ଏହାର ଉତ୍ପତ୍ତି ଓ ଏହାର ଉପକାରିତା ସମ୍ପର୍କରେ।

Pati patni

ବାସ୍ତବରେ ଏହା ସେପରି ନୁହେଁ ଯେପରି ସମାଜ ଏହାକୁ ଆଖ୍ୟା ଦେଇଛି। କାମ ଶାସ୍ତ୍ର ହେଉଛି ମହର୍ଷି ବାତ୍ସାୟନଙ୍କ ଦ୍ଵାରା ଲିଖିତ ଏକ ପୁସ୍ତକ। ଯାହାକୁ ଯୁକ୍ତି ଯୁକ୍ତ ଆଜି ମଧ୍ୟ ଲୋକେ ମନେ କରନ୍ତି । ଏଥିରେ ସାଧାରଣତଃ ମହିଳାମାନଙ୍କ ଗୁଣ, ଅପଗୁଣ ଏବଂ ବିଶେଷ ଲକ୍ଷଣ ବିଷୟରେ ବର୍ଣ୍ଣନା କରାଯଇଅଛି। ଏହି ପୁସ୍ତକରେ ଏଭଳି କିଛି ଗୁଣର ବର୍ଣ୍ଣନା କାଯାଇଅଛି ଯାହାକି ମହିଳାମାନଙ୍କ ପାଖରେ ଥିଲେ ତାଙ୍କର ଜୀବନ ସାଥି ଅତ୍ୟନ୍ତ ଭାଗ୍ୟବାନ ହେବେ।ଏହି ଭଳି ଗୁଣ ଥିବା ମହିଳା ମାନଙ୍କୁ ବିବାହ କରିବାଦ୍ୱାରା ସେମାନଙ୍କ ଜୀଵନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେବ । ଆସନ୍ତୁ ଜାଣିବା କଣ କଣ ରହିଛି ସେହି ଗୁଣ ?

ମଧୁର ସ୍ୱର - ଏହି ପୁସ୍ତକ ଅନୁଯାୟୀ ଯେଉଁ ମହିଳା ମାନଙ୍କର ସ୍ୱର କୋଇଲି ପରି ମଧୁର ଏଵଂ ଯାହାର ସ୍ୱର ସମସ୍ତଙ୍କୁ ଆକର୍ଷିତ କରିଥାଏ ଏପରି ମହିଳା ନିଜ ସ୍ବାମୀ ଙ୍କ ପାଇଁ ଭାଗ୍ୟବାନ ପ୍ରମାଣିତ ହୁଅନ୍ତି।

ସ୍ବାମୀଙ୍କ ପ୍ରତି ଭକ୍ତି - ଯେଉଁ ମହିଳା ମାନଙ୍କର ସ୍ବାମୀଙ୍କ ପ୍ରତି ସମ୍ପୂର୍ଣ୍ଣ ଭକ୍ତି ଅଛି ଅର୍ଥାତ୍ ଯେଉଁମାନେ ଏକ ପ୍ରତିବ୍ରତା ସେମାନେ ମଧ୍ଯ ନିଜ ସ୍ଵାମୀର ଜୀବନରେ ଶାନ୍ତି ଏବଂ ସମୃଦ୍ଧି ଆଣିଦେଇଥାନ୍ତି ।

ଧାର୍ମିକତା- ଏହି ପୁସ୍ତକ ଅନୁଯାୟୀ ଯେଉଁ ନାରୀ ମାନେ ନିଜ ସଂସ୍କୃତି, ଧର୍ମ ଏବଂ ପରମ୍ପରାକୁ ଅନୁସରଣ କରନ୍ତି ଏବଂ ଗୁରୁ ଗୁରୁଜନମାନଙ୍କୁ ସମ୍ମାନ ଦେଖାନ୍ତୁ ସେମାନଙ୍କ ସ୍ବାମୀଙ୍କ ଜୀଵନ ଆଶ୍ରିବାଦ ଦ୍ଵାରା ଭରି ଯାଏ।ଏଭଳି ସ୍ତ୍ରୀ ମାନେ ନିଜ ସ୍ବାମୀ ଙ୍କ ପାଇଁ ଶୁଭଙ୍କର ହୋଇଥାନ୍ତି ।

Pati patni

ସ୍ଵାମୀ ମାର୍ଗଦର୍ଶିକା - ଯେଉଁ ମହିଳା ମାନେ ସର୍ବଦା ନିଜ ସ୍ବାମୀଙ୍କୁ ଉଚିତ୍ ମାର୍ଗ ଦେଖାଇବା ସହିତ ସତ୍ୟ ପଥରେ ଚାଲିବା ପାଇଁ ପରାମର୍ଶ ଦିଅନ୍ତି ସେମାନେ ନିଜ ସ୍ବାମୀଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟବାନ ବୋଲି ବିବେଚିତ ହୁଅନ୍ତି। ଏହି ପରି ମହିଳା ନିଜ ସ୍ବାମୀଙ୍କ ସହିତ ପରିବାରର ମଧ୍ଯ ଉନ୍ନତି ସାଧନ୍ତି।

ଆଜ୍ଞାଧିନା ନାରୀ - ଯେଉଁ ମହିଳା ପ୍ରେମର ସହିତ ନିଜ ସ୍ବାମୀଙ୍କ କଥାର ପାଳନ କରନ୍ତି ଏବଂ ଅନ୍ତରର ସହ ସ୍ବାମୀଙ୍କୁ ମାନନ୍ତି କେବଳ ସେତିକି ନୁହେଁ ଯେଉଁ ନାରୀ ସ୍ବାମୀ ସହ ଝଗଡା ନ କରି ସମସ୍ୟାର ସମାଧାନ ପ୍ରେମର ସହ କରିଥାଏ ସେହି ନାରୀ ସ୍ବାମୀ ପାଇଁ ଲକ୍ଷ୍ମୀ ପ୍ରତିମା ଅଟେ।

ଏହି ସବୁ ତଥ୍ୟ ଆମେ କହୁନାହୁଁ ଏହା ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ। ଆମର କାର୍ଯ୍ୟ ଆପଣଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା।