ଆସୁଛି ବଡ଼ କାଳବୈଶାଖୀ, ଏହି ସବୁ ଜିଲ୍ଲାରେ ତାଣ୍ଡବ ରଚିବ ବିଜୁଳି ଘଡ଼ଘଡ଼ି, ସତର୍କ ରୁହନ୍ତୁ

 
Kala baishaki

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ବଜ୍ରପାତ ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କାଳବୈଶାଖୀ ଯୋଗୁଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିପାରେ ଆଶ୍ୱସ୍ତି।

ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ପରେ ରାଜ୍ୟରେ ଅସହ୍ୟ ଗରମରୁ ଆଶ୍ୱସ୍ତି ମିଳିପାରିବ ବୋଲି ମଧ୍ୟ ପଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Kala baishaki

ପ୍ରଚଣ୍ଡ ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ଆଜି ୧୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡା, ନବରଙ୍ଗପୁରରେ ଝଡତୋଫାନ ହେବା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକରେ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ହୋଇ ୪୦-୫୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର କହିଛି ଯେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତି ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଓ ଏହାପରେ ପୁଣି ଗୋଟିଏ ପର୍ଯ୍ୟାୟରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବଢ଼଼ି ଚଳିତ ମାସ ଶେଷ ସୁଦ୍ଧା ତାପମାତ୍ରା ୪୬ ଡିଗ୍ରୀ ଡେଇଁବ ବୋଲି ଆକଳନ କରାଯାଉଛି।