ବୋଟ୍ ଓଲଟିବା ପରେ ନିଜ ଜୀବନ ବଞ୍ଚାଇବାକୁ କିପରି ବ୍ୟାକୁଳ ଥିଲେ ସାମ୍ବାଦିକ ଅରିନ୍ଦମ ଦାସ, ଦେଖନ୍ତୁ ଲାଇଭ୍ ଭିଡ଼ିଓ

 
Reporter

ଓଡ଼ିଶାର ଜଣାଶୁଣା ତଥା ଓଟିଭିର ପ୍ରମୁଖ ସାମ୍ବାଦିକ ଅରବିନ୍ଦ ଦାସଙ୍କ ଅକାଳ ବିୟୋଗ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି। ନିଜ ଜୀବନକୁ ବାଜି ଲଗାଇ ରିପୋର୍ଟିଂ କରିବାକୁ ଯାଇ ଅକାଳରେ ଚାଲି ଯାଇଛି ଏହି ଯୁବ ସାମ୍ବାଦିକଙ୍କ ଜୀବନ। ଏସସିବି ମେଡିକାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଅରିନ୍ଦମ ଓ ଓଡ୍ରାଫ୍ ଟିମଙ୍କ ଚିକିତ୍ସା ପାଇଁ ଲାଗିଥିଲେ। କିନ୍ତୁ ଅରିନ୍ଦମଙ୍କୁ ବଞ୍ଚାଇବାକୁ ଅସଫଳ ହୋଇଥିଲେ ଡାକ୍ତରୀ ଟିମ୍।

Reporter

ସୂଚନାଯୋଗ୍ୟ, ଆଜି ସକାଳୁ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଡଙ୍ଗାଟି ପାଣିର ପ୍ରଖର ସ୍ରୋତରେ ଖସିପଡ଼ିଥିଲା। ଫଳରେ ସେଥିରେ ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭିର ବରିଷ୍ଠ ପ୍ରତିନିଧି ଅରିନ୍ଦମ ଦାସ ଏବଂ କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା ପାଣିରେ ପଡ଼ିଯାଇଥିଲେ। ଏଥିସହ ଜଣେ ଓଡ୍ରାଫ୍‌ କର୍ମଚାରୀ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ସିହ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଏବେ ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ରହିଥବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ସମ୍ପର୍କରେ କଟକ ବଡ଼ ମେଡିକାଲର ଜରୁରୀକାଳୀନ ଅଧିକାରୀ ଡ.ଭୁବନାନନ୍ଦ ମହାରଣା ସ୍ପଷ୍ଟ କରିଛନ୍ତି। ଅରିନ୍ଦମ ଘରର ଏକମାତ୍ର ପୁଅ ଥିଲେ। କିଛି ବର୍ଷ ପୂର୍ବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଅନ୍ୟପକ୍ଷରେ ଓଟିଭି ତରଫରୁ ୨୦ ଲକ୍ଷ ଟଙ୍କା ର ସାହାଯ୍ୟ ରାଶି ଘୋଷଣା କରାଯାଇଛି।