ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର, ବାହାରିଲା ବଡ଼ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ପୁରା ପ୍ରୋସେସ୍

 
Ossc recruitment

ନୂଆବର୍ଷ ସହିତ ଚାକିରୀ ଅଶାୟୀଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ଆଜ୍ଞା ହଁ, ସରକାରୀ ଚାକିରୀ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆସି ପହଞ୍ଚି ଯାଇଛି। ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିନେଇ ଅମିନ, ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।

Osssc

ଏଥିନେଇ ପଞ୍ଜିକରଣ ପ୍ରକ୍ରିୟା ଗତ ଡିସେମ୍ବର ମାସ ୩୧ ତାରିଖରୁ ଆରମ୍ଭ ହୋଇଯାଇଥିବା ବେଳେ ଏହା ଜାନୁଆରୀ ମାସ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତେବେ, ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ୍ ସମିଟ୍ କରିପାରିବେ। ଚଳିତବର୍ଷ ଜାନୁଆରୀ ମାସ ୧ ତାରିଖ ପର୍ଯ୍ୟନ୍ତ ବୟସସୀମା ହିସାବକୁ ନିଆଯିବ।

ଆରଆଇ, ଏଆରଆଇ ଓ ଅମିନ ପାଇଁ ସର୍ବନିମ୍ନ ବୟସ ସୀମା ୨୦ ବର୍ଷ ରହିଥିବା ବେଳେ ଆଇସିଡିଏସ ସୁପରଭାଇଜର ଓ ଷ୍ଟାଟିଷ୍ଟିକାଲ ଫିଲ୍ଡ ସୁପରଭାଇଜର ପାଇଁ ୨୧ ବର୍ଷ ରହିଛି। ସେହିପରି ଭାବରେ ସମସ୍ତ ପଦ ପାଇଁ ସର୍ବାଧିକ ବୟସସୀମା ୩୮ ବର୍ଷ ରଖାଯାଇଛି। ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ ପ୍ରାକ୍ଟିକାଲ ଦକ୍ଷତା ଟେଷ୍ଟ ଏହି ତିନୋଟି ପର୍ଯ୍ୟାୟରେ ଚୟନ କରାଯିବ।

Apply

ଆରଆଇ ପାଇଁ ୫୫୯ଟି, ଆଇସିଡିଏସ ସୁପରଭାଇଜର (କେବଳ ମହିଳା) ପାଇଁ ୪୯୮ଟି, ଏଆରଆଇ ପାଇଁ ୮୨୭ଟି, ଅମିନ ପାଇଁ ୬୮୬ଟି ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ପାଇଁ ୩୨୫ଟି ପଦ ଖାଲି ରହିଛି। ଚାକିରୀ ପାଇଁ https://www.osssc.gov.in/Public/Pages/Post_detail_information.aspx ମାଧ୍ୟମରେ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ:- ଜଙ୍ଗଲ ଭିତରେ ଛାତ୍ର ଶିକ୍ଷୟତ୍ରୀ ଭିତରେ ଏକଣ ଚାଲିଛି? ଚୁମା ଦିଆନିଆ ସହ କରିଦେଲେ ଏମିତି କାଣ୍ଡ, ଜାଣନ୍ତୁ ପୁରା ଘଟଣା