ଏମିତି ବାପା କେଉଁ ଝିଅକୁ ନମିଳୁ, ନିଜ ଝିଅ ଉପରେ ଥିଲା ବାପାଙ୍କ ଖରାପ ନଜର, ସହି ନପାରି ଝିଅ କଲା ଏମିତି, ଜାଣନ୍ତୁ ପୁରା ଘଟଣା

 
Bapa jhia

ବାପା ସାଜିଲା ସଇତାନ। ବାପାର ଦୁଷ୍କର୍ମରେ ଅତିଷ୍ଠ ହୋଇ ନାବାଳିକା ଝିଅ ନିଜ ଜୀବନ ହାରିଥିବା ଅଭିଯୋଗ। କୋଣାର୍କ ଥାନା ଅର୍ନ୍ତଗତ ଶିମିଳି ପଞ୍ଚାୟତ ମାଟିଆପଡା ଗାଁରେ ଏକ ଲଜ୍ଜା ଜନକ ଘଟଣା ପଦାକୁ ଆସିଛି। ବାପା ନିଜ ଝିଅକୁ ବଳାତ୍କାର କରିବା ପରେ ଝିଅ ଲଜ୍ଜା ସହି ନ ପାରି ଆତ୍ମହତ୍ୟା କରିଥିବା ନେଇ ମା' ସଙ୍ଗିନ ଅଭିଯୋଗ ଆଣିଛନ୍ତି।

Bapa jhia

ସୂଚନାଯୋଗ୍ୟ, ଅଭିଯୁକ୍ତ ବାପା ନବମ ଶ୍ରେଣୀରେ ପଢୁଥିବା ତାଙ୍କ ନାବାଳିକା ବଡ଼ ଝିଅ ଉପରେ କିଛିଦିନ ହେବ ଖରାପ ନଜର ରଖିଥିଲେ। ଏନେଇ ନାବାଳିକା ତାଙ୍କ ମା'ଙ୍କୁ ଅଭିଯୋଗ କରିଥିଲେ। ସମାଜରେ ମାନସମ୍ମାନ ହାନିକୁ ଦୃଷ୍ଟିରେ ରଖି ଏପରି ଘଟଣାକୁ ଘର ଭିତରେ ସୀମିତ ରଖିବା ସହ ଆଉ ଏଭଳି ଭୁଲ ନ କରିବାକୁ ମହିଳା ତାଙ୍କ ସ୍ବାମୀଙ୍କୁ ତାଗିଦା କରିଥିଲେ। ତେବେ ରବିବାର ସମ୍ପୃକ୍ତ ମହିଳା ଅନ୍ୟ ଜଣଙ୍କ ଘରକୁ କାମ କରିବାକୁ ଯାଇଥିବାବେଳେ ବାପା ଜଣକ ପୁଣି ତାଙ୍କ ଝିଅଙ୍କୁ ବଳାତ୍କାର କରିଥିଲେ।

ସକାଳୁ ଝିଅକୁ ଜୋର ଜବରଦସ୍ତ କରିଥିଲା ବାପା। ଏସବୁ ସହି ନପାରି ନିଜ ଶୋଇବା ଘରେ ଜୀବନ ହାରିଥିଲା ଝିଅ। ପରେ ଝିଅକୁ ଧରି ସଙ୍ଗେ ସଙ୍ଗେ ଗୋପ ଡାକ୍ତରଖାନାକୁ ଆଣିଥିଲା ମା। ମାତ୍ର ଡାକ୍ତର ନାବାଳିକାକୁ ମୃତ୍ୟୁ ଘୋଷଣା କରିବା ସହ ଗୋପ ଥାନାକୁ ଏ ସଂପର୍କରେ ଅବଗତ କରାଇଥିଲେ।

ସେପଟେ କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ ହେବାପରେ କୋଣାର୍କ ପୋଲିସ ଶବକୁ ଜବତ କରି ମଳୟକୁ ଖୋଜୁଥିବା ବେଳେ ପିଶାଚ ବାପା ଫେରାର ଥିବା ସୂଚନା ଦେଇଛି କୋଣାର୍କ ପୋଲିସ। ନାବାଳିକା ଝିଅକୁ ଜୋର ଜବରଦସ୍ତ ମଦ ପିଇ ଦୁର୍ବ୍ୟବହାର ଦେଖାଇଥିଲା। ନାବାଳିକା ଜଣକ ଆଉ ସହିଲା ନାହିଁ। କେଉଁଠି ଅଭିଯୋଗ କରିବ ? କଣ ପ୍ରକୃତରେ ନ୍ୟାୟ ପାଇ ପାରିବ ? କାରଣ ରକ୍ଷକ ଏଠି ଭକ୍ଷକ ସାଜିଛି।

Konark thana

ତେଣୁ ଏପରି ଲଜ୍ଜା, ଶାରୀରିକ ଓ ମାନସିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ନେଇଗଲା ଚରମ ନିଷ୍ପତ୍ତି। ନିଜ ଶୋଇବା ଘରେ ଶେଷ କରି ଦେଲଶ ନିଜ ଜୀବନକୁ। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୪/୨୪) ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।