ବାହାଘର କାର୍ଡ ବଣ୍ଟା ସରିଥିଲା, ବାହା ହୋଇଥାନ୍ତା ଝିଅ ହେଲେ ବାପା ମାଆ ଏକା କରି ସବୁ ଦିନପାଇଁ ଚାଲିଗଲେ, ଜାଣନ୍ତୁ ପୁରା ଘଟଣା

 
Jhia bapa maa
କିଛି ଦିନ ପରେ ବାହା ହୋଇଥାନ୍ତା ଝିଅ । ଘରୁ ଉଠିଥାନ୍ତା ଝିଅର ବାହା ଶବାରୀ । ବାପା ମାଆ ବିଦା କରିଥାନ୍ତେ ଝିଅକୁ ଶାଶୁ ଘରକୁ । ହେଲେ ସରିଗଲା ସବୁ କିଛି । ଯେଉଁ ବାପା ମାଆଙ୍କୁ ଝିଅ ଛାଡ଼ି ଶାଶୁ ଘରକୁ ଯାଇଥାନ୍ତା ସେହି ଝିଅକୁ ବାପା ମା ଛାଡ଼ି ଚାଲି ଯାଇଛନ୍ତି ସବୁ ଦିନ ପାଇଁ ଆର ପାରିକୁ । 

Jhia

କାହା ଆଖିରେ ଲୁହ ରହୁନି । ହେ ପ୍ରଭୁ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ । ଏଭଳି ଏକ ପରିସ୍ଥିତିରେ ପୁରା ବେସାହାରା ହୋଇ ଭାଙ୍ଗି ପଡିଛି ଝିଅ । କାନ୍ଦି କାନ୍ଦି ଖାଲି ଏତିକି କହୁଛି ମୁଁ ଆଜି ଅନାଥ ହୋଇଗଲି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏମିତି ଏକ ଦୁଃଖଭରା ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିର୍ଗେଲ୍ ଗ୍ରାମରେ । ସେହି ଗ୍ରାମରେ ରହୁଥିବା ଭାଗ୍ୟଧର ପଟେଲ୍ ସ୍ତ୍ରୀ ସୁରେଖା ପଟେଲ୍ ଓ ସାନ ଝିଅ ସ୍ନେହଲତା ପଟେଲ୍ ଏକ ବିଭାଘରୁ ଭୋଜି ଖାଇ ଫେରୁଥିବା ସମୟରେ ସାମ୍ନାରୁ ଆଉ ଏକ ଗାଡ଼ି ଆସି ତାଙ୍କୁ ଧକ୍କା ଦେଇଥିଲା । 

ସେଠାରୁ ଦୁହିଁଙ୍କୁ ବୁର୍ଲା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ମାଆ ବାପା ଦୁହିଁଙ୍କର ଜୀବନ ଚାଲି ଯାଇଛି । ଆଗାମୀ ମାସ ୪ ତାରିଖରେ ବଡ ଝିଅ ଅନିତାର ବିଭାଘର ହୋଇଥାନ୍ତା । ତେବେ ତା ପୂର୍ବରୁ ଘଟି ଗଲା ଏକ ଅଭାବନୀୟ କାଣ୍ଡ ।