ଦେଖନ୍ତୁ ଭିଡିଓ: “ମତେ ଗାଡ଼ି ଚଢାଇ ମର୍ଡର କରିବାକୁ ଆସିଛି ଧମକ୍” ଯାତ୍ରାମୁଣ୍ଡି ତରଫରୁ ହତ୍ୟା ଧମକ ମିଳିଲା ରାଣୀ ପଣ୍ଡାଙ୍କୁ

 
Rani panda

ରାନୀ ପଣ୍ଡା ପ୍ରଥମେ ସାହାଯ୍ୟ କଲେ ପରେ ଝାଡ଼ିଲେ। ହାତରେ ଟଙ୍କା ବଣ୍ଡଲ ଧରି ମୃତାହତଙ୍କ ପରିବାରକୁ ବାଣ୍ଟିଲେ। ରାନୀ କହିଲେ, ବଡ଼ କଳାକାର ଖାଇବେ ମାଛ, ଟେକ୍ନିସିଆନ ଖାଇବେ ପଖାଳ- ଅଳୁ ଭର୍ତ୍ତା। ଯାତ୍ରା ପାର୍ଟିର ଟେକ୍ନିସିଆନଙ୍କ ଯାତାୟତ ପାଇଁ ବସ୍ ଦାବି କଲେ ରାନୀ ପଣ୍ଡା। ଶବ ସତ୍କାର ପାଇଁ ଟଙ୍କା ଦେଲେ ପୁଣି ଆହତଙ୍କୁ ଭେଟି ସହାୟତାର ହାତ ବଢ଼ାଇଲେ। ତେବେ ଏହାରି ଭିତରେ ସେ ଅନେକ ବଡ଼ ବଡ଼ ଯାତ୍ରା କଳାକାରଙ୍କୁ ସାହାଯ୍ୟ କରିବାକୁ ଶୁଣାଇଦେଇଥିଲେ।

Rani panda

ଅନେକ ଥର ସୋସିଆଲ ମିଡିଆରେ ଲାଇଭ୍ ଆସି ସେ ଅନେକ ଜଣକୁ ଗାଳି କରିଥିବା ଭିଡିଓ ଭାଇରାଲ୍ ହେଉଛି। ଏବଂ ଏଥିରେ ତାଙ୍କୁ ମର୍ଡର କରିବାକୁ ଧମକ ମିଳୁଥିବା କଥା କହିଛନ୍ତି। କମେଡିଆନ୍ ଗୁରୁ ପୃଷ୍ଟି ଓ ରାନୀ ପଣ୍ଡା ମଧ୍ୟରେ ଏବେ ବିବାଦ ବଢି ଚାଲିଛି ଉଭୟେ ଉଭୟଙ୍କୁ ଖରାପ କହିବା ସହ ଗାଳି ଦେଉଛନ୍ତି। ଏହା ପୂର୍ବରୁ ଧଉଳି ଗଣନାଟ୍ୟ ଟ୍ରକ୍ ଓଲଟି ୬ ଜଣଙ୍କ ମୃତ୍ୟୁ ପରେ ରାନୀ ପଣ୍ଡା ତୁରନ୍ତ ମେଡ଼ିକାଲରେ ପହଞ୍ଚି ଟଙ୍କା ସାହାଯ୍ୟ କରିଥିଲେ।

ମେଡ଼ିକାଲ୍‌ରେ ଆହତଙ୍କୁ ଭେଟିବା ପରେ ଯାତ୍ରା ପାର୍ଟି ମାଲିକ ଓ ଯାତ୍ରା କଳାକାର ସଂଘ ଉପରେ ବର୍ଷିଥିଲେ ରାନୀ। ଆଉ ସେ କହିଥିଲେ, ଏହି ଭାଇମାନଙ୍କ ଦ୍ୱାରା ତିଆରି ହୋଇଥିବା ମଞ୍ଚରେ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀମାନେ ଅଭିନୟ କରୁଛନ୍ତି। ହେଲେ ଦୁଃଖର ବିଷୟ ସେମାନଙ୍କ ପାଖରେ ଛିଡ଼ା ହେବା ପାଇଁ ଆଜି କେହି ନାହାନ୍ତି। ରାନୀ ପଣ୍ଡା ମୃତକଙ୍କ ପରିବାରବର୍ଗଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଓ ଆହତଙ୍କ ପରିବାରଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣୀ ଘାଟିରେ ଧଉଳି ଗଣନାଟ୍ୟର ଗାଡ଼ି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲା। ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍‌। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ ପହଂଚି ଟ୍ରକ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।