ଝଙ୍କଡ଼ ମା ଶାରଳାଙ୍କ ମନ୍ଦିରରେ ନୂଆ କଟକଣା, ଅବିବାହିତଙ୍କୁ ଗର୍ଭ ଗୃହ ମନା! ଜାଣନ୍ତୁ ପୁରା ଖବର

 
Sarala

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ କନକପୁରର ମା' ଶାରଳାଙ୍କ ମନ୍ଦିରରେ ଶୃଙ୍ଖଳା ଆଣିବାକୁ ନୂଆ ନିୟମାବଳୀ ଲାଗୁ ହୋଇଛି। ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ୍ ମନା। ମନ୍ଦିରରେ ଶୃଙ୍ଖଳା ଆଣିବାକୁ ଏହି ନିୟମ ଲାଗୁ କରାଯାଇଛି। ମାଆଙ୍କର ମଝି ଦେଉଳ ଓ ଗର୍ଭ ଗୃହକୁ ମୋବାଇଲ ନିଷେଧ ମନା। ଏହା ସହିତ ମାଆଙ୍କର ବିଗ୍ରହର ଫଟୋ ଉଠାଇବା ନିଷେଧ କରାଯାଇଛି।

Sarala

ବେଢ଼ା ଭିତରେ ଫଟୋ ଉଠାଇଲେ ଜରିମାନା ଲାଗୁହେବ। ସେବାୟତ ମାନେ ଯାତ୍ରୀଙ୍କୁ ହଇରାଣ କଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପଦକ୍ଷେପ ନିଆଯିବ। ବ୍ରତ ହୋଇ ନଥିବା ବା ଅବିବାହିତ ସେବକ ମାନଙ୍କୁ ଗର୍ଭ ଗୃହ ପ୍ରବେଶକୁ ନିଷେଧ କରାଯାଇଛି। ଏଥି ସହିତ ମନ୍ଦିର ବେଢ଼ା ଭିତରକୁ ପଲିଥିନ ମଧ୍ୟ ବାରଣ କରାଯାଇଛି। ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନ କହିଛି।

Sarala

ସେହିପରି ପଣ୍ଡା ସେବକମାନେ ଯାତ୍ରୀ ଓ ମନ୍ଦିର କର୍ମଚାରୀମାନଙ୍କୁ ଖରାପ ବ୍ୟବହାର କଲେ ପୁଲିସକୁ ଲିଖିତ ଅଭିଯୋଗ କରିପାରିବେ। ଯାତ୍ରୀଙ୍କୁ ଜୁଲମ୍‌ କରି ଅର୍ଥ ଆଦାୟ କଲେ ଅଭିଯୋଗ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ସେତିକି ନୁହେଁ, ଭକ୍ତ ଓ ସେବାୟତଙ୍କ ପାଇଁ ଅଭିଯୋଗ ବାକ୍ସ ଓ ଅଭିଯୋଗ ପୁସ୍ତକର ବ୍ୟବସ୍ଥା କରାଯିବ। ଅଭିଯୋଗକୁ ସପ୍ତାହରେ ଥରେ ପ୍ରଶାସନ ଦେଖିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।