ପୁଅ ପାଇଁ ହୋଲି ଖେଲିବା ହେଲା କାଳ, ରଙ୍ଗ ଖେଳୁ ଖେଳୁ ପୁଅର ଚାଲିଗଲା ଜୀବନ, ଜାଣନ୍ତୁ ପୁରା ଘଟଣା

 
Holi

ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି। ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୨ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ କୁମାର ଦାସ।

ଆଶିଷ ସାଙ୍ଗମାନଙ୍କ ସହ ହୋଲି ଖେଳିସାରି ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ଆଶିଷଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Pokhari

ସେହିଭଳି ପାରାଦୀପ ଉପକଣ୍ଠ କତକୁଲା ଗ୍ରାମର ଜୟନ୍ତ ଶର୍କରାଙ୍କ ପୁଅ ରାଜକିଶୋର ରାଉତ ଆଜି ସାଙ୍ଗମାନଙ୍କ ସହ ରଙ୍ଗ ଖେଳି ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲା। ସେଠାରେ ତାର ଗୋଡ଼ ଖସିଯିବାରୁ ସେ ପୋଖରୀର ଗଭୀର ପାଣି ଭିତରେ ବୁଡ଼ିଯାଇଥିଲା। ଅନେକ ଚେଷ୍ଟା ପରେ ମଧ୍ୟ ତାକୁ ପାଖରେ ଥିବା ସାଙ୍ଗସାଥୀ ଉଦ୍ଧାର କରି ପାରି ନଥିବାରୁ ତାର ମୃତ୍ୟୁ ଘଟିଥିଲା।

Ashis

ଅନ୍ୟ ଏକ ଘଟଣା ସୋର ପୌରାଞ୍ଚଳ ମଧୁସୂଦନପୁର ଗ୍ରାମରେ ଘଟିଥିଲା। ସୋର ଥାନା ଦହିସଡ଼ା ଗ୍ରାମର ମାନସ ପାତ୍ରଙ୍କ ଏକମାତ୍ର ପୁଅ ଆୟୁଷ ସାଙ୍ଗମାନଙ୍କ ସହ ରଙ୍ଗ ଖେଳି ସାରିବା ପରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଯାଇଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।