ସତ ହେବାକୁ ଯାଉଛି ମାଳିକା ବଚନ! କଟକରେ ଆରମ୍ଭ ହେବ ମହାଯୁଦ୍ଧ, ବହିବ ରକ୍ତର ନଦୀ, ଜାଣନ୍ତୁ ପୁରା ଖବର

 
Cuttack
ସତ ହେବାକୁ ଯାଉଛି ମହାପୁରୁଷଙ୍କ ବାଣୀ । ତେବେ ପୃଥିବୀ ଧ୍ଵଂସ ହେବାକୁ ନେଇ ମାଳିକା ବଚନ ଗୁଡିକରେ ଯେପରି କୁହା ଯାଇଛି ଗୋଟି ଗୋଟି କରି ସବୁ ତ ସତ ହେଉଛି । ଯାହା ପରେ ଲୋକ ମାନଙ୍କ ମନରେ ଦେଖା ଦେଉଛି ଭୟ । ବିଶେଷ କରି ଯଦି ଓଡ଼ିଶାର କଟକ କଥା କୁହାଯାଏ ଏହି ସ୍ଥାନକୁ ନେଇ ମାଳିକାରେ ବର୍ଣ୍ଣନା କରାଯାଇଛି ଅନେକ ଘଟଣା । 

ମ

ମାଳିକାର କହିବା ଅନୁସାରେ ପୃଥିବୀର ସବୁଠାରୁ ବଡ଼ ଯୁଦ୍ଧ ଆରମ୍ଭ ହେବ ଓଡିଶାର କଟକ ସହରରୁ । କଟକରେ ବୋହିବ ରକ୍ତର ନଈ । କଟକର ଏହି ଯୁଦ୍ଧ ଧୀରେ ଧୀରେ ବ୍ୟାପିଯିବ ସାରା ବିଶ୍ବ ରେ । ଯାହାର ପରିଣାମ ହେବ ଅତି ଭୟଙ୍କର ।

ମାଳିକାରେ ଏହା ମଧ୍ୟ କୁହା ଯାଇଛି କଟକ ରେ ଅଚାନକ ଏକ ବଡ଼ ଭୂମିକମ୍ପ ଦେଖା ଦେବ । ଏପରି ଭୂମିକମ୍ପ ଲୋକେ ପୂର୍ବରୁ କେବେ ଦେଖି ନ ଥିବେ । 

Cuttack

ମାଳିକା ରେ ଆହୁରି ମଧ୍ୟ ଲେଖା ଅଛି କଟକରୁ ଜେବ୍ରା ଯାଏଁ ବୋହିବ ରକ୍ତର ନଦୀ । ଦିନରେ ଜନ ଶୂନ୍ୟ ରହିବ ଓ ରାତିରେ ଲୋକେ କରିବେ ରକ୍ତପାତ । ଏପରି ଅନେକ କିଛି । ୬୦୦ ବର୍ଷ ପୂର୍ବେ ଲେଖା ଯାଇଥିବା ମାଳିକାରେ ବର୍ଣ୍ଣନା କରାଯାଇଛି ।

ତେବେ ଲୋକେ ଏବେ ଧୀରେ ଧୀରେ ମାଳିକା ଉପରେ ପ୍ରଶ୍ନ ଉଠାଇବା ବନ୍ଦ୍ କରି ସାରିଲେଣି । ଏବଂ ବିଶ୍ୱାସ ବି କରିବାରେ ଲାଗିଲେଣି । କାରଣ ମାଳିକାର ଗୋଟିଏ ପରେ ଗୋଟିଏ କଥା ସତ ହେଉଛି ।