ଜଣାପଡ଼ିଲା ସତ, କାନ୍ଦି କାନ୍ଦି ମା'କୁ କହିଥିଲା ପୁଅ ଏହି ଗୋଟିଏ କାରଣ ପାଇଁ ପ୍ରେମିକାକୁ କଲା ୫୯ ଖଣ୍ଡ
ବେଙ୍ଗାଲୁରୁରେ ନିଜ ବାନ୍ଧବୀଙ୍କୁ ହତ୍ୟା କରି ଶବକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ ଭିତରେ ରଖିବା ଘଟଣାରେ ଟ୍ବିଷ୍ଟ । ସାନ ଭାଇକୁ ହତ୍ୟା ଘଟଣା କହିଥିଲା ହତ୍ୟାକାରୀ ମୁକ୍ତି ରଞ୍ଜନ । ଗଣମାଧ୍ୟମରେ ଏସପି କହିଛନ୍ତି ଯେ ମୁକ୍ତିରଞ୍ଜନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତ ପ୍ରକ୍ରିୟାରେ ଭଦ୍ରକ ପୁଲିସ ପକ୍ଷରୁ ବେଙ୍ଗାଲୁରୁ ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି।
ମହାଲକ୍ଷ୍ମୀକୁ ଅତି ବର୍ବରତାର ସହ ହତ୍ୟା ପରେ ସେ ସିଧା ଓଡ଼ିଶା ଚାଲି ଆସିଥିଲା। ଘରକୁ ଫେରିବାପରେ ମୁକ୍ତିରଞ୍ଜନ ବିଷାଦରେ ଥିଲା। ପୁଅର ମନୋଭାବ ଦେଖି ମା' ଜାଣିବାକୁ ଚାହିଥିଲେ କ'ଣ ହୋଇଛି।
ମୁକ୍ତିରଞ୍ଜନଙ୍କ ମୃତ୍ୟୁ ପରେ ପୁଲିସ ଏକ ଲାପଟପ, ଡାଏରୀ ସହ ସୁଇସାଇଡ୍ ନୋଟ୍ ଜବତ କରିଛି। ପୁଲିସର ସୂଚନା ଅନୁସାରେ ସୁଇସାଇଡ ନୋଟରେ ହତ୍ୟାକାଣ୍ଡ ନେଇ ସବୁ କିଛି ମାନିଛି ଅଭିଯୁକ୍ତ ମୁକ୍ତିରଞ୍ଜନ।ମୁକ୍ତି ରଞ୍ଜନଙ୍କ ଭାଇ କହିଛନ୍ତି, ମହାଲକ୍ଷ୍ମୀଙ୍କ ସହ ଭାଇର ପ୍ରେମ ସମ୍ପର୍କ ଥିଲ। ହେଲେ ବିଭିନ୍ନ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା।
ପରେ ଭାଇ ସେହି ଝିଅକୁ ନେଇ କେରଳ ଯିବାକୁ ବାହାରିଥିଲା। ହେଲେ ଗାଡ଼ିରେ ଯିବା ବେଳେ ସେହି ଝିଅ ଭାଇ ନାଁରେ ପୁଲିସ ନିକଟରେ ଅପହରଣ କରି ନେଉଯାଉଥିବା ଅଭିଯୋଗ କରିଥିଲା। ପୁଲିସ ଭାଇକୁ ମାଡ଼ ମାରିବା ସହ ଜୋରିମାନ କରିଥିଲା। ପରେ ଭାଇକୁ ବୁଝାସୁଝା କରି ପୁଲିସ ଛାଡ଼ି ଦେଇଥିଲା।
ଭାଇ ଓ ସେହି ଝିଅ ପୁଣି ବେଙ୍ଗଲୁରୁ ଫେରିଥିଲେ।ବେଙ୍ଗଲୁରୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଅଧିକ ବଢ଼ିବାରେ ଲାଗିଥିଲା। ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ହେଉଥିଲା। ଏପରି ଗୋଟିଏ ଦିନ ସେହି ଝିଅ ଓ ଭାଇ ମଧ୍ୟରେ ଜୋରରେ ଝଗଡ଼ା ହୋଇଥିଲା। ସେହି ଝିଅ ଘରେ ଥିବା ଏକ ଛୁରୀ ଆଣି ଭାଇକୁ ମାରିବାକୁ ଧମକ ଦେଇଥିଲା।
ଏହି ଛୁରୀରେ ମୁଁ ତୋତେ ହତ୍ୟା କରି ପ୍ରେସର କୁକରରେ ସିଝାଇ ବାଥରୁମରେ ପକାଇ ଦେବି ବୋଲି କହିଥିଲା।ପରେ ଭାଇ ରାଗରେ ସେହି ଝିଅର ତଣ୍ଟିକୁ ଜୋରରେ ଧରି ନେଇଥିଲା। ପରେ ଦେଖିଲା ବେଳକୁ ସେହି ଝିଅର ମୃତ୍ୟୁ ଘଟିଥିଲା। ପରେ ଭାଇ ସେହି ଝିଅକୁ ବେଡସିଡ୍ରେ ଗୋଡ଼ାଇ ଫ୍ୟାନରେ ଟାଙ୍ଗି ଦେବାକୁ ଚେଷ୍ଟା କରିଥିଲା, ହେଲେ ସୁବିଧା ହୋଇନଥିଲା। ପରେ ଭାଇ ସେହି ଝିଅକୁ ଛୁରୀରେ କାଟି ଫ୍ରିଜରେ ପୂରାଇ ଦେଇଥିଲା। ପରେ ସେଠାରୁ ମୋ ପାଖକୁ ବ୍ରହ୍ମପୁର ପଳାଇ ଆସିଥିଲା। ଭାଇ ମୋ ପାଖରେ ଆସି ୧୦ରୁ ୧୨ ଦିନ ରହିଥିଲା। ଭାଇ କିଛି ଦିନ ରହିବା ପରେ ମୋତେ ଘଟଣା ସଂପର୍କରେ ସବୁ କହିଥିଲା।