କଲେଜ କ୍ୟାମ୍ପସରେ ପାଠପଢା ସହ ଚାଲିଛି କଣ? ସାଂଘାତିକ ଅଭିଯୋଗ ପରେ ସାମ୍ନାକୁ ଆସିଲା ଅସଲ ଚେହେରା, ଜାଣନ୍ତୁ ପୁରା ଖବର

 
College
କଲେଜ୍ ରେ ଚାଲିଛି ସେକ୍ସ୍ ରାକେଟ । ସତରେ କଥାଟା କାନକୁ କେତେ ଅଡୁଆ ଶୁଭୁଛି । ଭାରତୀୟ ସଂସ୍କୃତି ଓ ସତ୍ୟତା ଆଧାର ରେ ଆମେ ଶିକ୍ଷାନୁଷ୍ଠାନକୁ ମନ୍ଦିରର ଦରଜା ଦେଇଥାଉ । ହେଲେ ବର୍ତ୍ତମାନ ସମୟ ପଇସା ରୋଜଗାର କରିବାର ନିଶା ସମସ୍ତଙ୍କୁ ଏତେ ଘାରିଛି ଯେ ଲୋକେ କର୍ମ ଓ କୁକର୍ମର ହିସାବ ରଖୁ ନାହାନ୍ତି । ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ଯଦି ଏଭଳି କାମ ହେଉଛି ତେବେ ଅନ୍ୟ ସ୍ଥାନର ଅବସ୍ଥା କିଭଳି ଥିବ ।

ଗ

ନିକଟରେ ଗଞ୍ଜାମର ହିଞ୍ଜିଳି କାଟୁ ସ୍ଵୟଂ ଶାସିତ ସାଇସନ୍ କଲେଜ୍ ରେ ସେକ୍ସ୍ ରାକେଟ ଚାଲିଥିବା ନେଇ ଅଭିଯୋଗ ଆସିବା ପରେ ଏବେ ବଢ଼ିଛି ତାତି । କେବଳ ଗଞ୍ଜାମ କାହିଁକି ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା ଅନ୍ୟ ମହା ବିଦ୍ୟାଳୟ ଗୁଡିକରେ । ଏପରିକି କେତେକ ସ୍ଥାନରେ ତ ଅଧ୍ୟାପକ ମାନେ ସମୃକ୍ତ ଥିବାର ମଧ୍ୟ ଜଣା ପଡିଥିଲା । 

ଏହି ଅଭିଯୋଗର ତଦନ୍ତ କରିବା ପାଇଁ ସରକାର ଏକ କମିଟି ଗଠନ କରିଥିଲେ । ସୂଚନା ଅନୁସାରେ ଅଭିଯୋଗ ରହିଥିଲା ଯେ ଗଞ୍ଜାମର ଏହି କଲେଜ୍ ରେ ଦିନରେ ପାଠ ପଢା ଓ ରାତିରେ ସେକ୍ସ୍ କାରବାର ଚାଲିଛି । ଏଥିରେ କଲେଜ୍ କର୍ମଚାରୀ ସାମିଲ୍ ଅଛନ୍ତି ବୋଲି ଶୁଣିବାକୁ ମିଳିଥିଲା ।

College students

ତେବେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ସେକ୍ସ ରାକେଟ ଚାଲିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରର ଜବାବ ଦେଇ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ ତଦନ୍ତ ବେଳେ ଏଭଳି କାର୍ଯ୍ୟକଳାପର କୌଣସି ପ୍ରମାଣ ମିଳିନାହିଁ। 

ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଯେଉଁ ଅଭିଯୋଗକୁ ଆଧାର କରାଯାଇଛି ତାର କୌଣସି ପ୍ରମାଣ ନାହିଁ। ତେଣୁ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ବେନାମୀ ଅଭିଯୋଗର କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଠାବ କରାଯାଇପାରୁନାହିଁ। କଲେଜର ଷ୍ଟାଫ୍ କାଉନସିଲ, ଆଲୁମିନି ଆସୋସିଏସନ, ଅଧ୍ୟାପକ, ଛାତ୍ରୀ ଓ ମହିଳା ହଷ୍ଟେଲର ବାସିନ୍ଦା ମାନେ ସେକ୍ସ ରାକେଟ ସମ୍ପର୍କୀତ ଖବରକୁ ଖଣ୍ଡନ କରିଛନ୍ତି। ଏବଂ ଏହା ବଦନାମ କରିବାକୁ ଅପପ୍ରୟାସ ବୋଲି କୁହଯାଇଛି।