ଇନଷ୍ଟାଗ୍ରାମ ପ୍ରେମ ମୋର ସବୁ କିଛି ସାରିଦେଲା, ପ୍ରେମ ବିବାହର ୧୫ ଦିନ ପରେ ସ୍ତ୍ରୀ ସହ ଏମିତି କଲା ସ୍ୱାମୀ, ଜାଣନ୍ତୁ ପୁରା ଘଟଣା
ଇନ୍ଷ୍ଟାଗ୍ରାମରୁ ପ୍ରେମ କରି ଫସିଗଲି , କେତେ କଣ ଭାବିଥିଲି ହେଲେ ସେ ସବୁ ଛାରଖାର ହୋଇଗଲା । ଇନ୍ଷ୍ଟାଗ୍ରାମରୁ ପ୍ରେମ କରି ଯୁବକଙ୍କୁ ବିବାହ କରିଥିଲେ ଯୁବତୀ , ହେଲେ ସେ କେବେ ଭାବି ନଥିଲେ ଆଗକୁ କିଛି ପ୍ରଥମେ ଏପରି ହେବ ବୋଲି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ପ୍ରଥମେ ଇନ୍ଷ୍ଟାଗ୍ରାମରେ ଦେଖା ହୋଇ ବନ୍ଧୁ ହୋଇଥିଲେ ଦୁହେଁ । ଯୁବକ ଜଣଙ୍କ କିଛି ଦିନ ପରେ ଯୁବତୀ ଜଣଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ । ହେଲେ ଯୁବତୀ ଜଣଙ୍କ ମନା କରି ଦେଇଥିଲେ ।
ଯାହା ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ବହୁତ୍ ବୁଝାଇଥିଲେ । ଯୁବତୀ ଜଣଙ୍କ ମନା କଲେ ସେ ହାତ କାଟି ଦେବେ ବୋଲି କହିବାରୁ ଯୁବତୀ ଜଣଙ୍କ ମଧ୍ୟ ରାଜି ହୋଇ ଯାଇଥିଲେ ପ୍ରେମ ପ୍ରସ୍ତାବରେ ।
ଯାହା ପରେ ଦୁହେଁ ବିବାହ କରିଥିଲେ । ବର୍ତ୍ତମାନ ଯୁବତୀ ଜଣଙ୍କ ଦ୍ବାରସ୍ଥ ହୋଇଛନ୍ତି ଥାନାର । ଯୁବତୀଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀ ଓ ଶାଶୂ ଦୁହେଁ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ଏବଂ କହୁଛନ୍ତି ଘରକୁ ଯା ଯୌତୁକ ନେଇକି ଆସିବୁ ।