ଦେଖନ୍ତୁ ଭିଡିଓ: ପାଣ୍ଡିଆନଙ୍କୁ କାଳି ମାଡ଼ କରିଥିବା ଭାସ୍କର ଦେଖାଇଲା ମୁହଟାଣ, କହିଲେ ମୁଁ ତାଙ୍କୁ କ୍ଷମା ମାଗିବିନି କାରଣ ସେ...

 
Pandian

କିଛି ଦିନ ତଳେ 5t ସଚିବ VK ପାଣ୍ଡିୟାନଙ୍କ ଉପରେ ହୋଇଥିବା କାଳିମାଡ ଖବରର ସରଗରମ ଏବେ ମଧ୍ୟ କମିନି।କେବେ ପାଣ୍ଡିୟାନଙ୍କ ନିଷ୍ପତ୍ତି ତ କେବେ ଭାସ୍କରଙ୍କ ପ୍ରତିକ୍ରିୟା ଆସୁଛି ଆଖି ସାମ୍ନାକୁ। ସତ୍ୟବାଦୀ ଠାରେ ପାଣ୍ଡିୟାନଙ୍କ ଉପରେ ହୋଇଥିବା କାଳୀମାଡ କଥା ତ ଆପଣ ଜାଣନ୍ତି। ଘଟଣାଟି ଘଟାଇଥିବା ବ୍ୟକ୍ତି ଜଣକ ମଧ୍ୟ କାହାକୁ ଅଛପା ନାହାନ୍ତି।ସେ ଯୁବକ ଜଣକ କଳାସ ଅଞ୍ଚଳର ଭାସ୍କର ସାହୁ।

ଭାସ୍କର ଙ୍କ ଏହି କାର୍ଯ୍ୟ ପାଇଁ ସେ ଗିରଫ ମଧ୍ୟ ହୋଇଥିଲେ। ପାଣ୍ଡିୟାନ ତାଙ୍କୁ ଛାଡି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପୋଲିସକୁ , ଯାହାଦ୍ବାରା ଭାସ୍କରଙ୍କୁ ଛାଡ଼ି ମଧ୍ୟ ଦିଆଯାଇଥିଲା ଏବଂ ପାଣ୍ଡିୟାନ ଭାସ୍କରଙ୍କ କାର୍ଯ୍ୟ ପାଇଁ ତାଙ୍କୁ କ୍ଷମା କରିଦେଇଛନ୍ତି ବୋଲି ମଧ୍ୟ ମତ ଦେଇଥିଲେ।

bvvb

ଏହି ଘଟଣାଟି ପରେ ସମସ୍ତଙ୍କ ନଜର ରହିଛି ଭାସ୍କରଙ୍କ ଉପରେ। ଏ ନେଇ ଭାସ୍କରଙ୍କ ପ୍ରତିକ୍ରିୟା ରହିଛି ପୁରା ସ୍ପଷ୍ଟ ଏବଂ ତୀବ୍ର।

ଭାସ୍କର କହିଛନ୍ତି,"ମୋର ଏହି କାର୍ଯ୍ୟ ପାଇଁ ଓଡ଼ିଶାର ଅନେକ ଜନସାଧାରଣ ମୋର ସାଥ ଦେଇଛନ୍ତି ଏବଂ ଯେଉଁମାନେ ମୋ କାର୍ଯ୍ୟକୁ ନେଇ ଅସନ୍ତୋଷ ଦେଖାଇଛନ୍ତି ସେମାନଙ୍କ ମନର କ୍ରୋଧ ଦୂର କରିବା ପାଇଁ ମୁଁ ସେମାନଙ୍କୁ କ୍ଷମା ମାଗୁଛି।ସେ ପୁଣି କହିଛନ୍ତି ମୋର ତରିକାରେ ଭୂଲ୍ ଥାଇପାରେ ହେଲେ ନାଗରିକ ହିସାବରେ ମୋର ଅଧିକାର ରହିଛି ପ୍ରତିବାଦ କରିବା।

ହେଲେ ସେ ସିଧା ସିଧା କହିଦେଇଛନ୍ତି ମୁଁ ପାଣ୍ଡିୟାନ ଙ୍କୁ କ୍ଷମା ମାଗିବି ନାହିଁ କାରଣ ସେ ବର୍ତ୍ତମାନ ଶାସନ ବ୍ୟବସ୍ଥାର ଅପବ୍ୟବହାର କରୁଛନ୍ତି।ହେଲେ ସେ ଜିଲ୍ଲାପାଳଙ୍କୁ କ୍ଷମା ମାଗିଛନ୍ତି। କହିଛନ୍ତି ପାଣ୍ଡିୟାନଙ୍କୁ ଟାର୍ଗେଟ କଲାବେଳେ ଭୁଲରେ ଜିଲ୍ଲାପାଳଙ୍କ ଉପରେ ପଡ଼ିଯାଇଥିଲା।ମୋର ଏପରି କରିବାର ଉଦ୍ଦେଶ୍ୟ ନ ଥିଲା।ସେ ନିଜ ବୟାନରେ ସ୍ପଷ୍ଟ କରିଛନ୍ତି ଯେ ସେ ଏହି କାର୍ଯ୍ୟ ପାଇଁ ପୁର୍ବରୁ ପ୍ରସ୍ତୁତ ଥିଲେ।

ଏପରି କାହିଁକି କରିଛନ୍ତି ପ୍ରଶ୍ନ କରିବାରୁ ସେ କହିଛନ୍ତି ମୁଁ ଆଗରୁ ଅନେକ ଥର ଆମ ଅଞ୍ଚଳର ସମସ୍ୟା ଉପସ୍ଥାପନା କରିଛି ହେଲେ ଏହା ଉପରେ ତାଙ୍କର କୌଣସି ପଦକ୍ଷେପ ନିଆାଇନାହିଁ।ତେଣୁ ମୁଁ  ମୋର ବାର୍ତ୍ତା ସରକାର ନିକଟରେ ପହଞ୍ଚାଇବା ପାଇଁ ଏହି ରାସ୍ତାକୁ ବାଛି ନେଲି।ପୁଣି ଏହା ମଧ୍ୟ କହିଛନ୍ତି ଯେ ଏହା ମୋର ବ୍ୟକ୍ତିଗତ ଲଢେ଼ଇ ନୁହେଁ,ମୋ ରାଜ୍ୟବାସୀ ଓ ଅଞ୍ଚଳବାସୀ ପାଇଁ ଲଢୁଛି।ଆଶା କରୁଛି ଓଡ଼ିଶାବାସୀ ମୋତେ ସହଯୋଗ କରିବେ।