ଦେଖନ୍ତୁ ଭିଡିଓ: ଓଡ଼ିଶା ଆସି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କ୍ରିକେଟର ଚେତନ ସାକାରିଆ

 
Chetan Sakaria

ପୁରୀର ଜଗନ୍ନାଥ ଧାମ ୪ ଧାମ ମଧ୍ୟରେ ଅନ୍ୟତମ।ଏହା କେବଳ ଯେ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ ତାହା ନୁହେଁ। ଏହା ଓଡ଼ିଶା ବାସୀଙ୍କ ପାଇଁ ଏକ ବିଶେଷ ସୌଭାଗ୍ୟ ତାହା କୁହାଯାଇ ପାରେ। ସେ ତ ସାରା ବିଶ୍ଵର ସ୍ଵାମୀ ସେଥି ପାଇଁ ସେ ଗୋଟେ ଠାକୁର ଯାହାଙ୍କୁ ଜଗତର ନାଥ ଜଗନ୍ନାଥ ବୋଲି କୁହାଯାଏ।

Chetan Sakaria

ଯାହାଙ୍କ ଡୋରି ଲାଗିଲେ ଭକ୍ତ ଆଉ ସମ୍ଭାଳି ପାରେନି ନିଜକୁ। କାହିଁ କେତେ ଦୂରରୁ ଚାଲି ଆସିଥାଏ ଦର୍ଶନ ପାଇଁ। ସେହି ଡୋରୀରେ ଟାଣି ହୋଇ ଆସିଛନ୍ତି ଭାରତୀୟ କ୍ରିକେଟର ଚେତନ ସାକାରିଆ।
ଚେତନ ସାକାରିଆ ଭାରତୀୟ କ୍ରିକେଟ ଟିମ୍ ର ଏକ ଯୁବ ଆଗ ଧାଡ଼ିର ଖେଳାଳି। ସେ ଲଗାତାର ଭାରତୀୟ ipl ରେ ଖେଳି ଆସୁଛନ୍ତି। ଏବଂ କିଛି ଦିନ ତଳର ଭାରତ ଓ ଶ୍ରୀଲଙ୍କା ବିରୋଧୀ ମ୍ୟାଚରେ ମଧ୍ୟ ଖେଳୁଥିଲେ।
ଚେତନ ପୁରୀକୁ ଆସି ନିଜକୁ ଧନ୍ୟ ମନେ କରିଛନ୍ତି। ସେଠାକାର ସକରାତ୍ମକ ପରିବେଶ ତାଙ୍କୁ ମୁଗ୍ଧ କରିଛି। ତାଙ୍କର ଜେଜେ ବାପା ଓ ଜେଜେ ମାଙ୍କ ସହିତ ପୁରୀ ଦର୍ଶନ ପାଇଁ ଯାଇଥିଲେ। ଯେଉଁଠାର ପରିବେଶ ମନ ମୋହି ନେଇଛି ତାଙ୍କର। ସେ କହିଛନ୍ତି ଜଗନ୍ନାଥଙ୍କ ନିକଟରେ ଭାରତୀୟ କ୍ରିକେଟ ଟିମ୍ ପାଇଁ ଶୁଭ ମନାସିବେ। ଆଗାମୀ ୱାର୍ଲଡ କପରେ ଯେପରି ଭାରତ ବିଜେତା ହେଉ ସେ ଜଗନ୍ନାଥଙ୍କ ନିକଟରେ ଏହା ପ୍ରାର୍ଥନା କରିବେ।