ଶେଷରେ ବର୍ଷାକୁ ଟେକି ନେଇ ବାହା ହେଲା ଟୁଙ୍ଗୁରୁ ଭୋଳ, ସବୁଦିନ ପାଇଁ ହେଲେ ସ୍ୱାମୀ ସ୍ତ୍ରୀ, ଜାଣନ୍ତୁ ପୁରା ଖବର

 
Tunguru bhola

କିଛି ଦିନ ପୂର୍ବରୁ ବର୍ଷା  ପୋଲିସ ଷ୍ଟେସନ ସମ୍ମୁଖରେ ଧାରଣା ଦେଇଥିଲେ ହାତରେ ଥିଲା ଶଙ୍ଖା ସିନ୍ଦୂର । ଅଭିଯୋଗ କରିଥିଲେ କି ଟୁଙ୍ଗୁରୁ ଭୋଳ ମତେ ବିବାହର ପ୍ରତିଶୃତି ଦେଇ ମୋ ସହ ଶାରୀରିକ ସଂପର୍କ ରଖିଛି। ଆଉ ଏବେ ବିବାହ କରିବାକୁ ମନା କରୁଛି। 

Tunguru

ଏକଥା ମଧ୍ୟ କହିଥିଲା ଯେ ସେମାନେ ମନ୍ଦିରରେ ବିବାହ କରିଛନ୍ତି। ଦୁହେଁ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲେ। ଦୁହିଁଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ହେଲେ ଶେଷରେ ଅନେକ ବାଦ ବିବାଦ ପରେ  ଏହି ଲଭଷ୍ଟୋରୀରେ ଏକ ବଡ ଟ୍ୱିଷ୍ଟ୍ ଆସିଛି । ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁଣ୍ଡରେ ମୁକୁଟ, ବେକରେ ଫୁଲ ମାଳ ଆଉ ମଥାରେ ସିନ୍ଦୁର।

ଭାଇରାଲ ହେଉଛି ଟୁଙ୍ଗୁୁରୁ ଓ ବର୍ଷାଙ୍କ ବିବାହ ପରର ଫଟୋ। ପୁଣି ଚର୍ଚ୍ଚାରେ ଲଭ୍ ଷ୍ଟୋରି। ଯାହା କହିଥିଲେ ତାହା କରି ଦେଖେଇଲେ ବର୍ଷା। ତେବେ ଏହା କେତେ ସତ କେତେ ମିଛ ତାହା ପରର କଥା କିନ୍ତୁ ବର୍ଷା ଆଉ ଟୁଙ୍ଗୁର ଭୋଳଙ୍କ ଏହି ଫଟୋ ଏବେ ଭାଇାରାଲ ହେବାରେ ଲାଗିଛି। 

ତେବେ ଗତ ୨୦୨୨ ମସିହାରେ ବେସ୍ ଚର୍ଚ୍ଚା ପାଲଟିଥିଲା ଟୁଙ୍ଗୁରୁ ବର୍ଷାଙ୍କ ଲଭ୍ ଷ୍ଟୋରୀ। ଟୁଙ୍ଗୁର ବାପା, ମା’ଙ୍କ ସହ ଫୁଲେଶ୍ୱରୀ ବସ୍ତିରେ ରହି ଅଟୋ ଚଳାଉଥିଲେ। ଭରତପୁର ଥାନା ଶରଧାପଲ୍ଳୀ ବସ୍ତିର ସୁଜୟନ୍ତି ଦିଗାଲ ଓରଫ ବର୍ଷା ଭୋଳଙ୍କୁ ଅଟୋରେ ନେବା ସମୟରେ ତାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। 

ଏହା ଜାଣିବା ପରେ ବର୍ଷାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ପଳାଇଥିଲେ। ପରେ ବର୍ଷା ଟୁଙ୍ଗୁରଙ୍କୁ ବିବାହ କରିବାକୁ ଜିଦ ଧରିଥିଲେ ମଧ୍ୟ ସେ ରାଜି ହୋଇ ନ ଥିଲେ। ଶେଷରେ ବର୍ଷା ଫୁଲମାଳ, ସିନ୍ଦୂର ଏବଂ ଶଙ୍ଖା ଧରି ଭରତପୁର ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। 

ପରେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ ହୋଇଥିଲା। ବର୍ଷାଙ୍କ ର ବି ଜିଦ୍ ବାସ୍ ଗୋଟିଏ ଥିଲା ଟୁଙ୍ଗୁରୁ ଭୋଳକୁ ବାହା ହେବେ ଆଉ ଏବେ ୨ବର୍ଷ ପରେ ଦୁହିଁଙ୍କର ଏହି ଫଟୋ ଭାଇରାଲ ହେବାରେ ଲାଗିଛି।