ରାଜଧାନୀରେ ରାତିକୁ ୨ ହଜାରରେ ଦେହ ବିକୁଛନ୍ତି ସୁନ୍ଦରୀ ଯୁବତୀ, କେମିତି ଭୁବନେଶ୍ୱର ଆସୁଥିଲେ ଜାଣନ୍ତୁ

 
ଭୁବନେଶ୍ଵର

ଭୁବନେଶ୍ୱରରେ ବାଂଲାଦେଶୀ ଯୁବତୀ। ଜଣେ କି ଦୁଇ ଜଣ ନୁହଁନ୍ତି ପୂରା ୨୩ ଜଣ। ଏବେ ଏକ ଆପାର୍ଟମେଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ଦେଇ ରଖାଯାଉଛି। ଚାକିରି ପ୍ରଲୋଭନ ଦେଖାଇ ଭୁବନେଶ୍ବର ଅଣାଯିବା ପରେ ଏଠାରେ ସେକ୍ସ ରାକେଟରେ ନିୟୋଜିତ କରାଯାଉଥିବା ହୋଇଛି ଅଭିଯୋଗ। ଖୋଦ ଜଣେ ବାଂଲାଦେଶୀ ଯୁବତୀ ଏହାର ପର୍ଦ୍ଦାଫାସ କରିଛନ୍ତି। 

ସେକ୍ସ ରାକେଟରେ ଛନ୍ଦି ହୋଇଥିବା ଜଣେ ଯୁବତୀ ଗ୍ରାହକ ସହ ଯାଉଥିବା ବେଳେ, ଗୋଟି ଗୋଟି କରି ସବୁ କଥା କହିଛନ୍ତି। ଯାହାର ଏକ୍ସକ୍ଲ୍ୟୁସିଭ ଭିଜୁଆଲ ଲାଗିଛି ନନ୍ଦିଘୋଷ ହାତରେ । ଗାଡିରେ ଗ୍ରାହକଙ୍କ ସହ କଥା ହେବା ବେଳେ ଯୁବତୀ ଜଣଙ୍କ କହୁଛନ୍ତି, ଦିନକୁ ୨ ହଜାର ଟଙ୍କା ଦେବାକୁ କହି ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ହେଲେ ଏଠି ଅକଥନୀୟ ନିର୍ଯାତନା ଦିଆଯାଉଛି। 

Jubati

ଦୁର୍ଭାଗ୍ୟର ବିଷୟ, ଏମାନଙ୍କ ଘର ବାଂଲାଦେଶ ହୋଇଥିବାରୁ ନକଲି ଆଧାର କାର୍ଡ ଦେଖାଇ ରଖାଯାଇଛି। ଅସଲି ପରିଚୟ ପତ୍ର ନଥିବାରୁ ସେମାନେ ବାଂଲାଦେଶ ଯାଇପାରୁନାହାନ୍ତି । କିପରି ନିଜ ଦେଶକୁ ଫେରିବେ । କିପରି ଏଠାରୁ ମୁକୁଳିବେ ତାକୁ ନେଇ ଏହି ଯୁବତୀମାନେ ଚିନ୍ତାରେ। ତେବେ କିଏ ସେହି ମାଷ୍ଟରମାଇଣ୍ଡ, ଯିଏ ସେମାନଙ୍କୁ ଏଠାରେ ବର୍ଷ ବର୍ଷ ଧରି ବନ୍ଦୀ କରି ରଖିଛି, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । 

ସେପଟେ ଏ ନେଇ ପୋଲିସ ପାଖରେ ଖବର ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ଛାନବିନ ଆରମ୍ଭ ହୋଇଛି। ଏ ପ୍ରସଙ୍ଗରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ଉଭୟ କଟକ ଓ ଭୁବନେଶ୍ବରରେ ଚଢ଼ାଉ ଚାଲିଛି । ଗତକାଲିଠାରୁ ଏମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି । କେଉଁ ଆପାର୍ଟମେଣ୍ଟରେ ଏଭଳି ଧନ୍ଦା ଚାଲିଛି ସେ ନେଇ ଛାନବିନ ଚାଲିଛି । କୌଣସି ସୂଚନା ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।