ସ୍ଵୟଂ ଯୋଜନାରେ ବିନା ସୁଧରେ ମିଳିବ ୧ ଲକ୍ଷଟଙ୍କା ପର୍ଯ୍ୟନ୍ତ ଋଣ, ୧୮-୩୫ ବର୍ଷ ଯୁବବର୍ଗ ପାଇଁ, ଜାଣନ୍ତୁ ପୁରା ଖବର

 
Swayam scheme
ଏଣିକି ଆଉ ରାଜ୍ୟରେ ରହିବନି ବେକାରୀ ! ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଯୁବକ ଓ ଯୁବତୀ ସରକାରଙ୍କ ଆର୍ଥିକ ସହାୟତାରେ ଆରମ୍ଭ କରି ପାରିବେ ନିଜ ସ୍ୱପ୍ନର ବ୍ୟବସାୟ । ଏପରି ୨ଟି ଯୋଜନା ଆଣିଛନ୍ତି ରାଜ୍ୟ ଓଡ଼ିଶା ସରକାର । ଗୋଟିଏ ଯୋଜନା ଗ୍ରାମୀଣ ଯୁବକ ଓ ଯୁବତୀଙ୍କ ପାଇଁ ରହିଥିବା ବେଳେ ଅନ୍ୟଟି ସହରର ଯୁବକ , ଯୁବତୀଙ୍କ ପାଇଁ ରହିଛି । 

E

ଏହି ଯୋଜନା ମାଧ୍ୟମରେ ଯୁବକ ଯୁବତୀ ବିନା ସୁଧ ହାରରେ ପ୍ରାୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ପାଇ ପାରିବେ । ଯେଉଁ ରାଶି ଦ୍ୱାରା ସେ ନିଜର ବେକାରୀ ସମସ୍ୟା ଓ ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଆସନ୍ତୁ ଜାଣିବା ଏହି ଯୋଜନାଟି କଣ ?

ସ୍ଵୟଂ ଯୋଜନା : ଏହି ଯୋଜନା ମାଧ୍ୟମରେ ୧୮ ରୁ ୩୫ ବର୍ଷ ମଧ୍ୟରେ ଗ୍ରାମରେ ଥିବା ଯୁବକ ଯୁବତୀଙ୍କୁ ବିନା ସୁଧ ହାରରେ ଆର୍ଥିକ ରାଶି ଯୋଗାଇ ଦିଆଯିବ । ସହାୟତା ରାଶି ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଯେଉଁ ଯୁବକ ଯୁବତୀ ପୂର୍ବରୁ କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କ ଠାରୁ କୌଣସି ଲୋନ ନେଇ ନାହାନ୍ତି ବା ଲୋନ୍ ନେଇ ସମସ୍ତ ରାଶି ସୁଝି ଦେଇଛନ୍ତି ସେହି ମାନଙ୍କୁ ଏହି ସହାୟତା ମିଳିବ । 

କୌଣସି ନୂଆ ବ୍ୟବସାୟ ଆରମ୍ଭ ପାଇଁ ବା ଚାଲୁଥିବା ବ୍ୟବସାୟକୁ ଅଧିକ ଉନ୍ନତ କରିବା ପାଇଁ ଋଣ ପ୍ରଦାନ କରାଯିବ । ସାଧାରଣ ବର୍ଗର ଲୋକ ମାନଙ୍କ ପାଇଁ ବୟସ ସୀମା ୧୮ ରୁ ୩୫ ରହିଥିବା ବେଳେ PW ଓ SC / ST ଙ୍କ ପାଇଁ ବୟସ ସୀମା ୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ରହିଛି । ଏହି ଋଣ ପାଇବା ପାଇଁ କୌଣସି ପ୍ରକ୍ରିୟା କରଣ ଦେୟ ଦେବାକୁ ପଡ଼ିବ ନାହିଁ । 

ଋଣ ସୁଝିବାର ଅବଧି ୪ ବର୍ଷ ରହିବ । ଏଥି ପାଇଁ ରାଜ୍ୟ ସରକାର ୪୪୮ କୋଟି ବ୍ୟୟ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ଯୁବକ ଯୁବତୀଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖା ଯାଇଛି । 

ଯୁବ ଉଦ୍ୟୋଗୀ ସ୍ଵୟଂ : ସହରାଞ୍ଚଳର ଯୁବକ ଯୁବତୀ ମାନଙ୍କ ପାଇଁ ଏହି ଯୋଜନା କରା ଯାଇଛି । ସହରାଞ୍ଚଳରେ ମଧ୍ୟ ଯେଉଁ ପରିବାରର ଆୟ ୩ ଲକ୍ଷ ଟଙ୍କା ଠାରୁ କମ୍ ସେହି ପରିବାରର ଯୁବକ ଯୁବତୀ ଏହାକୁ ଆବେଦନ କରି ପାରିବେ ଓ ବିନା ସୁଧରେ ୧ ଲକ୍ଷ ଟଙ୍କା ପାଇ ପାରିବେ ।