ଓଡ଼ିଶାରେ ଅଗଷ୍ଟ ୧ ଯାଏଁ ଲକଡାଉନ୍ ବଢିଲା, ଆସିଲା ନୂଆ ଗାଇଡଲାଇନ, ଜାଣନ୍ତୁ କଣ ଖୋଲା କଣ ବନ୍ଦ

 
Lockdown in odisha

ପୁଣି ବଢିଲା କରୋନା ଲକଡାଉନ। ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି। ତେବେ ଏଥର ନିୟମରେ ଅଧିକ କୋହଳ କରାଯାଇଛି। ତେବେ ଏହି ୧୫ ଦିନ ପାଇଁ ଗାଇଡ୍ ଲାଇନ ଜାରି କରିଛନ୍ତି ସରକାର। କ୍ଯାଟେଗୋରୀ ଏ ଏବଂ ବି ରେ ଥିବା ଜିଲ୍ଲାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ନିୟମ ପରିବର୍ତ୍ତନ ହୋଇ କ୍ଯାଟେଗୋରୀ ଏ ଜିଲ୍ଲାରେ ଏଣିକି ସକାଳ 6ଟାରୁ ସଂନ୍ଧ୍ଯା 6ଟା ପରିବର୍ତ୍ତେ ରାତି 8ଟା ଯାଏଁ ଦୋକନା ବଜାର ଖୋଲା ରହିବ। ହେଲେ କ୍ଯାଟେଗୋରୀ ବି ଜିଲ୍ଲା ଗୁଡିକରେ ସକାଳ 6ଟାରୁ ଦିନ 2ଟା ପରିବର୍ତ୍ତେ ସଂନ୍ଧ୍ଯା 5ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।

ଏହାଛଡା ସାରା ରାଜ୍ୟରେ ବସ୍ ସେବା ଚଳାଚଳକୁ ଅନୁମତି ଦିଆଯାଇଛି। ଯାହା ପୂର୍ବରୁ କେବଳ କ୍ଯାଟେଗୋରୀ ଏ ଜିଲ୍ଲା ଗୁଡିକରେ ଅନୁମତି ଥିଲା। ଯେତିକି ସିଟ୍ ବସ୍ ରେ ରହିଛି ସେତିକି ଯାତ୍ରୀ ଯାଇପାରିବେ। କ୍ଯାଟେଗୋରୀ ବି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଜାରି ରହିବ। ନାଇଟ୍ କର୍ଫ୍ଯୁ ରାଜ୍ଯ ସମସ୍ତ ଜିଲ୍ଲାରେ ଜାରି ରହିବ। କ୍ଯାଟେଗୋରୀ ଏ ଜିଲ୍ଲାରେ ରାତି 8ଠାରୁ ସକାଳ 6ଟା ଯାଏଁ ଏବଂ କ୍ଯାଟେଗୋରୀ ବି ଜିଲ୍ଲାରେ ସଂନ୍ଧ୍ଯା 5ଟାରୁ ସକାଳ 6ଟା ପର୍ଯ୍ୟନ୍ତ ଏହି ନାଇଟ୍ କର୍ଫ୍ଯୁ ଜାରି ରହିବ।

ପାର୍ଲର, ସ୍ପା, ସେଲୁନ୍‌ ଆସନ୍ତାକାଲି ଠାରୁ ଖୋଲା ହେବ। ଆଉଟ ଡୋର ଏବଂ ଇନ୍‌ ଡୋର ଶୁଟିଂ ଆରମ୍ଭ ହେବ। ସମସ୍ତ ଶିକ୍ଷାନୁଷ୍ଠାନ ପୂର୍ବ ପରି ବନ୍ଦ ରହିବ। ରେଷ୍ଟୁରାଣ୍ଟ ଗୁଡିକ କେବଳ ଖାଇବା ପାର୍ସଲ ଦେବେ। ପାର୍କ, ସପିଂ ମଲ ଏବଂ ସିନେମା ହଲ ବନ୍ଦ ରହିବ। ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ। କାଟେଗୋରୀ ‘ବି’ ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ।