ଅକ୍ଟୋବରରେ ପୁଣି ଓଡ଼ିଆ ଦେଖିବ ବଡ଼ ବାତ୍ୟା, ୨୪ ତାରିଖରେ ଓଡ଼ିଶାର ଏହି ଜିଲ୍ଲାରେ କରିବ ଲ୍ୟାଣ୍ଡଫଲ୍, ରୁହନ୍ତୁ ସତର୍କ

 
ବାତ୍ୟା

ଆଗକୁ ବାତ୍ୟା ଆଶଙ୍କା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅକ୍ଟୋବର ମାସର ପ୍ ଶେଷ ସପ୍ତାହ ବେଳକୁ ପ୍ରାୟତଃ ଏହି ଆଶଙ୍କା ରହୁଛି। ଅକ୍ଟୋବର ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି। ଆସନ୍ତା ୨୧ ରେ ଲଘୁଚାପ ଓ ୨୩ ରେ ଅବପାତ ସମ୍ଭାବନା ମଧ୍ୟ ରହିଛି। ଏହା ଅତି ଭୀଷଣ ବାତ୍ୟା ରୂପ ନେବା ଆଶଙ୍କା କରାଯାଉଛି।

ଜିଏଫଏସ୍  ମଡେଲ୍ ଆଜି ପୂର୍ବାନୁମାନ କରି ଦର୍ଶାଇଛି ଯେ ୨୩ ତାରିଖ ବେଳକୁ ବାତ୍ୟା ଅତୀ ଭୀଷଣ ରୂପ ନେବ। ଏହା ଓଡି଼ଶା ଉପକୂଳ ଠାରୁ କିଛି ଦୂରରେ ଥିବ। ୨୪ ତାରିଖ ବେଳକୁ ଭଦ୍ରକ, ବାଲେଶ୍ବର ପାଖରେ ଘସି ହୋଇ ପଶ୍ଚମବଙ୍ଗ ଓ ବାଲାଂଦେଶ ଆଡକୁ ଯିବ। ବାଲେଶ୍ବର ପାଖ ଦେଇ ଅତିକ୍ରମ କରିବା ବେଳେ ବାତ୍ୟାର କେନ୍ଦ୍ର ସ୍ଥଳରେ ପବନର ଚାପ ୯୪୪ ମିଲିବାର୍ ରହିବ। ଏହି ଚାପ ୯୪୫ ମିଲିବାର ଯାଏଁ  ଯାଇପାରେ।

Cyclone

ଏହି ଚାପ ହିସାବକୁ ନେଇ ସାମ୍ଭାବ୍ୟ ବାତ୍ୟାର ତିବ୍ରତା ମାପିଲେ ଏହା କଟାଗୋରୀ-୩ ଅଧିନ ରେ ଆସୁଛି। ଏହା ଅତି ଭୀଷଣ ବାତ୍ୟା ରୂପ ନେବ ବୋଲି  ଜିଏଫଏସ୍ ମଡେଲ୍ ଦର୍ଶାଇଛି। ସେହିଭଳି ୟୁରୋପିଆନ୍ ସେଣ୍ଟର ଫର ମିଡିୟମ୍ ରେଂଜ ଓ୍ବେଦର ଫୋରକାଷ୍ଟ ଇଣ୍ଟେଲିଜେନ୍ସ ମଡେଲ୍  ବା ଏଆଇଏଫଏସ୍ ମଡେଲ୍ ମଧ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି।

ବାତ୍ୟା ଓଡିଶା ଉପକୂଳ ପାଖ ଦେଇ  ଅତିକ୍ରମ କରିବ ବୋଲି ଏହା ଦର୍ଶାଇଛି। ୨୪ ତାରିଖ ବେଳକୁ ଏହା ବାଲେଶ୍ବର ପାଖ ଦେଇ ପାର୍ ହେବ। ବାତ୍ୟା ଅତିକ୍ରମ ସମୟରେ ପବନର ବେଦ ୯୭୯ ମିଲିବାର୍ ରହିବ।  ଓଡି଼ଶା ଉପକୂଳରେ ସାମ୍ଭାବ୍ୟ ବାତ୍ୟା କାଟାଗୋରୀ-୩ ରହିବ ବୋଲି ଜିଏଫଏସ୍ ମଡେଲ୍ କହୁଥିବା ବେଳେ ଏହା କାଟାଗୋରୀ-୪ ରହିବ ବୋଲି ଏଆଇ ମଡେଲ୍ ପୂର୍ବାନୁମାନ କରିଛି।

ତେବେ ଦିନଯେତିକି ବଢୁଛି, ବିଭିନ୍ନ ପାଣିପାଗ ମଡେଲ୍ ନିଜ ଆକଳନ ବଦଳାଉଛନ୍ତି। କିନ୍ତୁ ସାମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି କୌଣସି ଆକଳନ କରିନି। କିନ୍ତୁ ୨୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଫଳରେ ଏହା ୨୨ ଓ ୨୩ ବେଳକୁ ଅବପାତର ରୂପ ନେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।