“ମୋ ଭୁଲ୍ କଣ? ମୋ ସାମନାରେ ମୋର ଫାଡିଦେଲେ” ମନୋଜଙ୍କ ଉପରେ ଯୁବତୀ ଆଣିଲେ ସାଂଘାତିକ ଅଭିଯୋଗ, ଜାଣନ୍ତୁ ପୁରା ଖବର

 
Sanalisha manoj mishra

ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ଓଡ଼ିଆ ଫିଲ୍ମ ଜଗତର ଏହି ବିବାଦ । କେବେ ସମ୍ବଲପୁରରେ ତ କେବେ ଝାରସୁଗୁଡ଼ାରେ ଓଡ଼ିଆ ଫିଲ୍ମକୁ ନେଇ ଚାଲିଛି ବିରୋଧ । ପ୍ରଥା ଫିଲ୍ମକୁ ଝାରସୁଗୁଡ଼ାରେ କୋଶଳ ସେନା ମାନଙ୍କ ଦ୍ଵାରା ବିରୋଧ କରାଯାଇ ପ୍ରଥା ଫିଲ୍ମର ପୋଷ୍ଟର ଓ ବ୍ୟାନର ଗୁଡ଼ିକୁ ଚିରି ଦିଆ ଯାଇଥିଲା । ପୋଷ୍ଟର ଚିରିବା ପରେ ଫିଲ୍ମଟିକୁ ହଲ୍ ରୁ ଉଠାଇ ଦିଆଗଲା ।

High

ଏ ନେଇ ପ୍ରଥା ଫିଲ୍ମ ପ୍ରଯୋଜିକା ସାନଲିସା ପଟେଲ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ନିଜର ଦୁଃଖ ପ୍ରକାଶ କରି କାନ୍ଦି ପକାଇ ଥିଲେ । ଏବଂ ସେ ସିଧାସଳଖ ଏ ସମସ୍ତ ଘଟଣା ପଛର ହାତ ମନୋଜ ମିଶ୍ରଙ୍କୁ ଦର୍ଶାଇ ତାଙ୍କୁ ଗିରଫ କରିବା ପାଇଁ ଦାବୀ କରିଥିଲେ ।

ସୂଚନା ଅନୁସାରେ ଗତ କାଲି ଝାରସୁଗୁଡ଼ା ଶିବା ହଲ୍ ରେ ପ୍ରଥା ଫିଲ୍ମର ପ୍ରିମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଶୋ ଆରମ୍ଭ ପୂର୍ବରୁ ହିଁ କୋଶଳ ସେନା ଆରମ୍ଭ କରିଥିଲେ ବିରୋଧ କରିବା । ପୋଷ୍ଟର , ବ୍ୟାନର ସବୁ ଚିରିଦେବା ସହିତ ଝାରସୁଗୁଡ଼ା ରେ ଫିଲ୍ମଟିକୁ ବ୍ଯାନ କରିବାର ଆହ୍ଵାନ ଦେଇଥିଲେ ।

Manoj mishra

ପରିସ୍ଥିତି ଅସମ୍ଭାଳ ହେବାରୁ ଫିଲ୍ମଟିକୁ ହଲ୍ ରୁ ବନ୍ଦ୍ କରା ଯାଇଥିଲା । ଯେଉଁଥି ପାଇଁ ଫିଲ୍ମର ପ୍ରଜୋଜିକା ଏକ ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି ଏପରି ନ କରିବାକୁ ଅନୁରୋଧ କରିଛନ୍ତି ଏବଂ ଏଭଳି କଳହ ସୃଷ୍ଟି କରୁଥିବାରୁ ଯଥା ଶୀଘ୍ର ମନୋଜଙ୍କୁ ଗିରଫ କରିବାକୁ କହିଛନ୍ତି l

କେବଳ ପ୍ରଥା ଫିଲ୍ମ ନୁହେଁ ଅରିନ୍ଦମଙ୍କ ଅଭିନୀତ ରାମ୍ ଫିଲ୍ମକୁ ବି ପଶ୍ଚିମ ଓଡ଼ିଶାରେ ବ୍ଯ୍ୟାନ କରା ଯାଇଥିଲା । ସେହିପରି ବାବୁଶାନ୍ ଙ୍କର ମାଲ୍ୟଗିରି ପୋଷ୍ଟର ଓ ବ୍ୟାନର ଜାଳିବାର ଦୃଶ୍ୟ ମଧ୍ୟ ଆଗକୁ ଆସିଥିଲା । ତେବେ ପ୍ରଶ୍ନ ଉଠୁଛି କୋଭିଡ୍ ପରେ ନୂଆ କରି ମୁଣ୍ଡ ଟେକୁଥିବା ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଭବିଷ୍ୟତ କଣ ହେବ ?