ପ୍ରେମ କରି ବାହା ହୋଇଥିଲେ ବି କାହିଁକି ତିଷ୍ଠିଲାନି ଉଷାସୀଙ୍କ ମ୍ୟାରେଜ୍ ଲାଇଫ, ସେଦିନର ସବୁକଥା ଖୋଲି କହିଦେଲେ

 
Usasi mishra

ଓଡ଼ିଆ ଫିଲ୍ମ ଜଗତର ଏକ ଅତି ପରିଚିତ ମୁହଁ ହେଉଛନ୍ତି ଉଷସୀ ମିଶ୍ର । ଯେ ନିଜର ଭିନ୍ନ ଭିନ୍ନ ଧରଣର ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ବେଶ୍ ପରିଚିତ । କେବଳ ଓଡ଼ିଶାରେ କାହିଁକି ବଙ୍ଗଳା ସିନେମା ଜଗତରେ ମଧ୍ୟ ବେଶ୍ ଭଲ ପରିଚୟ ସୃଷ୍ଟି କରି ପାରିଥିଲେ ଉଷସୀ । କେବଳ ଫିଲ୍ମ ଜୀବନରେ ନୁହଁନ୍ତି ନିଜର ବାସ୍ତବ ଜୀବନରେ ମଧ୍ୟ ଏକ ଲଢୁଆ ଝିଅ ଅଟନ୍ତି ଉଷସୀ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହେଲେ ଅନ୍ୟ ମାନଙ୍କ ପରି ତାଙ୍କର ବି ରହି ଯାଇଛି ଅନେକ ଅଧୁରା ସ୍ଵପ୍ନ । ପରିଣତ ବୟସରେ ଆଜି ଏକା ହୋଇଯାଇଛନ୍ତି ଉଷସୀ । ଭଲ ପାଇ ବାହା ହୋଇଥିଲେ ମଧ୍ୟ ଉଷସୀଙ୍କର ବୈବାହିକ ଜୀବନ କିଛି ଭଲରେ କଟି ନ ଥିଲା । କିଛି ବର୍ଷ ପୂର୍ବେ ଦୁହିଁଙ୍କର ଛାଡ଼ପତ୍ର ମଧ୍ୟ ହୋଇ ସାରିଛି ।

W

ଏକ ସାକ୍ଷାତକାରରେ ଉଷସୀଙ୍କର ବାର୍ତ୍ତାଳାପ ନିଜ ଜିବନକୁ ନେଇ ବେଶ୍ ସ୍ପଷ୍ଟ ଥିଲା । ଏପରି ସ୍ପଷ୍ଟ ଉତ୍ତର ହୁଏ ତ ବହୁ କମ୍ ଲୋକ ଦିଅନ୍ତି । ଉଷସୀ ଏହି ଶୋ ରେ କହିଥିଲେ ସେ ନିଜର ବୈବାହିକ ଜୀବନ ଭାଙ୍ଗିବାକୁ ନେଇ ଯେତିକି ଦୁଃଖରେ ନାହାନ୍ତି ତା ଠାରୁ ଅଧିକ ଦୁଃଖ ସେ ସନ୍ତାନ ହିନ ରହିଛନ୍ତି ବୋଲି ଅଛି ।

ସେ ଆହୁରି ମଧ୍ୟ କହିଛନ୍ତି ସେ ଜାଣିଛନ୍ତି ଆଗକୁ ତାଙ୍କୁ ଏହି ଏକାକୀ ଜୀବନ ବଞ୍ଚିବାକୁ ବହୁ କଷ୍ଟ ହେବ । ଯେଉଁଥି ପାଇଁ ସେ ନିଜକୁ ବର୍ତ୍ତମାନ ବହୁ ପ୍ରସ୍ତୁତ କରୁଛନ୍ତି । ସାକ୍ଷାତକାର ତାଙ୍କୁ ତାଙ୍କର ଓ ମିଥୁନ ଚକ୍ରବର୍ତ୍ତୀ ଙ୍କ ସମ୍ପର୍କ କୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ସାକ୍ଷାତକାର ପଚାରିଥିଲେ ଆପଣ ମିଥୁନ ଙ୍କୁ ଡେଟ୍ କରୁଥିଲେ ବୋଲି । ଯାହାର ଉତ୍ତରରେ ସେ ସିଧା ସିଧା ମନା କରିଦେଇଥିଲେ ।