ବାହାଘର ପାଇଁ ଝିଅ ଖୋଜୁଛନ୍ତି କି ତେବେ ଏମିତି ଝିଅ ଓ ମାଙ୍କୁ ଥରେ ଭଲରେ ଦେଖି ରହନ୍ତୁ, ପୁରା ଭିକାରୀ ହୋଇଯିବେ ଆପଣ
ଓଡ଼ିଆ ଝିଅ ସହ କର୍ଣ୍ଣାଟକ ବରର ପଡିଥାନ୍ତା ହାତଗଣ୍ଠି । ଏଥିପାଇଁ ନିର୍ବନ୍ଧ ମଧ୍ୟ ସରିଥିଲା । ଟଙ୍କା ସୁନା ଗହଣାରେ ଝିଅକୁ ପୋତି ପକାଇଥିଲେ ପୁଅ ଘର ଲୋକେ । କିନ୍ତୁ କନ୍ୟା ଘରର ଲକ୍ଷ୍ୟ କିଛି ଅଲଗା ଥିଲା । ଠକେଇ ଉଦ୍ଦେଶ୍ୟରେ ବିବାହର ଷଡଯନ୍ତ୍ର ରଚିଥିଲେ । ବିବାହର କିଛି ଦିନ ପୂର୍ବରୁ ଟଙ୍କା ଓ ଗହଣା ଧରି ଛୁ ମାରିବାକୁ ବସିଥିଲେ ମାଆ ଓ ଝିଅ । କିନ୍ତୁ ତାଙ୍କ ପ୍ଲାନର ଫସର ଫାଟିଯାଇଛି । ଥାନାରେ ଅଭିଯୋଗ ପରେ ପୋଲିସ ମାଆ ମମତା ଦାସ ଓ ଝିଅ ଲକ୍ଷ୍ମୀ ଦାସଙ୍କୁ ଗିରଫ କରିଛି ।
କର୍ଣ୍ଣାଟକର ଏମଭି ଶଙ୍କର ଯେ କି, ଜଣେ ବ୍ୟବସାୟୀ। ସେ ବିବାହ କରିବା ପାଇଁ ଝିଅ ଖୋଜୁଥିଲେ । ଯେହେତୁ ତାଙ୍କ ଭିଣୋଇ ଇଚ୍ଛାପୁରମରେ ରୁହନ୍ତି । ସେ କିଛି ଓଡ଼ିଆଙ୍କ ସହିତ ମଧ୍ୟ ଯୋଗାଯୋଗ ଥିଲେ । ତେବେ ଭୁବନେଶ୍ୱରରେ ଜଣେ ମଧ୍ୟସ୍ଥି ଜରିଆରେ ସେମାନେ ଯୋଗାଯୋଗ କରି ଜାଣିବାକୁ ପାଇଥିଲେ ଯେ ସହିଦ ଲକ୍ଷ୍ମଣ ନାୟକ ବସ୍ତିରେ ଗୋଟିଏ ପରିବାର ଜଣେ ଉପଯୁକ୍ତ କନ୍ୟା ରହିଛନ୍ତି ।
ମଧ୍ୟସ୍ଥି ମାଧ୍ୟମରେ ପରିବାର ସହ ଯୋଗାଯୋଗ କରାଇ କର୍ଣ୍ଣାଟକର ପୁଅ ଭଲ ବ୍ୟବସାୟ କରୁଥିବାରୁ ଝିଅ ଘର ଲୋକେ ବିବାହ ପାଇଁ ରାଜି ହୋଇଥିଲେ । ଉଭୟ ପକ୍ଷ ଦେଖା ଚାହାଁ ପରେ ନୟାପଲ୍ଲୀ ଥାନା ଅଞ୍ଚଳର ଏକ ହୋଟେଲରେ ନିର୍ବନ୍ଧ ହେଲା । କର୍ଣ୍ଣାଟକର ରିତିନୀତି ଅନୁସାରେ ପୁଅ ଘର ଲୋକେ ଝିଅକୁ ନୀର୍ବନ୍ଧ ସମୟରେ ସୁନା ଗହଣା ଓ ଟଙ୍କା ଦେଇଥିଲେ । ବାହାଘର ତାରିଖ ସ୍ଥିର ହୁଏ ।
ଗତ ରବିବାର କୋର୍ଟରେ ବିବାହ ହୋଇଥାନ୍ତା । କିନ୍ତୁ ସେହିଦିନ କନ୍ୟା ଘର ଲୋକଙ୍କ ଫୋନ ଆଉ ଲାଗିଲା ନାହିଁ, କି ବିବାହ ପାଇଁ କେହି କୋର୍ଟକୁ ଆସିଲେ ନାହିଁ । ସନ୍ଦେହ ବଢିବାରୁ କନ୍ୟା ଘରେ ବର ଘରଲୋକେ ପହଞ୍ଚି ସତ ଜାଣଇବାକୁ ପାଇଥିଲେ । ଠକେଇ ପାଇଁ ମାଆ ଓ ଝିଅ ବିବାହର ମିଛ ପ୍ରତିଶ୍ରୁତି ଦେଇଥିବାରୁ ବର ଘର ଲୋକେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।