ଦେଖନ୍ତୁ ଭିଡିଓ: ୪୮ ଘଣ୍ଟା ଭିତରେ ଓଡ଼ିଶାରେ ୫୦ ଟା ଫିଲ୍ମ ହଲ୍ ନହେଲେ ପଣ୍ଡିଆନଙ୍କ ଉପରେ ହେବ ଅଣ୍ଡା ମାଡ!

 
Pandian

୪୮ ଘଣ୍ଟା ଭିତରେ ପୁରୀରେ ନୂଆ ହଲ୍ ନ କଲେ ପାଣ୍ଡିଆନଙ୍କୁ ଅଣ୍ଡା ମାଡ ହେବ । ଏପରି କହିଛନ୍ତି ପୁରୀର ଏକ ଯୁବକ ଅଜୁ । ଫନି ପର ଠାରୁ ପୁରୀରେ ହଲ୍ ଗୁଡ଼ିକ ଭାଙ୍ଗି ଯାଇଥିବା ପରେ ମଧ୍ୟ ସରକାର ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ।

ସେଥି ପାଇଁ ଅଜୁ ଙ୍କର ଦାବି ରହିଛି ପୁରୀ ଓ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଫିଲ୍ମ ହଲ୍ କରାଯାଉ । ଯେଉଁଥି ପାଇଁ ଓଡ଼ିଶାର ଲୋକେ ଓଡ଼ିଆ ଫିଲ୍ମକୁ ସୁବିଧା ସୁଯୋଗରେ ଦେଖି ପାରିବେ । 

Naveen pandian

ଅଜୁଙ୍କ କହିବା ଅନୁସାରେ ପାଣ୍ଡିଆନ ପୁରୀକୁ ଏତେ ଥର ଏତେ ପଇସା ଖର୍ଚ୍ଚ କରୀ ପୁରୀକୁ ଆସୁଛନ୍ତି । ହେଲେ ପୁରୀର ସୁବିଧା ସୁଯୋଗ ବୁଝୁ ନାହାନ୍ତି ।

କୋଭିଡ ପରେ ଓଡ଼ିଶାରେ ଏକ ନୂଆ ଫିଲ୍ମ ରିଲିଜ୍ ହେଲା ବେଳକୁ ହଲ୍ ନାହିଁ ପଡ଼ିବାକୁ । ପ୍ରଡ୍ୟୁସର୍ ମାନେ ନିଜ ହାତରୁ ପଇସା ଖର୍ଚ୍ଚ କରି ହଲ୍ ତିଆରି କରୁଥିବା ବେଳେ ସରକାରଙ୍କର କୌଣସି ଭୂମିକା ଦେଖିବାକୁ ମିଳୁନାହିଁ ।