ମୁଁ ନବମ ଶ୍ରେଣୀ ଛାତ୍ରୀ.. ସେ ଦଶମ ଛାତ୍ର ସବୁବେଳେ ପାଖକୁ ଡାକୁଥିଲା... ଆଜି ମୋ ଅବସ୍ଥା ଏମିତି

 
Nabalika

ଡେଲାଙ୍ଗ ବ୍ଲକ ଅଧିନ ତଥା ପିପିଲି ଥାନା ଅଞ୍ଚଳର ଜନୈକା ୧୪ ବର୍ଷିୟା ଗର୍ଭବତୀ ନାବାଳିକାକୁ ଡେଲାଙ୍ଗ ସିଡିପିଓ ଓ ଅଙ୍ଗନୱାଡି କର୍ମୀମାନେ ପିପିଲି ପୁଲିସ ସହାୟତାରେ ଗୁରୁବାର ତା'ର ଘରୁ ଉଦ୍ଧାର କରିଛନ୍ତି । ଉକ୍ତ ନାବାଳିକାକୁ ଶିଶୁ ସୁରକ୍ଷା କମିଟି (ସିଡବ୍ଲ୍ୟୁସି)ଙ୍କ ନିକଟରେ ସିଡିପିଓ ହାଜର କରିଛନ୍ତି ।

Jubati

ନାବାଳିକାର ଡାକ୍ତରୀ ପରୀକ୍ଷା, ସୁରକ୍ଷା ଓ ଯତ୍ନ ପ୍ରତି କମିଟି ଯତ୍ନବାନ ଥିବା ବେଳେ ଶିଶୁ ମଙ୍ଗଳ କମିଟିର ପରବର୍ତ୍ତି ନିର୍ଦ୍ଦେଶ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଏହି ଘଟଣାରେ ଜଣେ ଭଣ୍ଡ ବାବାକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Pipili

୧୦ମ ଶ୍ରେଣୀର ଜଣେ ନାବାଳକ ଦ୍ଵାରା ଜନୈକା ୧୪ବର୍ଷିୟା ନାବାଳିକା ଗର୍ଭବତୀ ହୋଇଥିବା ଓ ଉକ୍ତ ନାବାଳିକାର ଜୀବନ ପ୍ରତି ବିପଦ ଥିବା ସଂପର୍କରେ ଉକ୍ତ ଗ୍ରାମର କେତେକ ଅଧିବାସୀ ଡାକ ଯୋଗେ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ନିକଟକୁ ଅଭିଯୋଗ ପଠାଇଥିଲେ। ଗୁରୁବାର ଡେଲାଙ୍ଗ ସିଡିପିଓ ଓ ଅଙ୍ଗନୱାଡି କର୍ମୀମାନେ ପିପିଲି ପୁଲିସ ସହାୟତାରେ ନାବାଳିକାର ଘରେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ।