ଦେଖନ୍ତୁ ଭିଡିଓ: ମୁଁ ପୋଲିସରେ ଚାକିରୀ କରିଥିଲି, ମୋ ଚାକିରୀ ଖାଇଲେ, ଏବେ ଅନ୍ୟ ଝିଅ ସହ ରୁମକୁ ଯାଉଛି ମୋ ସ୍ୱାମୀ

 
Swami premika

ସ୍ଵାମୀଙ୍କୁ ଏକ ଷ୍ଟେସନାରୀ ଦୋକାନରେ ଅନ୍ୟ ଏକ ଝିଅ ସହିତ ଦେଖି ରାଗି ଯାଇଥିଲେ ସ୍ତ୍ରୀ। ବଜାର ଉପରେ ଆରମ୍ଭ ହୋଇଯାଇଥିଲା ହାଇଡ୍ରାମା। ପାଟି ତୁଣ୍ଡରୁ ଆରମ୍ଭ ହୋଇଥିଲା ମାର ପିଟ୍। ଯାହାକୁ ଦେଖିବା ପାଇଁ ଜମି ଥିଲା ଲୋକଙ୍କ ଭିଡ଼।

ଘଟଣାଟି ଘଟିଥିଲା ରାଜଧାନୀ ଚିନ୍ତାମଣିଶ୍ୱର୍ ଅଞ୍ଚଳରେ ଥିବା ଏକ ଷ୍ଟେସନାରୀ ଦୋକାନରେ। ସମୟ ପ୍ରାୟ ୧୨ଟା। ସ୍ଵାମୀ ଅନ୍ୟ ଏକ ଯୁବତୀଙ୍କ ସହିତ ଉକ୍ତ ଦୋକାନରେ ଥିବା ବେଳେ ସେଠାରେ ପହଞ୍ଚି ଥିଲେ ପତ୍ନୀ। ସ୍ତ୍ରୀ ନିଜ ସ୍ୱାମୀକୁ ଅନ୍ୟ ଜଣେ ଯୁବତୀଙ୍କ ସହିତ ଦେଖି ରାଗିଯିବା ସହିତ ଆରମ୍ଭ କରିଦେଇଥିଲେ ପାଟି ତୁଣ୍ଡ। ଆଉ ସ୍ଵାମୀ ବି ରହିଲେନି ଚୁପ୍।ଲୋକ ଜମା ହେବାରୁ ସ୍ତ୍ରୀକୁ ଷ୍ଟେସନାରୀ ଦୋକାନ ଭିତରେ ପୁରାଇ ନିର୍ଦ୍ଧୁମ ବାଡେଇଥିଲେ। ଯାହା ଦୋକାନରେ ଥିବା ସିସିଟିଭି କ୍ୟାମେରାରେ କୟେଦ ହୋଇଛି।

Jhagada

ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଏପରି କଳହ କିଛି ନୂଆ ନ ଥିଲା। ଆଠ ବର୍ଷ ତଳେ ପ୍ରାଚୀ ସୌରଭ ଦାସ ଙ୍କୁ ବିବାହ କରିଥିଲେ ସାଗରିକା ପରିଡ଼ା।ବାହାଘରର କିଛି ଦିନ ପରେ ହିଁ ଦୁହିଁଙ୍କ ମଧ୍ୟରେ ମନ ମାଳିନ ଦେଖା ଦେଇଥିଲା। ଦୁହିଁଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି। ପରେ ପରେ ସୌରଭ ନିଜ ପତ୍ନୀଙ୍କ ଚରିତ୍ର ଉପରେ ବି ସନ୍ଦେହ କରିବା ଆରମ୍ଭ କରି ଦେଇଥିଲେ।

ଆଗରୁ ଦୁହିଁଙ୍କ ମଧ୍ୟରେ କଳି ଝଗଡ଼ା ଥାନା, କୋର୍ଟ କଚେରୀ ଯାଏଁ ମଧ୍ୟ ପହଞ୍ଚି ଥିଲା। ପରିବାରରେ ଏପରି କଳହ ହେତୁ ସାଗରିକାଙ୍କୁ ଚାକିରୀ ମଧ୍ୟ ଛାଡ଼ିବାକୁ ପଡିଥିଲା।ସ୍ଵାମୀ ସ୍ତ୍ରୀକୁ ସନ୍ଦେହ କରୁଥିବା ବେଳେ ସ୍ୱାମୀର ଅସଲ ମୁଖା ଆଜି ସମସ୍ତଂକ ଆଗରେ ଧରା ପଡ଼ିଛି। ଏହାକୁ ନେଇ କଣ ପଦକ୍ଷେପ ନେଉଛନ୍ତି ସାଗରିକା ତାହା ଦେଖିବା ବାକି ରହିଛି।