ଦେଖନ୍ତୁ ଭିଡିଓ: ଶାରୀରିକ ସମ୍ବନ୍ଧ କି ଦେହରେ ହାତ ମାରିବାକୁ ଦେଉନଥିଲା ସ୍ତ୍ରୀ, ରାଗରେ ନିଜ ଜୀବନ ହାରିଦେଲା ସ୍ୱାମୀ

 
Swami stree

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅଧୀନରେ ଥିବା ରତଙ୍ଗ ପଞ୍ଚାୟତରେ ଥିବା ପୋଡ଼ାପଡ଼ା ଗାଆଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।ଘଟଣାଟି ହୁଏ ତ ଆପଣଙ୍କୁ ଚକିତ କରିପାରେ। ମାତ୍ର ଏହି ପରି ଘଟି ସାରିଛି। ସ୍ତ୍ରୀ ଟି ହରାଇ ବସିଛି ନିଜ ସ୍ୱାମୀକୁ। ଝିଅ ଟି ହରାଇ ବସିଛି ତା ବାପାକୁ। ଗାଆଁର ଲୋକମାନେ ମଧ୍ୟ ଏଥି ନେଇ ଦୁଃଖିତ।

Swami stree

କନ୍ଧମାଳ ଜିଲ୍ଲା ପୋଡାପଡ଼ା ଗାଆଁର ପିଣ୍ଟୁ ଓ ନନ୍ଦିନୀ ଦୁଇ ବର୍ଷ ତଳେ କରିଥିଲେ ବିବାହ।ବିବାହ କରିବା ପରେ ନନ୍ଦିନୀ ଙ୍କ ଘର ଲୋକ ପିଣ୍ଟୁକୁ ପୁଅ ଭାବେ ସ୍ବୀକାର କରିଥିଲେ। ସେ ପିଣ୍ଟୁକୁ ନିଜ ଘରକୁ ଆସି ଏକାଠି ରହିବାକୁ କହୁଥିଲେ।ପରେ ପିଣ୍ଟୁ ଓ ନନ୍ଦିନୀ  ଦୁହେଁ ସାଙ୍ଗ ହୋଇ ନନ୍ଦିନୀ ଘରେ ରହୁଥିଲେ। ସାଙ୍ଗ ହୋଇ ରହିବାର କିଛି ଦିନ ପରେ ପିଣ୍ଟୁ ତାଙ୍କ ଶ୍ବଶୁର ଘର ଲୋକମାନଙ୍କ ସହ ମିଶି ଚାଲି ଯାଇଥିଲେ ହାଇଦ୍ରାବାଦ୍। ପିଣ୍ଟୁ ଓ ନନ୍ଦିନିଙ୍କର ଦେଢ଼ ବର୍ଷର ଝିଅ ଟିଏ ମଧ୍ୟ ଅଛି।

ହେଲେ ପିଣ୍ଟୁ ଏବେ ଆଉ ସଂସାରରେ ନାହାନ୍ତି। ହାରି ଦେଇଛନ୍ତି ନିଜ ଜୀବନ। ଜୀବନ ହାରିବା ପଛର କାରଣ ଆପଣଙ୍କୁ ବି ଲାଗିପାରେ ଅଜବ। ପିଣ୍ଟୁଙ୍କ ସ୍ତ୍ରୀ ନନ୍ଦିନୀଙ୍କ କହିବା ଅନୁସାରେ ସେ ଦିନ ରାତିରେ ସେ ନନ୍ଦିନୀ ଙ୍କୁ ନିଜ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାରମ୍ବାର ବାଧ୍ୟ କରୁଥିଲେ।ହେଲେ ନନ୍ଦିନୀ ମନା କରିଦେଇଥିଲେ। ନନ୍ଦିନୀଙ୍କ କହିବା ଅନୁସାରେ ସେ ଦିନ ତାଙ୍କ ପେଟ ଓ ଗୋଡ଼ ହାତ ବିନ୍ଧା ହେଉଥିଲା। ଯେଉଁଥିପାଇଁ ତାଙ୍କ ସ୍ଵାମୀଙ୍କ ବାରମ୍ବାର କହିବା ସତ୍ୱେ ମଧ୍ୟ ସେ ମନା  କରିଦେଇଥିଲେ। ଏହା ପରେ କୁଆଡେ ଭୀଷଣ ରାଗି ଯାଇଥିଲେ ସ୍ଵାମୀ। ନନ୍ଦିନୀକୁ ଗାଳି ଗୁଲଜ କରି ମାଡ ମାରିଥିଲେ ସ୍ଵାମୀ ପିଣ୍ଟୁ। ଏହା ପରେ ନନ୍ଦିନୀ କାନ୍ଦି କାନ୍ଦି ଶୋଇ ପଡିଥିଲେ।

ନନ୍ଦିନୀ ପୁଣି କହିଛନ୍ତି ରାତି ତିନିଟାରେ ତାଙ୍କ ନିଦ ଭାଙ୍ଗିଲା ବେଳକୁ ସେ ଦେଖନ୍ତି ତ ସ୍ଵାମୀ ହାରି ଦେଇଛି ନିଜ ଜୀବନ। ଏପଟେ ପିଣ୍ଟୁ ଙ୍କ ଘର ଲୋକେ ଫିରିଙ୍ଗିଆ ଥାନରେ ଅଭିଯୋଗ ନେଇ ପହଞ୍ଚିଛନ୍ତି। ପିଣ୍ଟୁ ଙ୍କ ଭାଇ କହିଛନ୍ତି ଯେ ମୋ ଭାଇକୁ ତାର ଶ୍ବଶୁର ମାରି ଦେଇଛି। ଏହା ଆତ୍ମହତ୍ୟା ନୁହେଁ ହତ୍ୟା ଅଟେ। ତେବେ ପୋଲିସର ତଦନ୍ତ ପରେ ଘଟଣାଟିର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଆଶା କରାଯାଉଛି।