ଭଡା ଘରେ ମରିପଡିଛି ସ୍ୱାମୀ, ସ୍ୱାମୀର ଗଳିତ ମୃତଦେହକୁ ଛାଡି ଛୁ ମାରିଚି ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା
ବନ୍ଦ ଘରୁ ପଡ଼ି ପଚୁଛି ସ୍ୱାମୀର ସବ। ଆଉ ଘରୁ ଫେରାର ହେଇଯାଇଛି ସୁନ୍ଦରୀ ସ୍ତ୍ରୀ। ଚଟାଣରେ ପଡ଼ିଥିବା ସ୍ବାମୀ ଦେହରୁ ସବୁ ରକ୍ତ ନିଗିଡ଼ି କଳା ପଡ଼ି ଜମାଟ ବାନ୍ଧିଯାଇଛି। ଆଉ ସେହି ଶବରୁ ବାହାରି ପଡୁଛି ଦୁର୍ଗନ୍ଧ। ସେହି ଶବର ଦୁର୍ଗନ୍ଧରୁ ଜଣାପଡୁଛି ତିନି କି ଚାରି ଦିନ ହେବ ଏମିତି ଏହି ଶବ ଭଡ଼ା ଘରେ ରହି ପଚୁଛି। ଆଉ ସେପଟେ ସ୍ୱାମୀର ଶବ କୁ ରୁମ୍ ବାହାରୁ ତାଲା ଦେଇ କେଉଁଆଡେ ଚାଲିଯାଇଛି। ସକାଳୁ ସକାଳୁ ସେହି ଘର ବାଟ ଦେଇ ଗଲା ବେଳେ ପଡୋଶୀ ନାକରେ ବାଜିଥିଲା ସେହି ଦୁର୍ଗନ୍ଧ।
ଆଉ ତପରେ ଘର ବନ୍ଦ ଥିବାରୁ ଘର ମାଲିକକୁ ଖବର ଦେଇଥିଲେ। ଏହାପରେ ଘର ମାଲିକ ପୋଲିସ୍ କୁ ଖବର ଦେଇଥିଲେ। ଆଉ ପୋଲିସ୍ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଛାନବିନ୍ କରିଥିଲେ। ତେବେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନଗର ପଲ୍ଲୀ ସାହିର ଏକ ଭଡ଼ାଘରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବାବେଳେ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
ମୃତକ ଜଣଙ୍କ ହେଉଛନ୍ତି ଗୁଣୁପୁର ନିକଟ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମାଛଖୁଣ୍ଟି ଗ୍ରାମର ଜଗଦୀଶ ମେଲେକା। ଉକ୍ତ ଭଡ଼ାଘରେ ସ୍ତ୍ରୀ-ସ୍ବାମୀ ଦୁହେଁ ରହୁଥିବା ବେଳେ, ସ୍ତ୍ରୀ ଫେରାର ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ବାମୀ ସ୍ତ୍ରୀ କଳହରୁ କୌଣସି କାରଣରୁ ସ୍ବାମୀଙ୍କୁ ହତ୍ୟା କରି ସ୍ତ୍ରୀ ଫେରାର ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, କିଛି ମାସ ତଳେ ଉଭୟେ ପ୍ରେମ ବିବାହ କରିଥଲେ। ଘରେ କିଛି ଦିନ ରହିବା ପରେ ପାରଳାଖେମୁଣ୍ଡିରେ ଚାକିରି କରିଥିବା କହିବାରୁ ସେଠାରେ ଉଭୟେ ମିଳିମିଶି ରହିବା କହି ପାରଳାଖେମୁଣ୍ଡି ଆସି ଏକ ଭଡ଼ାଘରେ ୪ ମାସ ହେଲା ରହି ଆସୁଥିଲେ। ଉଭୟଙ୍କ ମଧ୍ୟରେ କୌଣସି କଥାକୁ ମନୋମାଳିନ୍ୟ ରହିଥିଲା। ତେଣୁ ସେ ହିଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମା।