ଦେଖନ୍ତୁ ଭିଡିଓ: ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ହୋଟେଲରେ ଶାରୀରିକ ସମ୍ବନ୍ଧ ରଖୁଥିଲେ ମହିଳା, ଧରିଦେଲା ସ୍ୱାମୀ, ଆଉ ତାପରେ...

 
Stree premika saha

ପୁଣି ଏକ ଅଭାବନୀୟ ଘଟଣାଟିଏ ଆସିଛି ଆଖି ଆଗକୁ। କୁହାଯାଏ ସ୍ବାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମକୁ। ହେଲେ ଆଜିର ଦିନରେ କିଛି ଦମ୍ପତି ସାତ ଦିନରେ ବି ଭାଙ୍ଗି ଦେଉଛନ୍ତି ସମ୍ପର୍କ। ବିବାହ ଏକ ସାମାଜିକ ସଂଗଠନ। ଯେଉଁଥିରେ କେବଳ ଦୁଇ ମନର ନୁହେଁ ଦୁଇ ପରିବାରର ମଧ୍ଯ ମିଳନ ଘଟିଥାଏ। କାହିଁ କେତେ ଆଡୁ ଅଜଣା ସମ୍ପର୍କ ଗୁଡା ଆସି ଯୋଡ଼ି ହୋଇଯାଏ। ହେଲେ ଆଜି କାଲି ଆଉ ଦେଖିବାକୁ ମିଳୁନି ସେହି ପ୍ରକାରର ଭାବ।

Swami stree

ଆଜ୍ଞା ହଁ ଏହି ସବୁ କଥା ଆମେ କହୁନାହୁଁ। ଏ କଥା କହୁଛି ଆମ ଆଖପାଖରେ ଘଟୁଥିବା ଘଟଣା। ଆସନ୍ତୁ ଜାଣିବା ଏଭଳି ଏକ ଘଟଣା ଯେଉଁଥିରେ ପରକୀୟା ପ୍ରୀତିରେ ପଡ଼ି ନିଜର ପାଞ୍ଚ ବର୍ଷର ଶିଶୁକୁ ଛାଡ଼ି ଅନ୍ୟ ଜଣେ ଯୁବକଙ୍କ ସହିତ ଘର ଛାଡି ଯିବାକୁ ପଛେଇ ନାହାନ୍ତି ମହିଳା ଜଣଙ୍କ।

ସୂଚନା ଅନୁଯାୟୀ ମହିଳା ଜଣଙ୍କ ଗତ ୧୪ତାରିଖରୁ ଘରୁ ଲୁଚି ପଳାଇ ଆସିଥିଲେ। କେବଳ ସେତିକି ନୁହେଁ ତାଙ୍କ ସ୍ବାମୀଙ୍କ ଅଭିଯୋଗ ଅନୁଯାୟୀ ସେ ସୁନା ଚୁଡ଼ି, କାନଫୁଲ ଓ ନଗଦ 25 ହଜାର ଟଙ୍କା ଚୋରି କରି ନେଇ ଆସିଥିଲେ। ମାତ୍ର ସ୍ବାମୀଙ୍କ ମନରେ ଥାଏ ଅନେକ ସନ୍ଦେହ। ଦିନେ ସ୍ବାମୀ ଅଶୋକ ନଗରର ଏକ ଲଜରେ ସ୍ତ୍ରୀ ରହୁଥିବା ଖବର ପାଇ ସେଠାରେ ପହଞ୍ଚିଥିଲେ। ଖାଲି ପହଞ୍ଚି ନଥିଲେ ବରଂ ନିଜ ସହିତ ଠୋସ ପ୍ରମାଣ ପାଇଁ କ୍ୟାମେରା ନେଇଯାଇଥିଲେ। ବର୍ତ୍ତମାନ ସବୁ କିଛି ପ୍ରମାଣ କ୍ୟାମେରାରେ କଏଦ।

ପ୍ରମାଣକୁ ନେଇ ସ୍ବାମୀ ବଳରାମ ଜେନା କ୍ୟାପିଟାଲ ଥାନାରେ ସ୍ତ୍ରୀଙ୍କ ନାମ ରେ ସଙ୍ଗୀନ ଅଭିଯୋଗ କରିଛନ୍ତି। ଯେଉଁଥିରେ ସେ ସ୍ତ୍ରୀ କରିଥିବା ଚୋରିର ଅଭିଯୋଗକୁ ମଧ୍ୟ ସଂପୃକ୍ତ କରାଇଛନ୍ତି। ସୂଚନାରୁ ଜଣା ପଡ଼ିଛି ମହିଳା ଜଣଙ୍କର ଏକ ୫ ବର୍ଷର ଶିଶୁ ମଧ୍ୟ ରହିଛି। ଏବେ କେବଳ ପ୍ରଶ୍ନ ସ୍ବାମୀ ସ୍ତ୍ରୀ ର ସମ୍ପର୍କକୁ ନେଇ ନୁହେଁ। ମା ଓ ଶିଶୁ ସମ୍ପର୍କରେ ମଧ୍ୟ ପ୍ରଶ୍ନବାଚୀ ଚିହ୍ନ ଦେଖାଦେଇଛି। ପରକୀୟା ପ୍ରୀତି ଆଗରେ ଫିକା ପଡ଼ିଯାଇଛି ମାର ମମତା କହିଲେ ଅତ୍ୟୁକ୍ତି ହେବା ନାହିଁ l