କେମିତି ମୁସଲିମ୍ ଝିଅ ଅପରାଜିତାଙ୍କୁ ବିବାହ କରିଥିଲେ ଉତମ ମହାନ୍ତି, ଜାଣନ୍ତୁ ଦୁହିଁଙ୍କ ପ୍ରେମ କେମିତି ହୋଇଥିଲା
ପଞ୍ଚଭୂତରେ ଲୀନହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ସତ୍ୟନଗର ଶଶ୍ମାନରେ ପୁତ୍ର ଧର୍ମ ପାଳନକରି ବାବୁସାନ୍ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ସେପଟେ ବୋହୂ ମଧ୍ୟ ଦୁଃଖରେ ଭାଙ୍ଗିପଡ଼ି ତାଙ୍କର ବୋହୂଧର୍ମ ପାଳନ କରିଛନ୍ତି। ଅନ୍ୟପଟେ ବନ୍ଧୁ ପରିଜନ, ଜ୍ଞାନ୍ତି କୁଟୁମ୍ବ ସାରା ଓଡ଼ିଶା ତାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡ଼ିଛନ୍ତି। ଅଭିନେତା ଉତ୍ତମ ମହାନ୍ତି ଓଲିଉଡ ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ ।
ଅପରାଜିତା ମହାନ୍ତିଙ୍କ ପ୍ରେମରେ ପଡି ଯାଇଥିଲେ ଉତ୍ତମ ମହାନ୍ତି । ଆଉ ଅପରାଜିତାଙ୍କୁ ରାଜି କରିବାକୁ ଲାଗି ଯାଇଥିଲା ୫ ବର୍ଷ । "ଅଶାନ୍ତ ଗ୍ରହ" ନାମକ ଫିଲ୍ମର ସୁଟିଂ ସେଟରେ ଏହି ଦୁଇଜଣଙ୍କର ପ୍ରଥମ ଦେଖା ହୋଇଥିଲା । ଓଲିଉଡ ସିନେମା ଜଗତର ଏଭର୍ ଗ୍ରୀନ ଯୋଡ଼ି ହେଉଛନ୍ତି ଅପରାଜିତା ମହାନ୍ତି ଆଉ ଉତ୍ତମ ମହାନ୍ତି ।
ରିଲ ଦୁନିଆରେ ଏହି ଯୋଡି ଯେତିକି ହିଟ ରିଅଲ ଦୁନିଆରେ ଏହି ଯୋଡି ସେତିକି ହିଟ ବୋଲି ସମସ୍ତେ କହିଥାନ୍ତି । "ଅଶାନ୍ତ ଗ୍ରହ" ଫିଲ୍ମରେ ଅଭିନେତା ଉତ୍ତମ ମହାନ୍ତି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ପ୍ରଥମ ଥର ଦେଖିଥିଲେ ।ତାପରେ ଦୁହେଁ ମିଶି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ଧୀରେ ଧୀରେ ଅଭିନେତା ଉତ୍ତମ ମହାନ୍ତି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଭଲପାଇ ବସିଥିଲେ । ଅପରାଜିତା ମହାନ୍ତିଙ୍କୁ ବିବାହ କରିବା ପାଇଁ ଉତ୍ତମ ମହାନ୍ତି କହିଥିଲେ ।
ଆଉ ଅପରାଜିତାଙ୍କୁ ଏହି ପ୍ରସ୍ତାବରେ ରାଜି ହେବାକୁ ୫ ବର୍ଷ ସମୟ ଲାଗି ଯାଇଥିଲା । ଏହି ଅଭିନେତ୍ରୀ ଜଣଙ୍କୁ ଉତ୍ତମ କେବେବି ପ୍ରେମ ନିବେଦନ କରି ନାହାଁନ୍ତି ବରଂ ବିବାହ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଗ୍ରହଣ ପାଇଁ ଅପରାଜିତାଙ୍କୁ ଅନେକ ବର୍ଷ ଲାଗି ଯାଇଥିଲା । ଉତ୍ତମ ମହାନ୍ତିଙ୍କ ବିବାହ ପ୍ରସ୍ତାବକୁ ଗ୍ରହଣ କରିବା ପରେ ଉଭୟ ୧୯୮୭ ମସିହା ମେ ମାସ ୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ଭୁବନେଶ୍ୱର ସହରର ମ୍ୟୁନିସିପାଲଟି ଅତିଥି ଭବନରେ ଉତ୍ତମ ଆଉ ଅପରାଜିତାଙ୍କ ବିବାହ ହୋଇଥିଲା । ତାଙ୍କର ବିବାହର ଦୁଇବର୍ଷ ପରେ ଅର୍ଥାତ୍ ୧୯୮୯ ମସିହାରେ ତାଙ୍କ କୋଳକୁ ଆସିଥିଲେ ବର୍ତ୍ତମାନର ସୁପରଷ୍ଟାର ବାବୁଶାନ୍ । ଉତ୍ତମ ମହାନ୍ତି କେବେବି ଅଭିନେତା ହେବାକୁ ଚାହିଁ ନଥିଲେ କିନ୍ତୁ ସମତର ଚକ୍ରରେ ସେ ଓଲିଉଡ ଜଗତର ସୁପରଷ୍ଟାର ହୋଇ ଯାଇଥିଲେ । ଆଉ ସେ ସମସ୍ତ ଓଡ଼ିଶାବାସୀଙ୍କ ଘରେ ତାଙ୍କ ଅଭିନୟ ଦ୍ୱାରା ପ୍ରିୟ ହୋଇ ଯାଇଥିଲେ । ଆଜି ତାଙ୍କ ବିୟୋଗରେ ସାରା ଓଡ଼ିଶାବାସୀଙ୍କ ଆଖିରୁ ଲୁହ ଝରୁଛି ।