ମୁଖ୍ୟମନ୍ତ୍ରୀଙ୍କର ଏତେ ଆପଣାର କେମିତି ହେଲେ ପାଣ୍ଡିଆନ୍? ଜିଲ୍ଲାପାଳରୁ ବ୍ୟକ୍ତିଗତ ସଚିବ, କେମିତି ଥିଲା ପଣ୍ଡିଆନଙ୍କ ଏହି କର୍ତ୍ତବ୍ୟପରାୟଣ ଭୂମିକା?

 
Pandian naveen Pattnaik

କାର୍ତ୍ତିକ ପୂର୍ଣ୍ଣମୀରେ ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌। ଏ ନେଇ ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ଼ ଜମିଛି।

ଫାଇଭ ଟି ସଚିବରୁ ବନିଲେ ନବୀନଙ୍କ ବ୍ୟକ୍ତିଗତ ସଚିବ। କ୍ଷମତାରେ ହେଲା ବିସ୍ତାର । ସିଧା ସଳଖ ପାଇଲେ କ୍ୟାବିନେଟ୍ ରେ ନିଯୁକ୍ତି। ପାଣ୍ଡିଆନ୍ ଙ୍କୁ ଏବେ କେହି କେହି ଉପମୁଖ୍ୟମନ୍ତ୍ରୀର ଆକ୍ଷା ଦେଉଛନ୍ତି । ଦେଖିବାକୁ ଗଲେ କଥାଟିରେ ମଧ୍ୟ ଅନେକ ସତ୍ୟତା ରହିଛି। ପାଣ୍ଡିଆନ୍ ଙ୍କ ତେଇଶି ବର୍ଷର ସିଭିଲ ସର୍ଭ୍ୟାଣ୍ଟ କ୍ୟାରିଅର ରେ ଓଡ଼ିଶା ପ୍ରଥମ ଓ ଶେଷ କର୍ମଭୁମି ରହିଛି।

 

Vk pandian

ଓଡ଼ିଶାର ମୟୂରଭଞ୍ଜ , କନ୍ଧମାଳ ଓ ଗଞ୍ଜାମ ଭଳି ସ୍ଥାନରେ ସେ ତାଙ୍କ କ୍ୟାରିଅରର ପ୍ରଥମ ପାଦ ଥାପି ଥିଲେ । ଭାଗ୍ୟ ତ ସେତେବେଳେ ଏକ ନୂଆ ମୋଡ଼ ନେଇଥିଲା ଯେତେବଳେ ସେ ଦୃଷ୍ଟି ଆକର୍ଷଣ କରିଥିଲେ ବିଜେଡି ସୁପ୍ରିମ ନବିନ ପଟ୍ଟନାୟକଙ୍କର । ଯାହା ପରେ ତାଙ୍କୁ ମିଳିଥିଲା ଫାଇବ ଟି ସଚିବରେ ନିଯୁକ୍ତି । ଫାଇବ ଟି ସଚିବରେ ଥିବା ବେଳେ ତାଙ୍କର ଘନିଷ୍ଠତା ବଢିଥିଲା ନବୀନ ଙ୍କ ସହ । ନବୀନ ଓଡ଼ିଶାର ପ୍ରତ୍ୟେକ ଯୋଜନା ପାଣ୍ଡିଆନ୍ ଙ୍କ ତତ୍ତ୍ୱାବଧାନରେ ହିଁ ଚାଲିଥିଲା। 

ଧିରେ ଧିରେ ସେ ବନିଗଲେ ନବୀନଙ୍କର ଅତି ବିଶ୍ଵସ୍ତ । ନବୀନଙ୍କ ପ୍ରତିନିଧି ଭାବେ ସେ ବୁଲିବାକୁ ଲାଗିଲେ ସାରା ଜିଲ୍ଲା । ପାଣ୍ଡିଆନ୍ ଙ୍କ ପ୍ରତିବାଦକୁ ନବୀନ ଙ୍କ ପ୍ରତିବାଦ ବୋଲି ମଧ୍ୟ ମନେ କରାଯାଉଥିଲା । ଯେଉଁମାନେ ପାଣ୍ଡିଆନ ଙ୍କର ବିରୋଧ କରିଛନ୍ତି ସେମାନଙ୍କ ଅବସ୍ଥା ତ ଆପଣ ଜାଣିଛନ୍ତି । ଓଡ଼ିଶା ରାଜ୍ୟ ରାଜନୀତିରେ ପାଣ୍ଡିଆନଙ୍କୁ ନେଇ ଅନେକ ବିରୋଧ ଦେଖା ଦେଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ି ନ ଥିଲା ଦଳ ଉପରେ । 

ଯେତେବେଳେ କଥା ଜଣା ପଡ଼େ ସେ ନିଜର କ୍ୟାରିଅର ର ଟ୍ରେନିଂ ପୁରା କରି ନାହାନ୍ତି ସେତେବେଳେ କେନ୍ଦ୍ର ତରଫରୁ ଏକ ନୋଟିସ୍ ପଠା ଯାଏ ପାଣ୍ଡିଆନ ଙ୍କୁ । ଯାହାର ସମୟ ସୀମା ସରିବା ପୂର୍ବରୁ ହିଁ ପାଣ୍ଡିଆନ୍ ନିଅନ୍ତି ଭିଆରଏସ।

Pandian

ଏ ନେଇ ଲୋକେ ଚକିତ ହୋଇ ନାହାନ୍ତି । କାରଣ ସମସ୍ତେ ଜାଣିଥିଲେ ଆଗକୁ ଏପରି କିଛି ହେବାର ଅଛି । କାରଣ ଯେତେବେଳେ ଦଳ ନିଷ୍ପତ୍ତି ନେଇ ସାରିଲାଣି ପାଣ୍ଡୀଆନ୍ ରାଜନୀତି କରିବେ ସେହି ପରିପ୍ରେକ୍ଷୀରେ ଚାକିରି ଛାଡ଼ିବା ସ୍ୱାଭାବିକ । ଏପଟେ ପୁଣି ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି କିଏ ବା ରିସ୍କ୍ ନେବ ।