ଭୁବନେଶ୍ବରରେ ହୋମ୍ ଡେଲିଭରୀ ହେଉଛନ୍ତି ଝିଅ! ଅନଲାଇନରେ ଅର୍ଡର୍ ରାତିକ ୬ ହଜାର ଟଙ୍କା, ଜାଣନ୍ତୁ ପୁରା ଖବର

 
Bbsr racket

ଭୁବନେଶ୍ୱର ରେ ଚାଲିଛି ଦେହ ବ୍ୟାପାର । ପୋଲିସ୍ ଡାଳେ ଡାଳେ ଗଲେ ପତରେ ପତରେ ଯାଉଛନ୍ତି ଦଲାଲ । କେବେ ମାସାଜ୍ ସେଣ୍ଟର୍ କେବେ ହୋଟେଲ ରୁମ୍ ତ ଆଉ କେବେ ସରକାରୀ ଗେଷ୍ଟ ହାଉସ ୟୁଜ୍ ହେବା କଥା ତ ଆପଣ ଶୁଣି ଥିବେ । ହେଲେ ଏବେ କିନ୍ତୁ ସେବା ଯୋଗାଇ ଦିଆଯାଉଛି ସିଧା ସଳଖ ରୁମ୍ ରେ।

Girl

ଏବେ ଅଫଲାଇନରେ ନୁହେଁ ଅନଲାଇନ୍ ରେ ଚାଲିଛି ଖେଳ। ଭୁବନେଶ୍ଵରର ବାପୁଜୀ ନଗରରେ ଦେଖିବାକୁ ମିଳିଛି ଏପରି ଦେହ ବ୍ୟାପାର  । ଏସ୍କର୍ଟ ସର୍ଭିସ୍ ଆଳରେ ଯୋଗାଇ ଦିଆ ଯାଉଛି ଝିଅ ।

ଆପଣ ଗୁଗଲ କୁ ଯାଇ ଏସ୍କର୍ଟ ସର୍ଭିସ୍ ଅଫ ଭୁବନେଶ୍ୱର ମାରିଲେ ଆପଣଙ୍କୁ ଅନେକ ଗୁଡ଼ିଏ ସାଇଟ୍ ଓ ନମ୍ବର ବି ମିଳିଯିବ। ସେହି ନମ୍ୱର୍ ରେ କଲ୍ କରିବା ପରେ ଦଲାଲଙ୍କ ସହ ହୋଇ ପାରିବ ଡିଲ ।

ହ୍ୱାଟ ସପ୍ ନମ୍ବର ମାଧ୍ୟମରେ ସେୟାର କରା ଯାଉଛି ଫଟୋ । ଗ୍ରାହକ ଫଟୋ ଚଏସ କଲା ପରେ ଦଲାଲ କରିବେ ଡିଲ । ଗୋଟିଏ ରାତିକୁ ପ୍ରାୟ ୬ ହଜାର ଟଙ୍କା ଡିମାଣ୍ଡ କରୁଛନ୍ତି ଦଲାଲ୍। ପେମେଣ୍ଟ କ୍ୟୁଆର କୋଡ ମାଧ୍ୟମରେ କରାଉଛନ୍ତି । ଯେମିତି କି ପଛରେ କିଛି ପ୍ରମାଣ ନ ମିଳିବ । ଏହି ଗ୍ୟାଙ୍ଗ ର ଚେର କେତେ ଯେ ଲମ୍ବିଛି ତାହା କଳ୍ପନା କରିବା ସମ୍ଭବ ନୁହେଁ ।

ସୂଚନା ଅନୁସାରେ ଜଣା ପଡିଛି ଯେ ଏମାନେ କୌଣସି ବି ସ୍ଥାନକୁ ହୋମ ସର୍ଭିସ୍ ଯୋଗାଇ ପାରନ୍ତି । ପରିଚୟ ଅଛପା ହେବା ପାଇଁ ହିନ୍ଦୀରେ କଥାବାର୍ତ୍ତା କରନ୍ତି । ଭୁବନେଶ୍ୱର ରେ ଏମାନଙ୍କର କାୟା ପୁରା ବିସ୍ତାର ହୋଇ ରହିଛି । ହେଲେ ଏବେ ପ୍ରଶ୍ନ ଉଠୁଛି ଏହା ଉପରେ ପୋଲିସର ତଦନ୍ତ କାହିଁକି କରାଯାଇ ନାହିଁ । ପୋଲିସ୍ କାହିଁକି ରହିଛି ନୀରବ ।