କେମିତି ଆଉ କିଏ ଉଜାଡିଦେଲା ଦୁଇ ଦୁଇଟି ନୀରିହ ପରିବାରକୁ, ଜାଣନ୍ତୁ ପୂରା ଘଟଣା

 
Hitech tragedy
ସ୍ଵାମୀ ଜୀବିତ ! ହେଲେ ଏପଟେ ସ୍ୱାମୀର ମୃତ୍ୟୁ ଖବର ଶୁଣି ସ୍ତ୍ରୀ କରିଛି ଆତ୍ମହତ୍ୟା । ଏହି ଘଟଣା ଏବେ ଚାନ୍ଚଲ୍ୟ ସୃଷ୍ଟି କରିଛି ପୁରା ରାଜ୍ୟରେ । ଗତ କିଛି ଦିନ ତଳେ ହାଇଟେକ୍ ମେଡ଼ିକାଲରେ ଏକ ଦୁର୍ଘଟଣାରେ ସ୍ଵାମୀଙ୍କ ମୃତ୍ୟୁ ଖବର ଜାଣିବା ପରେ ସ୍ତ୍ରୀ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲେ । ଯେଉଁ ଦୁଃଖକୁ ସେ ସହି ନ ପାରି ନୂଆ ବର୍ଷର ନୂଆ କିରଣ ଦେଖିବା ପୂର୍ବରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ ।

ହେଲେ ଏବେ ଘଟଣାକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଜନକ । ଗତ ରବିବାର ଦିନ ହାଇଟେକ୍ ହସ୍ପିଟାଲ୍ ର ଏସି ମରାମତି କରୁଥିବା ବେଳେ କମ୍ପରେସର୍ ଫାଟି ମେକାନିକ୍ ଦିଲ୍ଲୀପ ସାମନ୍ତରାୟ ଗୁରୁତର ଆହତ ହୋଇଥିଲେ । ସେ ଦୁଇ ଦିନ ଆଇସିୟୁ ରେ ରହିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

Hitech case

ଯେଉଁ ଖବର ତାଙ୍କ ସ୍ତ୍ରୀ ଜାଣିବା ପରେ ନିଜ ହାତରେ ନିଜ ଜୀବନ ହାରି ଦେଇଥିଲେ । ତେବେ ବର୍ତ୍ତମାନ ସୂଚନା ମିଳିଛି ଯେ ଦିଲ୍ଲୀପ ଏବେ ଜୀବିତ ଅଛନ୍ତି । କୁହା ଯାଉଛି ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜ୍ୟୋତି ରଞ୍ଜନ ମଲ୍ଲିକ । ଶରୀର ପୋଡ଼ି ଯାଇଥିବାରୁ ଚିହ୍ନଟ ରେ ତ୍ରୁଟି ରହି ଯାଇଥିଲା ।

ଭେଣ୍ଟିଲେଟର୍ ରୁ ବାହାରିବା ପରେ ଦିଲ୍ଲୀପ ନିଜ ପରିଚୟ ଦେଇଥିଲେ । ଯାହା ପରେ ସବୁ ସତ ସାମ୍ନାକୁ ଆସିଥିଲା । ଗୋଟିଏ ଭୁଲ୍ ପାଇଁ ଚାଲିଗଲା ଆଉ ଏକ ଜୀବନ । ଯେଉଁ ଭୁଲ୍ କୁ ଚାହିଁଲେ ବି ସୁଧାରି ହେବ ନାହିଁ । ତେବେ ଏତେ ବଡ଼ ଭୁଲ୍ କିପରି ହୋଇଗଲା , ଘଟଣା ପଛର ରହସ୍ୟ କଣ ରହିଛି ମଞ୍ଚେଶ୍ୱର୍ ପୋଲିସ୍ ଏ ନେଇ ତଦନ୍ତ ଆରମ୍ଭ କରିଛି । 

ହାଇଟେକ୍ ହସ୍ପିଟାଲ ଟ୍ରାଜେଡ଼ିରେ ମୃତକଙ୍କ ସଂଖ୍ୟା 3 କୁ ବୃଦ୍ଧି ପାଇଛି । ତେବେ କେଉଁ ମୃତଦେହ କାହାର ସେ ନେଇ ଦ୍ୱନ୍ଦ ଲାହି ରହିଛି । ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କର ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହା ପରେ ମୃତଦେହକୁ ନେଇ ସସପେନ୍ସ ବଢିବାରେ ଲାଗିଛି ।

ତୃତୀୟ ମୃତଦେହକୁ ଚିହ୍ନଟ କରିବାକୁ ହେବ ଡିଏନଏ ପରୀକ୍ଷା କରାଯିବ । ଅନ୍ୟପଟେ ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱର ଏମସ ପଠାଯାଇଛି । ଦ୍ଵନ୍ଦକୁ ଦୂର କରିବା ଲାଗି ତୃତୀୟ ମୃତଦେହ ପୋଲିସକୁ ହସ୍ତାନ୍ତର କରିଛି ହାଇଟେକ ହସ୍ପିଟାଲ । ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ନା ଆଉ କାହାର ସେନେଇ ହେବ ଡିଏନଏ ଟେଷ୍ଟ ।