ଟମାଟୋ ଫିଙ୍ଗିଥିବା ଯୁବକକୁ ପାଣ୍ଡିଆନ୍ କହିଲେ ଏମିତି କିଛି ଯେ ସାରା ଦେଶ କରୁଛି ପ୍ରଶଂସା

 
Pandian
ସଭା ମଝିରେ ଭିକେ ପଣ୍ଡିଆନ୍ ଙ୍କୁ ଟମାଟୋ ମାଡ। ଜାଣନ୍ତୁ, କିଏ ଓ କାହିଁକି ଏପରି ଟମାଟୋ ଫୋପାଡ଼ିଲେ ପଣ୍ଡିଆନ୍ ଙ୍କ ଉପରକୁ। ଏ ଜନ ଅସୋନ୍ତୋଷ ନୁହେଁ ତ। ନା ଏହା ପଛାରେ ଲୁଚି ରହିଛି ଆଉ କିଛି ରାଜନୈତିକ ଷଡ଼ଯନ୍ତ୍ର। ଏ ସବୁର ଉତ୍ତର ଜାଣିବାକୁ ହେଲେ ଆଗକୁ ପଢନ୍ତୁ...ପାଣ୍ଡିଆନ୍ ବନାମ ବିରୋଧି।

K

ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବର୍ତ୍ତମାନର ବିଜେଡ଼ି ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ସକାଳ ୧୧ଟା ୧୫ ବେଳେ ବେଲଗୁଣ୍ଡ ବସଷ୍ଟାଣ୍ଡ ପଡ଼ିଆରେ ହେଲିକପ୍ଟର ରୁ ଓହ୍ଲାଇ ନବନିର୍ମତ ଇଣ୍ଡୋର୍ ଷ୍ଟାଡିୟମ୍ ପରିଦର୍ଶନରେ ଯାଉଥିଲେ। ଉକ୍ତ ସ୍ଥାନରୁ ସଭା ସ୍ଥଳକୁ ଯିବା ସମୟରେ ଜଣେ ଯୁବକ ଏକ ଟମାଟୋ କୁ ତାଙ୍କ ଉପରକୁ ଫୋପାଡ଼ିଥିଲ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଜାଣନ୍ତୁ ଯୁବକ ଜଣଙ୍କ କିଏ....

ଯୁବକ ଜଣଙ୍କ ହେଉଛନ୍ତି ଗୋବର ପଂଚାୟତ ବିରିପୁର ଗ୍ରାମର ଅନିଲ ମଲ୍ଲିକ। ବୟସ ୨୮ ବର୍ଷ। ଅନିଲ ପ୍ରଥମେ କଂଗ୍ରେସ ର ଦଳୀୟ ପତାକା ଦେଖାଇବା ସହିତ ପାଣ୍ଡିଆନ ଙ୍କ ଉପରକୁ ଏକ ଟମାଟୋ ଫୋପାଡି ଥିଲେ। ଯାହା ପରେ କିଛି ହୋଇଥିଲା ଏପରି..

ଏହାପରେ ଅନିଲ ଙ୍କୁ ସେଠାରେ ଉପସ୍ଥିତ ଥିବା ବିଜେଡ଼ି କର୍ମୀ ମାନେ ଧରି ନିର୍ଧୁମ ମାଡ ମାରିଥିଲେ। ପରେ ପୋଲିସ ଅନିଲଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି ବୋଲି ଜଣା ପଡିଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହା ଜଣା ପଡ଼ି ନାହିଁ ଯେ ଅନିଲ କାହିଁକି ଏପରି କାଣ୍ଡ ଘଟାଇ ଥିଲେ।

Anil

ଏପରି ଘଟଣା ପରେ କିଛି ଏପରି କହିଥିଲେ ପାଣ୍ଡିଆନ ... ଜାଣନ୍ତୁ କଣ ?

ଏହାପରେ ଜନସମ୍ମିଳନି କୁ ଉଦବୋଧନ ଦେଇ ପାଣ୍ଡିଆନ କହିଥିଲେ ଏ ଭଳି ବିରୋଧ ବିକାଶ କୁ ଅଟକାଇ ରଖିପାରିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ମୁଁ ଆପଣଙ୍କ ସେବାରେ ସମର୍ପିତ। ମୋ ଉପରକୁ ଟମାଟୋ, ଅଣ୍ଡା, କି ଜୋତା ପକାନ୍ତୁ। ମୋତେ କିଛି ଫରକ୍ ପଡିବନି। ମୁଁ ଏମିତି ଆପଣ ମାନଙ୍କ ପାଖକୁ ଆସୁଥିବି।

ସେ ଆହୁରି ମଧ୍ୟ କହିଛନ୍ତି ଆଗକୁ ଏପରି ଏନେଇ ନୂତନ ଯୋଜନା ଆସିବ ଯାହା ଓଡ଼ିଶାରେ ଏକ ନୂତନ ସୂର୍ଯ୍ୟୋଦୟ କରିବ। ଏକ ନୂଆ ଓଡ଼ିଶା ଗଠନ ହେବ। ସେଥି ପାଇଁ ଯେତେ ବାଧା ବିଘ୍ନ ଆସିଲେ ବି ମୁଁ ପଛଘୁଞ୍ଚା ଦେବି ନାହିଁ। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ଠାରୁ ସେ ସିଧା ସଳଖ ଅଭିଯୋଗ ପ୍ରମାଣ ପତ୍ର ଗ୍ରହଣ କରିବେ ବୋଲି କହିଛନ୍ତି।