ଦେଖନ୍ତୁ ଭିଡିଓ: ଆସୁଛି ବଡ଼ ବିପତ୍ତି: ଭାଙ୍ଗିଯାଇପାରେ ହୀରାକୁଦ ଡ୍ୟାମ, ବୁଡ଼ିଯିବ ଓଡ଼ିଶା‌ ଜାଣିନିଅନ୍ତୁ ପୂର୍ବ ସୂଚନା

 
Hirakud

କଣ ସତରେ ବୁଡ଼ିବାକୁ ଯାଉଛି ହୀରାକୁଦ ନଦୀବନ୍ଧ ? ଓଡ଼ିଶା ସାମ୍ନା କରି ପାରେ ଏକ ବଡ ବିପର୍ଯ୍ୟୟ ଯାହା ଓଡ଼ିଶାକୁ ପଡ଼ି ପାରେ ଭାରି। ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟର ସ୍ଥାନ ହୋଇଥିବା ବେଳେ ସମ୍ବଲପୁରରେ ହୀରାକୁଦ ଅନେକ ବାଧାବିଘ୍ନ ରୁ ରକ୍ଷା କରିଛି ଓଡ଼ିଶାକୁ। ହେଲେ ଏପରି କିଛି ପରିସ୍ଥିତି ଦେଖା ଦେଇଛି ଯାହା ହୁଏ ତ ରୋକି ପାରିବ ନାହିଁ ହୀରାକୁଦ।

Hirakud

ନିକଟରେ ଉପର ମୁଣ୍ଡରେ ହେଉଥିବା ଲଗାଣ ବର୍ଷା ନେଇ ସୃଷ୍ଟି ହୋଇଛି ଆଶଙ୍କା। ହୀରାକୁଦ ରେ ପାଣି କମିବାର ନାଁ ନେଉ ନାହିଁ। ଲାଗି ରହିଥିବା ବର୍ଷା ସମସ୍ୟା ହେତୁ ପାଖାପାଖି ଅଞ୍ଚଳ ଜଳମଗ୍ନ। ଯାହା ନେଇ ଭୟଭୀତ ସ୍ଥାନୀୟ ବାସିନ୍ଦା।
ହୀରାକୁଦ ର ଜଳ ଧାରଣ କ୍ଷମତା ସାଧାରଣତଃ ୬୩୦ଫୁଟ। ଲଗାତାର ବର୍ଷାର କାରଣରୁ ବର୍ତ୍ତମାନ ହୀରାକୁଦ ରେ ପ୍ରାୟ ୬୨୫.୧୫ ଫୁଟର ପାଣି ରହିଛି। ହୀରାକୁଦ ବନ୍ଧ ସମ୍ପୂର୍ଣ ବଢିବା ପାଇଁ ମାତ୍ର ଆଉ ୫ଫୁଟ ପାଣିର ଆବଶ୍ୟକତା ରହିଛି। ଯଦି ଏପରି ହୁଏ ତେବେ ପରିସ୍ଥିତି ଅସମ୍ଭାଳ ହୋଇଯିବ। ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ହୋଇପାରେ ଏକ ଭୟଙ୍କର ବନ୍ୟା। ଯାହା ଧନ ଜୀବନ ନଷ୍ଟ କରିବା ସହିତ ଓଡ଼ିଶାର ଅର୍ଥନୀତିରେ ବି ପ୍ରଭାବ ପକାଇ ପାରେ।
ପୁର୍ବରୁ ହୀରାକୁଦରେ ୨୦ ଟି ଗେଟ୍ ଖୋଲା ଯାଇଥିବା ବେଳେ ପାଣିର ଗଭୀରତା ବଢିବାରୁ ପୁଣି ଆଉ ଦୁଇଟି ଗେଟ୍ ଖୋଲା ଯାଇଛି। ମହାନଦୀରେ ଜଳର ସ୍ତର ୨୨୯୪୫୮ac ରୁ ୨୬୬୫୭୭ qc ବଢ଼ିଛି। ଯାହା ସମୟେ ସମୟେ ବର୍ଷାର କାରଣରୁ ବଢିବାରେ ଲାଗିଛି। ଦରକାର ପଡିଲେ ଆଗକୁ ଆଉ ମଧ୍ୟ ଗେଟ୍ ଖୋଲା ଯାଇପାରେ।