ସାପ କାମୁଡ଼ାକୁ ନେଇ ହାଇଡ୍ରାମା: ଛୁଆକୁ ଦଂଶି ଦେବାରୁ ସାପକୁ ବନ୍ଦୀ ରଖିଲା ମା, ଆଉ ତାପରେ.. ଦେଖନ୍ତୁ ଭିଡ଼ିଓ

 
Sapa ku bandi

ମଣିଷ ପିଲାକୁ ଦଂଶିଥିବା ହେତୁ ବନ୍ଦୀ ଜୀବନ କଟିଲା ସାପ। କଥାଟି ଶୁଣିବାକୁ ଅଜବ୍ ଲାଗୁଥିଲେ ହେଁ ଏହିଭଳି ଏକ ଘଟଣା ଯାଜପୁର ଜିଲ୍ଲା ମାନଗୋବିନ୍ଦପୁର ଗାଁରେ ଘଟିଯାଇଛି। ତେବେ, ଏହି ଘଟଣାଟି ଚର୍ଚ୍ଚାର ବିଷୟ ପାଲଟି ଯାଇଥିବା ବେଳେ ସାପଟିକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ପ୍ରୟାସ କରିଥିଲେ ହେଁ ଗାଁ ଲୋକେ ଏହା କରିବାକୁ ଦେଇନଥିଲେ।

Snake bite

ଖବର ମୁତାବକ ମାନଗୋବିନ୍ଦପୁର ଗାଁର ମାମିନା ନାୟକଙ୍କର ୩ ବର୍ଷର ପୁଅ ଖେଳୁଥିବା ସମୟରେ ତାକୁ ଏକ କଳା ନାଗ ସାପ କାମୁଡ଼ି ଦେଇଥିଲା। ଶିଶୁଟିକୁ ତୁରନ୍ତ ଦାନଗଦି ଓ ପରେ ଯାଜପୁର ଟାଉନ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟପକ୍ଷରେ ଶିଶୁଟିର ଦାଦା ସାପଟିକୁ ଧରି ଆଣି ଏକ ଡ୍ରମ ଭିତରେ ବନ୍ଦୀ କରି ରଖିଥିଲେ। ତାଙ୍କ ପୁଅର ଅଵସ୍ଥା ସୁଧୁରିଲେ ହିଁ ସାପଟିକୁ ମୁକ୍ତି ମିଳିବ ବୋଲି ସେମାନେ କହିଥିଲେ।

Child

ଏହାରି ଭିତରେ ଗାଁରେ ଆଉ ଏକ ଅଜବ୍ ଘଟଣା ଘଟିଥିଲା। ଗାଁର ଜଣେ ମହିଳାଙ୍କ ଦେହରେ କଳିସି ଲାଗିଥିଲା, ସେ ନିଜକୁ ନାଗସାପ ବୋଲି ପରିଚୟ ଦେବା ସହ ଶିଶୁଟି ସମ୍ପୂର୍ଣ୍ଣ ଭଲ ହେଲେ ତାଙ୍କୁ ମୁକ୍ତି ଦେବାକୁ କହିଥିଲେ। ତେବେ, ଡାକ୍ତରଖାନାରେ ପିଲାଟିର ଅଵସ୍ଥାରେ ସୁଧାର ପରିଲକ୍ଷିତ ହେବାରୁ ଗତକାଲି ସାପଟିକୁ ବନବିଭାଗ କର୍ମଚାରୀ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେବାରେ ସକ୍ଷମ ହୋଇଛନ୍ତି।