ବିଜେପି ପ୍ରାର୍ଥୀ ଘୋଷଣା: ନିରାଶ ହେଲେ ହେୱିୱେଟ୍‌, ଗତଥରର ୬ ପ୍ରାର୍ଥୀଙ୍କ କାହିଁକି ଟିକେଟ କଟିଲା ବିଜେପି, ଜାଣନ୍ତୁ ପୁରା ଖବର

 
Bjp candidate list

ଶାସକ ଦଳ ବିଜୁ ଜନତା ଦଳ ଏବଂ ଓଡିଶାରେ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ଶେଷ ହେବା ପରେ ବିଜେପି ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:

Follow our WhatsApp channel and get all the Latest news:

WhatsApp Channel (Join Now) Join Now

BJP Candidate List: ओडिशा में BJP ने चला बड़ा सियासी दांव, 4 सांसदों का  काटा पत्ता; पढ़ें किसे बनाया प्रत्याशी - BJP made big political move in  Odisha removed four MPs Read

ତେବେ ଏଥର ଚାରିଜଣ ସାଂସଦଙ୍କ ଟିକେଟ ବାତିଲ କରାଯାଇଛି । କାଲାହାଣ୍ଡି, ସମ୍ବଲପୁର, ବରଗଡ ଏବଂ ମୟୂରଭଞ୍ଜରେ ବସିଥିବା ସାଂସଦଙ୍କ ଟିକେଟ ବାତିଲ ହୋଇଥିବାବେଳେ ଦୁଇଟି ଆସନରେ ପ୍ରାର୍ଥୀ ବଦଳିଛନ୍ତି । ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପି ଏକ ନୂଆ ଚେହେରା ଦେଇଛି ।

2019 ନିର୍ବାଚନରେ ​​ନୀତୀଶ ଗଙ୍ଗଦେବ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ :-

2019 ସାଧାରଣ ନିର୍ବାଚନରେ ନୀତୀଶ ଗଙ୍ଗଦେବ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ । ସେ ଜିତି ସଂସଦକୁ ଯାଇଥିଲେ । ତେବେ ଏଥର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ।

କଳାହାଣ୍ତି ସାଂସଦ ବସନ୍ତ ପଣ୍ଡାଙ୍କ ଉପରେ ଆସ୍ଥା ପ୍ରକଟ କରିନାହିଁ ରାଷ୍ଟ୍ରୀୟ ବିଜେପି । ଏଥର କଳାହାଣ୍ଡି ଆସନରୁ ମାଲବିକା କେଶରୀ ଦେଓଙ୍କୁ ଟିକେଟ୍‌ ଦେଇଛି ବିଜେପି । ଏଥର ବସନ୍ତ ପଣ୍ଡାଙ୍କୁ ବିଧାନସଭା ନିର୍ବାଚନୀ ମୈଦାନରୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଉପରେ ଏଥର ଭରସା କରିକ ପାରିନାହିଁ ବିଜେପି । ମୟୂରଭଞ୍ଜ ଆସନ ପାଇଁ ଏଥର ନବ ଚରଣ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ କରିଛି ବିଜେପି ।

ଏଥର ବରଗଡ଼ର ତୁଙ୍ଗ ବିଜେପି ନେତା ସାଂସଦ ସୁରେଶ ପୂଜାରୀଙ୍କୁ ବରଗଡ଼ ଆସନ ପାଇଁ ଟିକେଟ ମିଳିନାହିଁ । ଏଥର ବରଗଡ଼ ଆସନ ପାଇଁ ପ୍ରଦୀପ ପୁରୋହିତଙ୍କୁ ଟିକେଟ୍‌ ଦେଇଛି ରାଷ୍ଟ୍ରୀୟ ବିଜେପି । ଏହା ପୂର୍ବରୁ ପ୍ରଦୀପ ପୁରୋହିତ ଲୋକଙ୍କ ନିକଟର ହେବାକୁ ଅନେକ କାର୍ଯ୍ୟକ୍ରମ କରିଥିଲେ ।

2019 ନିର୍ବାଚନରେ ​​କୋରାପୁଟ ଆସନରେ ଲଢ଼େଇ ପାଇଁ ଏଥର କାଳୀରାମ ମାଝୀଙ୍କୁ ଟିକେଟ୍‌ ଦେଇଛି ବିଜେପି । ଗତ ୨୦୧୯ରେ ଏଠାରୁ ଜୟରାମ ପାଙ୍ଗୀଙ୍କୁ ଟିକେଟ୍‌ ମିଳିଥିଲା । କିନ୍ତୁ ସେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ବିପୁଳ ଭୋଟ୍‌ରେ ପରାଜିତ ହୋଇଥିଲେ । ଏହାପରେ ସେ ଏକାଧିକ ରାଜନୈତିକ ଦଳରେ ଯୋଗ ଦେଇ ଶେଷରେ କଂଗ୍ରେସରେ ମିଶିଛନ୍ତି ।

ସେହିଭଳି ବ୍ରହ୍ମପୁର ଆସନ ପାଇଁ ଭୃଗୁବକ୍ସି ପାତ୍ରଙ୍କ ଉପରେ ଆସ୍ଥା ପ୍ରକଟ କରିପାରନାହିଁ ବିଜେପି । ତାଙ୍କ ସ୍ଥାନରେ ବିଜେପିରେ ସଦ୍ୟ ଯୋଗ ଦେଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍‌ ଦେଇଛି ବିଜେପି । ବିଜେଡିରେ ବିଦ୍ରୋହ କରି ଦଳ ଛାଡ଼ିଥିଲେ ପ୍ରଦୀପ ପାଣିଗ୍ରାହୀ ।