ଫୁଡ୍ ବ୍ଲଗିଙ୍ଗ୍ କରିକରି କାହିଁକି ଝୁଲି ପଡିଲେ ସୁନ୍ଦରୀ ଯୁବତୀ, ଜାଣନ୍ତୁ ମୃତ୍ୟୁ ପଛର ବଡ଼ କାରଣ
ବନ୍ଦ ଘରୁ ମିଳିଲା ମିଳିଲା ଫୁଡ୍ ବ୍ଲଗରଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର ପଟିଆ ଆଦର୍ଶ ବିହାର ଅଞ୍ଚଳରୁ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ମୃତକ ଫୁଡ୍ ବ୍ଲଗର ହେଉଛନ୍ତି ସୋନାଲି ସଂଘମିତ୍ରା ପରିଡ଼ା । ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ତେବେ ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ସେ ରହୁଥିବା ବାଥରୁମରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୋନାଲି ସଂଘମିତ୍ରାଙ୍କ ପରିବାରଲୋକେ ଝିଅକୁ ହତ୍ୟା କରାଯାଇଥିବା ନେଇ ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ସୋନାଲି ସଂଘମିତ୍ରା ପରିଡ଼ାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ବୋଲି ସୂଚନା ରହିଛି।
ସେ ଏକ ବେସରକାରୀ କଂପାନିରେ କାର୍ଯ୍ୟ କରୁଥିଲେ। ତେବେ ସୋନାଲି ସଂଘମିତ୍ରାଙ୍କ ପରିବାରଲୋକେ ଝିଅକୁ ହତ୍ୟା କରାଯାଇଥିବା ନେଇ ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସୋନାଲି ସଂଘମିତ୍ରାଙ୍କ ମୋବାଇଲକୁ ଜବତ କରି ଖୋଳତାଡ଼ କରୁଛି।
ମୃତ ସୋନାଲି ସଂଘମିତ୍ରା ପରିଡ଼ାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ବୋଲି ସୂଚନା ରହିଛି। ସେ ଏକ ବେସରକାରୀ କଂପାନିରେ କାର୍ଯ୍ୟ କରୁଥିଲେ। ପରିବାର ଲୋକଙ୍କ ମତରେ , ତାଙ୍କ ଝିଅଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି । ତେଣୁ ଘଟଣାର ତଦନ୍ତ କରି ପୋଲିସ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।
ଯୁବତୀଙ୍କ ବାପା, ମାଆ ଭୁବନେଶ୍ୱରରେ ପହଞ୍ଚିବା ପରେ ଅଭିଯୋଗ କରୁଛନ୍ତି କି, ସେ ବେଶ ଖୁସ ମିଜାଜର ପିଲା ଥିଲା । ଚାକିରି କରିଥିଲା । ଘରେ କୌଣସି ସମସ୍ୟା ନ ଥିଲା । ତା ପରେ କାହିଁକି ଝିଅ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବ ବୋଲି ପ୍ରଶ୍ନ କରିଛନ୍ତି ମୃତ ଯୁବତୀଙ୍କ ବାପା ।
ତାଙ୍କ ସନ୍ଦେହକୁ ନେଇ କହିଛନ୍ତି କି, ସେ ଫୋନ କରିବା ପରେ ହଷ୍ଟେଲରୁ କୁହାଗଲା ସେ ଅସୁସ୍ଥ ଶୀଘ୍ର ଆସନ୍ତୁ । ହଷ୍ଟେଲ ତରଫରୁ ସୂଚନା ଦିଆଯାଇ ନ ଥିଲା । କେମିତି ଜଣେ ଲାଟିନ ରୁମରେ ଆତ୍ମହତ୍ୟା କରିବ, ଯେତେବେଳେ କି ତାର ଗୋଡ ସମ୍ପୂର୍ଣ୍ଣ ଭୂଇଁରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ମହିଳା ଫୁଡ ବ୍ଲଗରଙ୍କ ବାପା ।